ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡଲାଇନ, ରହିଛି ଏସବୁ ନିୟମ

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଦେଶରେ ଅନଲକ-୩ କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ଆସନ୍ତା ୫ ତାରିଖରୁ ଜିମ୍ନାସିୟମ ବା ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ଥିଲେ ହେଁ ଏଠାରେ କ’ଣ ସବୁ କରୋନା ନିୟମ ପାଳନ କରାଯିବ, ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନ ଅନୁଯାୟୀ-

୧-କେବଳ ନନ୍‌-କଣ୍ଟେନମେଣ୍ଟ ଜୋନରେ ଥିବା ଜିମ ଓ ଯୋଗ କେନ୍ଦ୍ରଗୁଡ଼ିକ ହିଁ ଅଗଷ୍ଟ ୫ ତାରିଖରୁ ଖୋଲି ପାରିବ।

୨- ୬୫ ବର୍ଷ ବୟସର ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷ ବୟସରୁ କମ ବୟସ୍କମାନଙ୍କୁ ଜିମ୍‌ କିମ୍ବା ଯୋଗକେନ୍ଦ୍ରକୁ ଯିବାକୁ ଅନୁମତି ମିଳିବ ନାହିଁ।

୩-ଯେଉଁ ମାନଙ୍କ ଶରୀରରେ ଅମ୍ଳଜାନ ୯୫%ରୁ କମ ରହୁଥିବା ସେମାନଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ।

୪- ପ୍ରଥମ ଦଫାରେ କିଛି ଲୋକ ବ୍ୟାୟାମ କରି ଯିବା ପରେ ଅତିକମରେ ୧୫ ମିନିଟ୍‌ ପରେ ଦ୍ୱିତୀୟ ଦଫାରେ ଲୋକମାନେ ଏହା ମଧ୍ୟକୁ ପ୍ରବେଶ କରିପାରିବେ। ଏହି ସମୟରେ ସାନିଟାଇଜ କାମ କରାଯିବ।

୫- ଜିମ୍ ଓ ଯୋଗ କେନ୍ଦ୍ର ମଧ୍ୟରେ ଲୋକଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତା ରହିବ।

୬-ଯୋଗାଭ୍ୟାସ ଓ ବ୍ୟାୟାମ କରିବା ବେଳେ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ଯଦି କେହି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତା’ହେଲେ ସେମାନେ ଭିସୋର ପରିନ୍ଧାନ କରିପାରିବେ।

୭-ନିୟମିତ ହାତ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ।

୮-ଆଉଟ ଡୋରରେ ବ୍ୟାୟାମ କରିବା ଭଲ। ଯଦି ସୁବିଧା ଥିବ, ତା’ହେଲେ ଜିମ ମାଲିକମାନେ ଏହାର ବ୍ୟବସ୍ଥା କରିପାରିବେ।

୯- ପ୍ରତି ଇକ୍ୟୁପମେଣ୍ଟ ଭିତରେ ୬ ଫୁଟର ଦୂରତା ରହିବ।

୧୦- ଜିମ କିମ୍ବା ଯୋଗ କେନ୍ଦ୍ରରେ ଛେପ ପକାଇବା ସଂପୂର୍ଣ୍ଣ ବାରଣ କରାଯାଇଛି।

୧୧-ନିୟମିତ ଭାବେ ପରିସର, ଆସବାବାପତ୍ର ଓ ଅନ୍ୟାନ୍ୟ ଜିନିଷକୁ ସାନିଟାଇଜ କରାଯିବ।

୧୨-କଣ୍ଟାକ୍ଟ ଲେସ୍‌ ପେମେଣ୍ଟକୁ ଗୁରୁତ୍ୱ ଦିଆଯିବ।

୧୩-କେବଳ ଲକ୍ଷଣହୀନ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

୧୪-ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ

ବିଜୟରୁ ଆଇପିଏଲ୍ ଆରମ୍ଭ କଲା ବିରାଟଙ୍କ ଆରସିବି

କଭି ଖୁସି କଭି ଗମ୍ ହେଉଛି ‘ବିଜେଡି-ବିଜେପି’ ରାଜନୀତି: ନିରଞ୍ଜନ

ଗୃହମନ୍ତ୍ରୀଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦେଲେ ବିଜେଡି ସଭାନେତ୍ରୀ

ନୀଳାଚଳ ପରିଡ଼ାଙ୍କୁ ଜର୍ସି ଉତ୍ସର୍ଗ କଲେ କ୍ରିସ୍ ମୋରିସ୍

ଆରୋଗ୍ୟ ହେଲେ ୩୭୦୪ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣିଲେ

ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୮୩ ଲୋକାଲ୍‌ କେସ

ନିଲମ୍ବନ ବିରୋଧରେ ଧାରଣାରେ ଆଠ ସାଂସଦ, ଗୃହ କାର୍ଯ୍ୟ ଠପ୍

ହଂସୁଆରେ ଭାସୁଛି ମାଆର ମୃତଦେହ, ଆଉ ଗାଁ ପୋଖରୀରେ ଝିଅ

ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି

ରିଆ ଜଣେ ଛୋଟ ଡ୍ରଗ୍ସ ବ୍ୟବସାୟୀ ନୁହନ୍ତି: ଏନସିବି ମୁଖ୍ୟ

ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ସଂସଦର ଗାରିମାକୁ ନଷ୍ଟ କରିଛି: ରାଜନାଥ