ନୂଆଦିଲ୍ଲୀ: ଏପ୍ରିଲ ୧୫ରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍। ମେ ୩ରେ ଶେଷ ହେବାକୁ ଥିବା ଏହି ୧୮ ଦିନିଆ ଲକଡାଉନର ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ନୂଆ ଗାଇଡଲାଇନ୍ ଅନୁଯାୟୀ ସମସ୍ତ ଖାଇବା-ପିଇବା ଦୋକାନ ଖୋଲା ରହିବ। ଏହାସହିତ ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପ କଳ-କାରାଖାନା ଖୋଲା ରହିବ। ଏହାବାଦ ମନରେଗା କାର୍ଯ୍ୟ ପାଇଁ ସରକାର ଅନୁମତି ଦେଇଛନ୍ତି। ଏହି ସମୟରେ ଜଳ ସଂରକ୍ଷଣ ଏବଂ ସିଞ୍ଚନ କାର୍ଯ୍ୟ ଆଦି କରିହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ମେ ୩ ପର୍ଯ୍ୟନ୍ତ ଏହି ସବୁ ସେବା ଉପରେ କଟକଣା ରହିବ
- ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ।
- ଟ୍ରେନ ଚଳାଚଳ ବନ୍ଦ।
- ବସ ସେବା ବନ୍ଦ।
- ମେଟ୍ରୋ ସେବା ବନ୍ଦ।
- ମେଡିକାଲ ସେବାରେ ନିୟୋଜିତ ଥିବା ବସ ସେବାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପରିବହନ ସେବା ବନ୍ଦ ରହିବ।
- ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷିଣ ଶିବିର, କୋଚିଂ ସେଣ୍ଟର ବନ୍ଦ ରହିବ।
- ହସ୍ପିଟାଲ ସର୍ଭିସେସ ବନ୍ଦ।
- ଟ୍ୟାକ୍ସି ସେବା ବନ୍ଦ, କେବଳ ଚୁକ୍ତି ଭିତ୍ତିକ ଟ୍ୟାକ୍ସି ସେବାକୁ ଅନୁମତି।
- ସିନେମା ହଲ୍, ସପିଂ ମଲ୍, ଜିମ୍ ସେଣ୍ଟର, ସ୍ପୋର୍ଟ୍ସ କମ୍ପଲେକ୍ସ, ସୁଇମିଂ ପୋଲ୍ସ, ଏଣ୍ଟେରଟେନମେଣ୍ଟ ପାର୍କ, ବାର, ଅଡିଟରିୟମ, ସମ୍ମିଳନୀ ବନ୍ଦ।
- ସମସ୍ତ ସାମାଜିକ, ରାଜନୀତିକ, ଧାର୍ମିକ ସମ୍ମିଳନୀ, ସାଧାରଣ ସଭା ବନ୍ଦ।
- ଶବସତ୍କାର ବେଳେ ସର୍ବାଧିକ ୨୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି।
ଏହି ସବୁ ସେବା ଖୋଲା ରହିବ
- ସମସ୍ତ ହସ୍ପିଟାଲ, ନର୍ସିଂ ହୋମ୍, କ୍ଲିନିକ୍, ଟେଲିମେଡିସିନ୍ ସୁବିଧା ଖୋଲା ରହିବ।
- ଜନ ଔଷଧି କେନ୍ଦ୍ର, ଔଷଧ ଦୋକାନ, ସ୍ୱାସ୍ଥ୍ୟ ଉପକରଣ ଦୋକାନ, ଫାର୍ମାସିଷ୍ଟ ଦୋକାନ, ଡିସପେନସାରୀ ଦୋକାନ, ପାଥୋଲାଜି ସେଣ୍ଟର ଖୋଲା ରହିବ।
- ଭେଟେନାରୀ ହସ୍ପିଟାଲ, ଭେଟେନାରୀ ଔଷଧ ଦୋକାନ ଖୋଲା ରହିବ।
- ଔଷଧ ତିଆରି କାରଖାନା, ସ୍ୱାସ୍ଥ୍ୟ ଉପକରଣ ତିଆରି କାରଖାନା ଆଦି ଖୋଲା ରହିବ।
- ହସ୍ପିଟାଲ ନିର୍ମାଣ, ଆମ୍ୱୁଲାନ୍ସ ମରାମତି ଓ ତିଆରି ସେଣ୍ଟର ଖୋଲା ରହିବ।
- ଆନ୍ତଃ ରାଜ୍ୟ, ଜିଲ୍ଲା ଭିତରେ ସ୍ୱାସ୍ଥ୍ୟ କର୍ମୀ, ନର୍ସ, ପାରାମେଡିକାଲ ଷ୍ଟାଫ୍, ଲାବ ଟେକ୍ନିସିଆନ୍, ବୈଜ୍ଞାନିକ, ଆମ୍ୱୁଲାନ୍ସ ଆଦି ଯିବା ଆସିବା କରିପାରିବେ।
- ଚାଷୀ ମାନେ ଜମିକୁ ଯାଇ କୃଷି କାର୍ଯ୍ୟ କରିପାରିବେ।
- କୃଷି ସହିତ ଜଡ଼ିତ ସମସ୍ତ ଦୋକାନ, ବ୍ୟବସାୟ କେନ୍ଦ୍ର ଖୋଲା ରହିବ।
- ପେଟ୍ରୋଲ୍ ପମ୍ପ, ଏଲ୍ପିଜି ସେବା ଜାରି ରହିବ, ଖୁଚୁରା ଗ୍ୟାସ୍ ଦୋକାନ ଖୋଲା ରହିବ, ଘରୋଇ ସିକ୍ୟୁରିଟି ସଂସ୍ଥା ଉପରେ କୌଣସି ପ୍ରତିବନ୍ଧକ ନାହିଁ।
- ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି ଖୋଲା ରହିବ।
- ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପ କଳ-କାରାଖାନା ଖୋଲା ରହିବ।
- ସବୁ ଗ୍ରୋସରୀ ଦୋକାନ ସହିତ ପନିପରିବା, ଫଳ, ମାଛମାଂସ, ଡାଏରୀ ମିଲ୍କ,ସାର, କୀଟନାଶକ ଓ ଗୋଖାଦ୍ୟ ଦୋକାନ, ବ୍ୟାଙ୍କ, ଇନ୍ସ୍ୟୁରାନ୍ସ ଅଫିସ୍, ଏଟିଏମ୍, ପ୍ରିଣ୍ଟ୍ ଓ ବୈଦ୍ୟୁତିକ ଗଣମାଧ୍ୟମ ଆଦି ଖୋଲା ରହିବ।
ମାର୍ଚ୍ଚ ୨୫ରୁ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଥିଲା କେନ୍ଦ୍ର। ଏପ୍ରିଲ ୧୪ରେ ପ୍ରଥମ ପର୍ଯ୍ୟାୟର ୨୧ ଦିନିଆ ଲକଡାଉନ ଅବଧି ଶେଷ ହୋଇଛି। ହେଲେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।