ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଲାଲଚୌକ ନିକଟରେ ଥିବା ହରି ସିଂହ ଷ୍ଟ୍ରିଟ୍ ସାଧାରଣତଃ ଜନଗହଳିପୂର୍ଣ୍ଣ ରହିଥାଏ। ସୁରକ୍ଷାକର୍ମୀ ମଧ୍ୟ ଏହି ବଜାରରେ ମୁତ୍ତୟନ ରହିଥାନ୍ତି। ଯବାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀ ମାନେ ଗ୍ରେନେଡ ଫିଙ୍ଗିଥିଲେ ବୋଲି ସୂଚନା ରହିଛି। ହେଲେ ଗ୍ରେନେଡ ରାସ୍ତାର ଗୋଟିଏ କଡ଼ରେ ପଡ଼ିଥିଲା। ଫଳରେ ଜଣେ ସଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।
ସୁରକ୍ଷାକର୍ମୀମାନ ଏବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗ୍ରେନେଡ ପଡ଼ିବା ପରେ ବଜାରରେ ଉପସ୍ଥିତ ଥିବା ଲୋକମାନେ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ଦଳଚକଟା ହୋଇଥିବାରୁ ଅନେକ ଆହତ ହୋଇଥିବା ସୂଚନା ରହିଛି। ଗତ ସପ୍ତାହରେ ମଧ୍ୟ ଆତଙ୍କବାଦୀ ଉତ୍ତର କଶ୍ମୀରର ଶୋପର ଜିଲ୍ଲାରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏଥିରେ ୧୫ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ତଦନ୍ତ ଆଳରେ ଉଲଗ୍ନ କଲା ପୁଲିସ, ଆତ୍ମହତ୍ୟା କରିଦେଲେ ମହିଳା
ମହିଳା ଜଣକ ଛାଡିଯାଇଥିବା ସୁସାଇଡ୍ ନୋଟ୍ ଅନୁଯାୟୀ, ପୁଲିସ ଅଧିକାରୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଡ୍ରେସ୍ ଖୋଲିବାକୁ କହିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ।
National
ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR
ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।
Viral
ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...
ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ କନିଆଁ ଘରକୁ ଯିବା ସମୟରେ ବର ବେକରୁ ଟଙ୍କା ମାଳ ନେଇ ଛୁ ମାରିଥିଲା ଜଣେ ଚୋର।
National
ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!
ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।