ହାଫିଜ୍ ସୟିଦର ସଂଗଠନକୁ ବ୍ୟାନ୍ କରିବେନି ପାକିସ୍ତାନ ସରକାର

ଇସଲାମବାଦ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ହାଫିଜ୍ ସୟିଦର ସଂଗଠନ ଜମାତ-ଉଦ୍-ଦାୱାହ ଉପରେ ବ୍ୟାନ୍ ଲଗାଇବାକୁ ମନା କରି ଦେଇଛନ୍ତି ପାକିସ୍ତାନ ସରକାର। ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ତାଙ୍କ ସଂଗଠନର ଲସ୍କର-ଇ-ତୋଇବା ସହିତ କୌଣସି ସଂପର୍କ ନାହିଁ। ଏନେଇ କୌଣସି ପ୍ରମାଣ ନାହିଁ। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ଅବସରପ୍ରାପ୍ତ ଜେନରାଲ ଅବଦୁଲ୍ କାଦିର ବାଲୋଚ କହିଛନ୍ତି ଯେ  ଜମାତ-ଉଦ୍-ଦାୱାହ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଅନ୍ୟ ଏକ ନାମ ବୋଲି ଜାତିସଂଘର […]

Hafiz-Sayeed

Rakesh Mallick
  • Published: Wednesday, 08 July 2015
  • , Updated: 04 May 2017, 03:45 PM IST

ଇସଲାମବାଦ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ହାଫିଜ୍ ସୟିଦର ସଂଗଠନ ଜମାତ-ଉଦ୍-ଦାୱାହ ଉପରେ ବ୍ୟାନ୍ ଲଗାଇବାକୁ ମନା କରି ଦେଇଛନ୍ତି ପାକିସ୍ତାନ ସରକାର। ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ତାଙ୍କ ସଂଗଠନର ଲସ୍କର-ଇ-ତୋଇବା ସହିତ କୌଣସି ସଂପର୍କ ନାହିଁ। ଏନେଇ କୌଣସି ପ୍ରମାଣ ନାହିଁ।

ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ଅବସରପ୍ରାପ୍ତ ଜେନରାଲ ଅବଦୁଲ୍ କାଦିର ବାଲୋଚ କହିଛନ୍ତି ଯେ  ଜମାତ-ଉଦ୍-ଦାୱାହ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଅନ୍ୟ ଏକ ନାମ ବୋଲି ଜାତିସଂଘର ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହା ସହିତ ଏହାକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି।  ତେବେ ଏହି ଦୁଇ ସଂଗଠନ ମଧ୍ୟରେ କୌଣସି ସଂପର୍କ ଥିବା ନେଇ ପାକିସ୍ତାନ ସରକାରଙ୍କୁ ପ୍ରମାଣ ମିଳି ନାହିଁ।

ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଜମାତ-ଉଦ୍-ଦାୱାହ ବିଭିନ୍ନ ପ୍ରକାର ଚାରିଟି ଓ ସମାଜସେବା କାମରେ ସଂପୃକ୍ତ ରହିଛି। ସଂଗଠନ ଡାକ୍ତରଖାନା, କ୍ଲିନିକ୍, ସ୍କୁଲ୍, ଆମ୍ବୁଲାନ୍ସ ସେବା ସହିତ ଧାର୍ମିକ ଅନୁଷ୍ଠାନ ଚଳାଉଛି।

Related story