ବଢ଼ିଲା ଗହମ ଏମ୍‌ଏସ୍‌ପି, ଧାନଚାଷୀ ନିରାଶ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ରେ ଗହମ ଏବଂ ଡାଲିଜାତୀୟ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। କିନ୍ତୁ ଧାନଚାଷୀମାନଙ୍କୁ ଚଳିତ ଥର ନିରାଶ ହେବାକୁ ପଡ଼ିଛି। ଏନ୍‌ଡିଏ ସରକାର ବୃହତ୍‌ ବିଜୟ ସହ କ୍ଷମତାକୁ ଫେରିବା ପରେ ଶେଷ ଥର ପାଇଁ ଜୁଲାଇ ୩ ତାରିଖରେ ଧାନର ଏମ୍‌ଏସ୍‌ପି ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୩.୭% […]

paddy-wheat

paddy-wheat

Subrat Kumar Nayak
  • Published: Wednesday, 23 October 2019
  • Updated: 23 October 2019, 07:01 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ରେ ଗହମ ଏବଂ ଡାଲିଜାତୀୟ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। କିନ୍ତୁ ଧାନଚାଷୀମାନଙ୍କୁ ଚଳିତ ଥର ନିରାଶ ହେବାକୁ ପଡ଼ିଛି। ଏନ୍‌ଡିଏ ସରକାର ବୃହତ୍‌ ବିଜୟ ସହ କ୍ଷମତାକୁ ଫେରିବା ପରେ ଶେଷ ଥର ପାଇଁ ଜୁଲାଇ ୩ ତାରିଖରେ ଧାନର ଏମ୍‌ଏସ୍‌ପି ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୩.୭% ବା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ ଟଙ୍କା କରାଯାଇଥିଲା। ସେହିଭଳି ଗ୍ରେଡ୍‌ ଏ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପ୍ରତି ୮୫ ଟଙ୍କା ବଢ଼ାଇ ୧୮୩୫ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଆଗକୁ ଅମଳ ଥିବାରୁ ଏଥର କ୍ୟାବିନେଟ୍‌ରେ ଧାନର ଏମ୍‌ଏସ୍‌ପି ନେଇ ପୁଣି ଘୋଷଣା ହେବ ବୋଲି ଚାଷୀ ଆଶାବାଦୀ ଥିଲେ। ତେବେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏମ୍‌ଏସ୍‌ପି ବୃଦ୍ଧି କରାଯାଇଥିବା କୁହାଯାଇଥିବାରୁ ସରକାର ନିକଟ ଭବିଷ୍ୟତରେ ଧାନର ଏମ୍‌ଏସ୍‌ପି ବଢ଼ାଇବା ମନେ ହେଉନାହିଁ।

ଆଜିର କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଗହମର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୮୫ ଟଙ୍କା ବଢ଼ାଯାଇ ୧,୯୨୫ ଟଙ୍କା କରାଯାଇଛି। ସେହିଭଳି ଡାଳି ଜାତୀୟ ଶସ୍ୟର ଏମ୍‌ଏସ୍‌ପି ବର୍ତ୍ତମାନ କ୍ୱିଣ୍ଟାଲ ପ୍ରତି ୩୨୫ ଟଙ୍କାରେ ପହଞ୍ଚିଛି। ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, “ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରବି ଫସଲରେ ଏମ୍‌ଏସ୍‌ପି ବଢ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ଏହା ୧,୮୪୦ ଟଙ୍କା ଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି, ଡାଲି ଜାତୀୟ ଶସ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ ମସୁର ଡାଲିର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୩୨୫ ଟଙ୍କା ବୃଦ୍ଧି କରାଯାଇ ୪,୪୭୫ରୁ ୪,୮୦୦ ଟଙ୍କା କରାଯାଇଛି। ସେହିଭଳି ବୁଟର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୨୫୫ ଟଙ୍କା ବୃଦ୍ଧି କରାଯାଇ ୪,୮୭୫ ଟଙ୍କା କରାଯାଇଛି। ଅନ୍ୟପକ୍ଷରେ ସୋରିଷର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୨୨୫ ଟଙ୍କା ବୃଦ୍ଧି କରାଯାଇ ୪,୪୨୫ ଟଙ୍କା କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos