ଟ୍ରମ୍ପଙ୍କ ନଜରରୁ ଛପରଘର ଲୁଚାଇବାକୁ ପାଚେରୀ ଉଠଉଛି ଗୁଜରାଟ

ଅହମଦାବାଦ: ୨୪ ତାରିଖ ଦିନ ଗୁଜରାଟ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅହମଦାବାଦରେ ଏହି ଅବସରରେ ‘କେମ୍ ଛୋ ଟ୍ରମ୍ପ’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଅହମଦାବାଦ ନଗରପାଳିକା। ଗୋଟିଏ ପଟେ ଅହମଦାବାଦ ବିମାନବନ୍ଦରଠାରୁ ଆରମ୍ଭ ହୋଇ ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମ ରାସ୍ତା ଠିକ୍ କରାଯାଉଛି। ଅନ୍ୟପଟେ ଏହି ରାସ୍ତା ମଧ୍ୟରେ ଥିବା ଚାଳ ଛପର ଘରକୁ ଟ୍ରମ୍ପଙ୍କ ଆଖି ଆଗରୁ ଲୁଚାଇବା […]

wal-of-trumP

Subhransu Sekhar
  • Published: Thursday, 13 February 2020
  • , Updated: 13 February 2020, 05:31 PM IST

ଅହମଦାବାଦ: ୨୪ ତାରିଖ ଦିନ ଗୁଜରାଟ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅହମଦାବାଦରେ ଏହି ଅବସରରେ ‘କେମ୍ ଛୋ ଟ୍ରମ୍ପ’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଅହମଦାବାଦ ନଗରପାଳିକା। ଗୋଟିଏ ପଟେ ଅହମଦାବାଦ ବିମାନବନ୍ଦରଠାରୁ ଆରମ୍ଭ ହୋଇ ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମ ରାସ୍ତା ଠିକ୍ କରାଯାଉଛି। ଅନ୍ୟପଟେ ଏହି ରାସ୍ତା ମଧ୍ୟରେ ଥିବା ଚାଳ ଛପର ଘରକୁ ଟ୍ରମ୍ପଙ୍କ ଆଖି ଆଗରୁ ଲୁଚାଇବା ପାଇଁ ବଡ଼ ବଡ଼ ପାଚେରୀ ରାସ୍ତା ପାର୍ଶ୍ୱରେ ତିଆରି କରାଯାଉଥିବା ଦେଖିବାକୁ ମିଳିଛି।

ଝୁପୁଡ଼ି ଘରେ ରହୁଥିବା ଲୋକ ଏ ନେଇ କହିଛନ୍ତି, ପୂର୍ବରୁ କପଡ଼ା ଘେରି ତାଙ୍କ ଘରକୁ ଲୁଚା ଯାଉଥିଲା। ଏବେ ପାଚେରୀ ତିଆରି କରାଯାଉଛି। ଯଦି ରାଜ୍ୟର ଦାରିଦ୍ର୍ୟତାକୁ ଦେଖାଇବାକୁ ସରକାରଙ୍କୁ ଲାଜ ଲାଗୁଛି, ତା’ହେଲେ ଦାରିଦ୍ର୍ୟ ଉପରେ ସରକାର ବଡ଼ ପଦକ୍ଷେପ ନେବା ଦରକାର ପାଚେରୀ ନୁହେଁ। ତେବେ ପାଚେରୀ ନିର୍ମାଣକୁ ନେଇ ଅହମଦାବାଦ ମେୟର ବିଜଲ ପଟେଲ ଜାଣି ଅଜଣା ଭଳି ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଯେତେବେଳେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ଏବଂ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ଆସିବା ବେଳେ ପାଚେରୀ ଜାଗାରେ ବଡ଼ ବଡ଼ କପଡ଼ା ବାନ୍ଧି ଏହି ଝୁପୁଡ଼ି ଘରକୁ ଲୁଚାଯାଇଥିଲା।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ଗସ୍ତ ସମୟରେ ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମର ଉଦଘାଟନ କରିପାରନ୍ତି। ଯେଉଁଠି ଏକ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ରହିବାର ସୂଚନା ରହିଛି।

Related story