ସରକାରୀ ସ୍କୁଲରେ ହ୍ୟାପିନେଶ କ୍ଲାସ ଦେଖିଲେ ମେଲାନିଆ

ନୂଆଦିଲ୍ଲୀ: ଗୋଟିଏ ପଟେ ଦିଲ୍ଲୀରେ ସିଏଏ ବିରୋଧରେ ହିଂସାତ୍ମକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ସରକାରୀ ସ୍କୁଲ ଯାଇ ହ୍ୟାପିନେଶ କ୍ଲାସ ବୁଲିଛନ୍ତି। ଆଜି ସକାଳେ ମେଲାନିଆ ଦକ୍ଷିଣ ଦିଲ୍ଲୀର ମୋତି ବାଗ ଠାରେ ଥିବା ସର୍ବୋଦୟ କୋ ଏଡୁକେସନ ସିନିୟର ସେକେଣ୍ଡାରୀ ସ୍କୁଲ ଯାଇଥିଲେ। ଏଠାରେ ତାଙ୍କୁ ଛାତ୍ରଛାତ୍ରୀମାନେ ଆଳତୀ କରି ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀମାନେ ହିଁ ବ୍ୟାଣ୍ଡ ବଜାଇଥିଲେ ଓ ମେଲାନିଆଙ୍କୁ ଟୀକା ଲଗାଇଥିଲେ। ଶେଷରେ […]

m

Hemant Lenka
  • Published: Tuesday, 25 February 2020
  • , Updated: 25 February 2020, 03:53 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଦିଲ୍ଲୀରେ ସିଏଏ ବିରୋଧରେ ହିଂସାତ୍ମକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ସରକାରୀ ସ୍କୁଲ ଯାଇ ହ୍ୟାପିନେଶ କ୍ଲାସ ବୁଲିଛନ୍ତି।

ଆଜି ସକାଳେ ମେଲାନିଆ ଦକ୍ଷିଣ ଦିଲ୍ଲୀର ମୋତି ବାଗ ଠାରେ ଥିବା ସର୍ବୋଦୟ କୋ ଏଡୁକେସନ ସିନିୟର ସେକେଣ୍ଡାରୀ ସ୍କୁଲ ଯାଇଥିଲେ। ଏଠାରେ ତାଙ୍କୁ ଛାତ୍ରଛାତ୍ରୀମାନେ ଆଳତୀ କରି ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀମାନେ ହିଁ ବ୍ୟାଣ୍ଡ ବଜାଇଥିଲେ ଓ ମେଲାନିଆଙ୍କୁ ଟୀକା ଲଗାଇଥିଲେ।

ଶେଷରେ ମେଲାନିଆଙ୍କୁ ଫୁଲ ଦିଆଯାଇଥିଲା। ଏହାପରେ ସେ ସ୍କୁଲରେ ଆୟୋଜିତ ହ୍ୟାପିନେଶ କ୍ଲାସରେ ପିଲାମାନଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ।

୨୦୧୮ରେ ଅରବିନ୍ଦ କେଜ୍ରୱାଲ ସରକାର ଏହି ହ୍ୟାପିନେଶ କ୍ଲାସ ଆରମ୍ଭ କରିଥିଲେ। ୪୫ ମିନିଟ୍ ଧରି ଚାଲୁଥିବା ଏହି କ୍ଲାସରେ ପିଲାମାନଙ୍କୁ ଯୋଗ ଠାରୁ ଆରମ୍ଭ କରି ଷ୍ଟୋରି ଟେଲିଂ ଓ ମାନସିକସ୍ତରର ବ୍ୟାୟାମ କରାଯାଇଥାଏ। ଆଜି ବି ମେଲାନିଆଙ୍କ ଆଗରେ ଏସବୁ କାର୍ଯ୍ୟ କରାଯାଇଥିଲା। ଏହାକୁ ଦେଖି ମେଲାନିଆ ଖୁସି ହୋଇଯାଇଥିଲେ।

ମେଲାନିଆ କହିଛନ୍ତି, “ଏହା ଅତ୍ୟନ୍ତ ପ୍ରେରଣା ଦାୟକ। ପ୍ରତିଦିନ ପିଲାମାନେ ନିଜର ମାଇଣ୍ଡ ଫ୍ରେଶ କରିବା ସହ ଷ୍ଟୋରି ଟେଲିଂ ଓ ପ୍ରକୃତି ସହ ଯୋଡ଼ି ହୋଇପାରୁଛନ୍ତି। ମୁଁ ଭାବିପାରୁ ନାହିଁ ଯେ ଏହାଠାରୁ କୌଣସି ଭଲ ଜିନିଷ ଦ୍ୱାରା ଆମେ ଆମ ଦିନ ଆରମ୍ଭ କରିପାରିବା।”

ମେଲାନିଆ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରସ୍ପର ସହ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପିଲାଙ୍କୁ ଏସବୁ ବିଷୟରେ ଶିଖାଉଥିବା ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ମେଲାନିଆଙ୍କୁ ଦୁଇ ଜଣ ଛାତ୍ରୀ ନିଜର ପ୍ରୋଜେକ୍ଟ ମଧ୍ୟ ଦେଖାଇଥିଲେ। ସ୍କୁଲର ଗାର୍ଡେନରେ ବି ମେଲାନିଆ ପିଲାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏଥିସହ କିଛି ପିଲାଙ୍କୁ ସେ କୁଣ୍ଢାଇ ଧରିଥିଲେ।

Related story