ଜିଏସଟିରୁ ବାଦ୍ ପଡ଼ିଥିଲେ ବି ମହଙ୍ଗା ହେବ ମଦ, ପଢ଼ନ୍ତୁ କେଉଁ ବ୍ରାଣ୍ଡ ଉପରେ କେତେ

ନୂଆଦିଲ୍ଲୀ: ଦେଶରେ ଜିଏସଟି ଲାଗୁ ହେବା ପରେ ବିଭିନ୍ନ ସାମଗ୍ରୀ ଉପରେ ଭିନ୍ନଭିନ୍ନ କର ପରିମାଣ ଲାଗୁ କରାଯାଇଛି । ନୂଆ ନିୟମ ଅନୁଯାୟୀ ଅନେକ ସାମଗ୍ରୀକୁ ସରକାର ନିଃଶୁଳ୍କ ଘୋଷଣା କରିଛନ୍ତି। ମଦକୁ ଜିଏସଟିରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ମଦ ଦର ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ବିଚାର କରାଯାଉଛି। କିନ୍ତୁ ଏ ସମ୍ଭାବନା ଭୁଲ୍ ହୋଇପାରେ। କାରଣ ସରକାର ମଦ ଉପରେ ଜିଏସ୍‌ଟି ଲାଗୁ କରିନଥିଲେ ବି ମଦ ତିଆରି ସାମଗ୍ରୀ ଉପରେ […]

wine-9

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 08:03 PM IST

ନୂଆଦିଲ୍ଲୀ: ଦେଶରେ ଜିଏସଟି ଲାଗୁ ହେବା ପରେ ବିଭିନ୍ନ ସାମଗ୍ରୀ ଉପରେ ଭିନ୍ନଭିନ୍ନ କର ପରିମାଣ ଲାଗୁ କରାଯାଇଛି । ନୂଆ ନିୟମ ଅନୁଯାୟୀ ଅନେକ ସାମଗ୍ରୀକୁ ସରକାର ନିଃଶୁଳ୍କ ଘୋଷଣା କରିଛନ୍ତି। ମଦକୁ ଜିଏସଟିରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ମଦ ଦର ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ବିଚାର କରାଯାଉଛି। କିନ୍ତୁ ଏ ସମ୍ଭାବନା ଭୁଲ୍ ହୋଇପାରେ। କାରଣ ସରକାର ମଦ ଉପରେ ଜିଏସ୍‌ଟି ଲାଗୁ କରିନଥିଲେ ବି ମଦ ତିଆରି ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯାଇଛି। ତେଣୁ ସରକାର ସିଧାସଳଖ ନ ହେଲେ ବି ପରୋକ୍ଷରେ ମଦକୁ ମହଙ୍ଗା କରିଦେଇଛନ୍ତି। ବିଶେଷ କରି ଗୁଡ଼, ମଦ ରହୁଥିବା ବୋତଲ ଏବଂ କାଚ ଉପରେ ୧୮ରୁ ୨୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି।

ପୂର୍ବରୁ ଏ ସବୁ ସାମଗ୍ରୀ ଉପରେ ୧୪.୫ ପ୍ରତିଶତ ଟ୍ୟାକ୍ସ ଥିଲା। ଯାହା ଫଳରେ ଏବେ ମଦ ଉତ୍ପାଦନକାରୀଙ୍କ ଉପରେ ଅଧିକ ବୋଝ ଲଦି ଦିଆଯାଇଛି। ସର୍ବଭାରତୀୟ ମଦ ଉତ୍ପାଦନକାରୀ ସଂଘର କହିବା ଅନୁଯାୟୀ, ମଦ ଉତ୍ପାଦନ ପରେ ୧୮ରୁ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ଦ୍ୱାରା ଏହା ଉପରେ ସମ୍ପୂର୍ଣ୍ଣ ଖର୍ଚ୍ଚକୁ ହିସାବ କଲେ ୨୦ରୁ ୨୫ ପ୍ରତିଶତ ଆସିଯିବ।

ତେଣୁ କ୍ଷତି ଭରଣା ପାଇଁ ମଦ ଉପରେ ବାଧ୍ୟ ହୋଇ ୧୨ରୁ ୧୫ ପ୍ରତିଶତ କର ଲଗାଇବାକୁ ମଦ ଉତ୍ପାଦନକାରୀ ସଂଘ ପକ୍ଷରୁ ବିଚାର କରାଯାଇଛି।। ମୋଟାମୋଟି ଭାବେ କହିବାକୁ ଗଲେ  ମଦ ଉପରେ ସର୍ବାଧିକ ୨୦ ପ୍ରତିଶତ କର ଲାଗୁ ହୋଇପାରେ। ତେବେ ମଦର ବ୍ରାଣ୍ଡକୁ ନେଇ ଏହି ଟ୍ୟାକ୍ସ ଫରକ ଆସିବ। ହାର୍ଡ଼ ଡ୍ରିଙ୍କସ୍‌ ଉପରେ ୨୦ ପ୍ରତିଶତ, ବିୟର ଉପରେ ୧୫ ପ୍ରତିଶତ ଏବଂ ୱାଇନ୍ ଉପରେ ୫ ପ୍ରତିଶତ କର ଲାଗୁ  ହୋଇପାରେ। ତେବେ ଏହି ଦରକୁ ବିଭିନ୍ନ ରାଜ୍ୟ ସରକାର ବିରୋଧ କରିପାରନ୍ତି ବୋଲି ମଦ ଉତ୍ପାଦନକାରୀ ସଂଘ ପକ୍ଷରୁ କୁହାଯାଇଛି।

Related story