- Videos
- National
- ଗୁଜରାଟ: ପୁଣି ମେଲିବ ପଦ୍ମପାଖୁଡ଼ା, ପହଞ୍ଚି ପାରିବନି ହାତ! ପଢ଼ନ୍ତୁ କାହା ଗଣିତ କେମିତି
ଗୁଜରାଟ: ପୁଣି ମେଲିବ ପଦ୍ମପାଖୁଡ଼ା, ପହଞ୍ଚି ପାରିବନି ହାତ! ପଢ଼ନ୍ତୁ କାହା ଗଣିତ କେମିତି
- Published: Thursday, 14 December 2017
- , Updated: 14 December 2017, 09:14 PM IST

ନୂଆଦିଲ୍ଲୀ: ସରିଲା ଗୁଜରାଟ ବିଧାନସଭା ନିର୍ବାଚନ। ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୬୮.୭ ପ୍ରତିଶତ ମତଦାନ ହୋଇଛି। କାଁ ଭାଁ ହିଂସାକୁ ଛାଡିଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ୍ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ମତଦାନ କରିଛନ୍ତି। ତେବେ କିଛି ସର୍ଭେ କହୁଛି ଗୁଜରାଟ୍‌ରେ ପୁଣି ଫୁଟିବ ପଦ୍ମ।

ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍ ପୋଲରେ ବିଜେପି କ୍ଷମତା ବଜାୟ ରଖିବା ନେଇ ପୂର୍ବନୁମାନ କରାଯାଇଛି । ଟାଇମ୍ସ ନାଓ- VMR ଏକ୍‌ଜିଟ୍ ପୋଲ୍ ଅନୁସାରେ ଗୁଜରାଟର ୧୮୨ ସିଟ୍‌ରୁ ବିଜେପି ୧୦୯ ଆସନରେ ଜିତିବା ସମ୍ଭାବନା ରହିଛି। କଂଗ୍ରେସ ୭୦ ଏବଂ ଅନ୍ୟମାନେ ୩ଟି ଆସନ ପାଇବା ନେଇ ଆକଲନ କରାଯାଇଛି । NEWS18+C.VOTER ଏକ୍‌ଜିଟ୍ ପୋଲ୍ ମଧ୍ୟ ଗୁଜରାଟରେ ବିଜେପି କ୍ଷମତା ବଜାୟ ରଖିବା ନେଇ ପୂର୍ବାନୁମାନ କରିଛନ୍ତି।

ଏହି ସର୍ଭେ ଅନୁସାରେ ବିଜେପି ମେଣ୍ଟ ୧୦୮ଟି ଆସନ ଜିତିପାରେ। ସେହିପରି କଂଗ୍ରେସ ମେଣ୍ଟକୁ ୭୪ଟି ଆସନ ମିଳିବା ସମ୍ଭାବନା ଥିବା ସର୍ଭେ କହିଛି। ରିପବ୍ଲିକ ଟିଭି- ସି. ଭୋଟରର ଏକ୍‌ଜିଟ୍ ପୋଲ୍ ଅନୁସାରେ ବିଜେପି ମେଣ୍ଟକୁ ୧୦୮ଟି ଆସନ ମିଳିବ । କଂଗ୍ରେସ ମେଣ୍ଟକୁ ୭୪ ସିଟ୍ ମିଳିବା ନେଇ ଏହି ଏକ୍‌ଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି।

NEWS X ଏକ୍‌ଜିଟ୍ ପୋଲ୍ ଅନୁସାରେ ବିଜେପି ମେଣ୍ଟକୁ ୧୧୦ରୁ୧୨୦ ଆସନ ମିଳିବ, କଂଗ୍ରେସ ମେଣ୍ଟକୁ ୬୫ରୁ ୭୫ ଏବଂ ଅନ୍ୟାନ୍ୟକୁ ୨ରୁ୪ଟି ଆସନ ପାଇପାରନ୍ତି। ସେହିପରି INDIA TODAY ସର୍ଭେ ଅନୁସାରେ ବିଜେପି ମେଣ୍ଟ ୯୯ରୁ ୧୧୩, କଂଗ୍ରେସ ୬୮ରୁ ୮୨ ଏବଂ ଅନ୍ୟମାନେ ଗୋଟିଏରୁ ୪ଟି ସିଟ୍ ଜିତିପାରନ୍ତି।