ଶ୍ରୀନଗର: ରାତି ପାହିଲେ ଖୋଲିଥା’ନ୍ତା ସ୍କୁଲ। ଛାତ୍ରଛାତ୍ରୀ ଦେଇଥା’ନ୍ତେ ବୋର୍ଡ ପରୀକ୍ଷା। କିନ୍ତୁ କଶ୍ମିରୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଏହି ସରକାରୀ ସ୍କୁଲରେ ନିଆଁ ଲଗାଇଦେଇଥିବା ଭଳି ସାଂଘାତିକ ଖବର ଆସି ପହଞ୍ଚିଛି। ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଏଭଳି ଘଟଣା ଘଟିଛି।
ଶନିବାର ଏହି ସ୍କୁଲରେ ପରୀକ୍ଷା ହୋଇଥା’ନ୍ତା। ଆତଙ୍କବାଦୀମାନେ ପରୀକ୍ଷା ବାବଦରେ ସୂଚନା ପାଇ ଏହି ସ୍କୁଲ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରିଥିଲେ। ଗତ କିଛି ସପ୍ତାହରେ ଏହା ଲଗାତାର ଦ୍ୱିତୀୟ ଘଟଣା।
ଗତ କିଛି ଦିନ ଆଗରେ ପୁଲ୍ୱାମାର ଏକ ସ୍କୁଲ ବାହାରେ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହି ସ୍ଥାନରେ ଗୁଳି ବିନିମୟ କାରଣରୁ ୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଭିତରେ ହିଁ ଅଟକି ରହିଥିଲେ। ଗତକାଲି ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାପରେ ହିଁ ଏହି ଘଟଣା ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬,୬୦୦ କୋଟିର ବିଟକଏନ ସ୍କାମ: FIR ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ
୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
Politics
ଝାରଖଣ୍ଡ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆକୁ ଛାଡ଼ି ଆଉ ସମସ୍ତେ କହିଲେ ବିଜେପି ଜିତିବ
ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।
Politics
ମହାରାଷ୍ଟ୍ରରେ ବିଗିଡ଼ିଲା ଖେଳ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କଲେ ସିନ୍ଦେ ପରିବାର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ପ୍ରଣୀତି ସିନ୍ଦେ। ବିଗିଡ଼ିଲା ମହାବିକାଶ ଅଘାଡ଼ି ଗଣିତ।
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।