ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପାଇଁ ସରକାର କ’ଣ ବିଚାର କରୁଛନ୍ତି, ପଢନ୍ତୁ ପୁରା ରିପୋର୍ଟ

Ordigital Desk
  • Published: Tuesday, 06 February 2018
  • , Updated: 06 February 2018, 09:59 PM IST
<p>ଭୁବନେଶ୍ୱର: ଆତ୍ମହତ୍ୟା କରୁଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ସରକାର ଗଠନ କରିବେ ଫାର୍ମର ୱେଲଫେୟାର &nbsp;ଫଣ୍ଡ&nbsp; ସରକାରୀ ସ୍ତରରେ ଏଭଳି ପ୍ରସ୍ତାବ ଆସିଥିବା ବେଳେ ଏହାକୁ କ୍ୟାବିନେଟର ମୋହର ଲାଗିବା ବାକି ଅଛି । ବଡ କଥା ହେଉଛି କେବେ ବି ଚାଷୀ ଆତ୍ମହତ୍ୟାକୁ ସ୍ୱିକାର କରୁ ନ ଥିବା ସରକାର ପ୍ରଥମ ଥର ପାଇଁ ହୃଦୟଙ୍ଗମ କରିଛନ୍ତି। &nbsp;ଉଭୟ ସରକାରୀ ଓ ହାତଉଧାରୀ ଘରୋଇ ଋଣଭାର ଯୋଗୁଁ &nbsp;ଭାଗଚାଷୀ ଅନେକ ସମୟରେ ଆତ୍ମହତ୍ୟା କରୁଛନ୍ତି।</p> <p>ବୃନ୍ଦା ସାହୁ, ହାଡୁ ବଗର୍ତ୍ତି, ଅକ୍ଷୟ ଦେହୁରୀ ଆତ୍ମହତ୍ୟା କରିଥିବା ଏମିତି ଅନେକ ଚାଷୀଙ୍କ ନାଁ ସରକାରଙ୍କ ଡାଏରୀରୁ ହଜିଗଲାଣି।&nbsp; ଏମାନଙ୍କ ଆତ୍ମହତ୍ୟାକୁ ନେଇ&nbsp; ବେଶ କିଛି ଦିନ ଧରି ବିତର୍କ ହେଲା । ବିଧାନସଭାରେ କଥା ଉଠିଲା ସରକାର ତଦନ୍ତ କଲେ। &nbsp;କିନ୍ତୁ ମାନିଲେ ନାହିଁ ଯେ ଏମାନେ ଫସଲ ହାନି କିମ୍ବା ଋଣ ଭାର ଯୋଗୁଁ ଆତ୍ମହତ୍ୟା କରିଛନ୍ତି। &nbsp;ଏବେ କିନ୍ତୁ ସରକାର ଚେତିଛନ୍ତି । ଏକପ୍ରକାର ମାନିଛନ୍ତିଯେ ଋଣଭାର ଯୋଗୁଁ ଅନେକ ଚାଷୀ ଆତ୍ମହତ୍ୟା କରିଛନ୍ତି। &nbsp;&nbsp;&nbsp;ଏବେ ମୁଖ୍ୟ ଶାସନ ସଚବିଙ୍କ ଅଧ୍ୟକ୍ଷତାରେ କିଛି ଦିନ ତଳେ ବୈଠକ ବସିଥିଲା।</p> <p>ଏହି ବୈଠକରେ ନିଷ୍ପତ୍ତି ଅନୁସାରେ&nbsp; ଅଦିନରେ ଜୀବନ ହାରୁ ଥିବା ଚାଷୀ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସରକାର, ଫାର୍ମର ୱେଲଫେୟାର ଫଣ୍ଡ ଗଠନ&nbsp; କରିବେ। &nbsp;ଏଥିପାଇଁ ଚାଷଜମିର କିସମ ପରିବର୍ତ୍ତନ&nbsp; ବେଳେ ସେସ୍ ଆଦାୟ କରି ଏହି ଟଙ୍କାକୁ ଫାର୍ମର ୱେଲଫେୟାର ଫଣ୍ଡରେ ରଖିବେ। &nbsp;ଫସଲ ହାନୀ କିମ୍ବା ଋଣ ଭାର ଯୋଗୁଁ ଚାଷୀ ଆତ୍ମହତ୍ୟା କଲେ ସେମାନଙ୍କ ପରିବାରକୁ ଏଥିରୁ କ୍ଷତିପୂରଣ ଦେବେ। ଏପଟେ ଚାଷୀ ଆତ୍ମହତ୍ୟା କଥାକୁ ସରକାର ଖୋଲାଖୋଲି &nbsp;ଅସ୍ୱୀକାର କରିବା ସହ&nbsp; ବଜାର, ବୀମା ଓ ଭିତ୍ତିଭୂମି ସମସ୍ୟା ନ ସୁଧାରି&nbsp; କେବଳ ଫଣ୍ଡ ଗଠନ କଲେ କିଛି ଲାଭ ହେବନି ବୋଲି କହିଛନ୍ତି ଚାଷୀ ନେତା । &nbsp;ସେପଟେ ବିଜେପି&nbsp; ସରକାରଙ୍କ ପ୍ରସ୍ତାବକୁ ସ୍ୱାଗତ କରିଥିବା ବେଳେ ଭାଗଚାଷୀଙ୍କୁ ତୁରନ୍ତ ଆଇନଗତ ମାନ୍ୟତା ଦେବାକୁ ଦାବି କରିଛି ।</p>

Related story