ବୁଧବାର ରାଜୀବ କୁମାରଙ୍କ ଆବେଦନର ଶୁଣାଣି

କୋଲକାତା: ଶାରଦା ଚିଟ୍‌ଫଣ୍ଡ ଘୋଟାଲାରେ ଫସିଥିବା ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଆବେଦନର ଶୁଣାଣି ଆସନ୍ତା ବୁଧବାର ଦିନ ହେବ। ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବାରୁ ଏଥିରୁ ବର୍ତ୍ତିବା ପାଇଁ ଆଇପିଏସ୍‌ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟଙ୍କ ଏକକ ବେଞ୍ଚ ବିଚାରପତି ଜଷ୍ଟିସ୍‌ ଆଶା ଅରୋରା ଜୁଲାଇ ୧୭ ତାରିଖ ଦିନ ୧୨ଟାରେ ଏହାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ କୋର୍ଟ ଜୁଲାଇ ୨୨ […]

sax

Hemant Lenka
  • Published: Monday, 15 July 2019
  • , Updated: 14 September 2019, 04:46 PM IST

କୋଲକାତା: ଶାରଦା ଚିଟ୍‌ଫଣ୍ଡ ଘୋଟାଲାରେ ଫସିଥିବା ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଆବେଦନର ଶୁଣାଣି ଆସନ୍ତା ବୁଧବାର ଦିନ ହେବ।

ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବାରୁ ଏଥିରୁ ବର୍ତ୍ତିବା ପାଇଁ ଆଇପିଏସ୍‌ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟରେ ଆବେଦନ କରିଥିଲେ।

ହାଇକୋର୍ଟଙ୍କ ଏକକ ବେଞ୍ଚ ବିଚାରପତି ଜଷ୍ଟିସ୍‌ ଆଶା ଅରୋରା ଜୁଲାଇ ୧୭ ତାରିଖ ଦିନ ୧୨ଟାରେ ଏହାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ କୋର୍ଟ ଜୁଲାଇ ୨୨ ତାରିଖ ଯାଏ ରାଜୀବ କୁମାରଙ୍କୁ ସିବିଆଇ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଥିଲେ।

ସିବିଆଇ ରାଜୀବ କୁମାରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍‌ କରିଥିଲା। ଏହା ବିରୋଧରେ ରାଜୀବ କୁମାର ପ୍ରଥମେ ତଳ କୋର୍ଟରେ ଆବେଦନ କରିଥିଲେ। ହେଲେ ତଳ କୋର୍ଟ ତାଙ୍କୁ କୌଣସି ପ୍ରକାରର ସୁରକ୍ଷା ଯୋଗାଇ ଦେଇ ନଥିଲେ। ଫଳରେ ସେ କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶାରଦା ଚିଟ୍‌ଫଣ୍ଡ ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ମୁଖ୍ୟ ଥିଲେ ରାଜୀବ କୁମାର। ଏହି ସମୟରେ ସେ ଏହି ଘଟଣାରେ ଏକାଧିକ ପ୍ରମାଣ ନଷ୍ଟ କରିଥିବା ସିବିଆଇ ଜାଣିବାକୁ ପାଇଛି। ଉଲ୍ଲେଖଯୋଗ୍ୟ, ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା।

Related story