ଗୁଜରାଟକୁ ଛାଡୁନି 'ବାୟୁ' ଭୟ, ଦୁର୍ବଳ ହୋଇଥିଲେ ବି ‘ଅତି ଗମ୍ଭୀର’ ଶ୍ରେଣୀରେ ସାମିଲ

ଅହମଦାବାଦ: ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣି ଗୁଜରାଟ ମୁହାଁ ହୋଇଛି। ଏଣୁ ଗୁଜରାଟବାସୀ ଚିନ୍ତା ବଢ଼ି ଯାଇଛି। ପ୍ରତିଦିନ ଏହି ସାମୁଦ୍ରିକ ଝଡ଼ ନିଜର ଗତିପଥ ବଦଳାଉ ଥିବାରୁ, ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି। ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁଯାୟୀ, ‘ବାୟୁ’ର ବେଗ ଦୁର୍ବଳ ହୋଇଥିଲେ ମଧ୍ୟ ‘ଅତି ଗମ୍ଭୀର’ ଶ୍ରେଣୀରେ ସାମିଲ ରହିଛି। ଗତକାଲି ‘ବାୟୁ’ର ଗତି ସମୁଦ୍ର ମଧ୍ୟରେ ପଶ୍ଚିମ ମୁହାଁ ହୋଇଛି। ଆସନ୍ତାକାଲି ଅପରାହ୍ନ […]

vayu1

Subhransu Sekhar
  • Published: Sunday, 16 June 2019
  • , Updated: 16 June 2019, 11:36 AM IST
ଅହମଦାବାଦ: ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣି ଗୁଜରାଟ ମୁହାଁ ହୋଇଛି। ଏଣୁ ଗୁଜରାଟବାସୀ ଚିନ୍ତା ବଢ଼ି ଯାଇଛି। ପ୍ରତିଦିନ ଏହି ସାମୁଦ୍ରିକ ଝଡ଼ ନିଜର ଗତିପଥ ବଦଳାଉ ଥିବାରୁ, ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି।
ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁଯାୟୀ, 'ବାୟୁ'ର ବେଗ ଦୁର୍ବଳ ହୋଇଥିଲେ ମଧ୍ୟ ‘ଅତି ଗମ୍ଭୀର’ ଶ୍ରେଣୀରେ ସାମିଲ ରହିଛି। ଗତକାଲି ‘ବାୟୁ’ର ଗତି ସମୁଦ୍ର ମଧ୍ୟରେ ପଶ୍ଚିମ ମୁହାଁ ହୋଇଛି। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ଗୁଜରାଟର କଚ୍ଛ ଉପକୂଳ ପହଞ୍ଚିବାର ସୂଚନା ରହିଛି।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଏବେ 'ବାୟୁ' ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ସୌରାଷ୍ଟ୍ର ଓ କଚ୍ଛ ମୁହାଁ ହୋଇ ଆସୁଛି। କିନ୍ତୁ ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇଯାଇଥିବ ବୋଲି ଆଶା କରାଯାଉଛି।

Related story