ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସଆଇଟି ଗଠନ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଏସଆଇଟି ତଦନ୍ତ କରି ରିପୋର୍ଟ ଦେବ। କିନ୍ତୁ ଏସଆଇଟିର ତଦନ୍ତକୁ ନେଇ ଖୋଦ ପୀଡ଼ିତାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଘଟଣା ସମ୍ପର୍କରେ ବାହାରେ ମୁହଁ ଖୋଲିବାକୁ ସେମାନଙ୍କ ଉପରେ ଚାପ ପକାଉଛନ୍ତି। […]

x

Hemant Lenka
  • Published: Thursday, 01 October 2020
  • , Updated: 01 October 2020, 05:09 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସଆଇଟି ଗଠନ କରିଛନ୍ତି।

ଆସନ୍ତା ୭ ଦିନ ମଧ୍ୟରେ ଏସଆଇଟି ତଦନ୍ତ କରି ରିପୋର୍ଟ ଦେବ। କିନ୍ତୁ ଏସଆଇଟିର ତଦନ୍ତକୁ ନେଇ ଖୋଦ ପୀଡ଼ିତାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଘଟଣା ସମ୍ପର୍କରେ ବାହାରେ ମୁହଁ ଖୋଲିବାକୁ ସେମାନଙ୍କ ଉପରେ ଚାପ ପକାଉଛନ୍ତି। ତେଣୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ସେ ନିବେଦନ କରିଛନ୍ତି।

ପୀଡ଼ିତାଙ୍କ ବାପା କହିଛନ୍ତି, ଆମେ ତଦନ୍ତରେ ଆଦୌ ସନ୍ତୁଷ୍ଟ ନାହୁଁ। ଆମେ ଚାହୁଁଛୁ ଯେ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉ। ଆମର ପୂରା ପରିବାର ଗୃହବନ୍ଦୀ ହୋଇ ରହିଛନ୍ତି। ଏପରି କି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଆମ ପାଖକୁ ଛଡ଼ା ଯାଉନାହିଁ ବୋଲି ସେ କହିଛନ୍ତି।

Related story