ପ୍ରଧାନ ଶିକ୍ଷକଙ୍କ ଜଘନ୍ୟ କାଣ୍ଡ, ସ୍କୁଲରେ ୫ ନାବାଳିକାଙ୍କୁ କରୁଥିଲେ ବାରମ୍ବାର ଦୁଷ୍କର୍ମ!

ହାଇଦ୍ରାବାଦ: ସ୍କୁଲ ଭଳି ପବିତ୍ର ସ୍ଥାନରେ ଦୁଷ୍କର୍ମ ଭଳି କୁକର୍ମ କରିଛନ୍ତି ଜଣେ ପ୍ରଧାନ ଶିକ୍ଷକ। ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ୫ ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଜଣଙ୍କ ସେହିଠାରେ ହିଁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀମାନଙ୍କ ବୟସ ୭ରୁ ୧୧ ବର୍ଷ। ୨୦୨୦ ଅଗଷ୍ଟ ମାସରୁ ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଥିବା ଗୋଟିଏ ସରକାରୀ ପ୍ରାଥମିକ ସ୍କୁଲରେ ଏହି ଜଘନ୍ୟକାଣ୍ଡ ଚାଲିଥିଲା ବୋଲି ପୁଲିସ ଜାଣିବାକୁ […]

f

Hemant Lenka
  • Published: Wednesday, 16 December 2020
  • , Updated: 16 December 2020, 03:16 PM IST

ହାଇଦ୍ରାବାଦ: ସ୍କୁଲ ଭଳି ପବିତ୍ର ସ୍ଥାନରେ ଦୁଷ୍କର୍ମ ଭଳି କୁକର୍ମ କରିଛନ୍ତି ଜଣେ ପ୍ରଧାନ ଶିକ୍ଷକ। ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ୫ ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଜଣଙ୍କ ସେହିଠାରେ ହିଁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀମାନଙ୍କ ବୟସ ୭ରୁ ୧୧ ବର୍ଷ। ୨୦୨୦ ଅଗଷ୍ଟ ମାସରୁ ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଥିବା ଗୋଟିଏ ସରକାରୀ ପ୍ରାଥମିକ ସ୍କୁଲରେ ଏହି ଜଘନ୍ୟକାଣ୍ଡ ଚାଲିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ଘଟଣାରେ ପୁଲିସ୍ ଆଇପିସିର ଧାରା ୩୭୬ ଓ ପସ୍କୋ ଆକ୍ଟରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରିଛି। ହେଲେ ସେ ଫେରାର ରହିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ପ୍ରଧାନ ଶିକ୍ଷକଙ୍କ ବୟସ ୪୦ ବର୍ଷ। ସେ ଛାତ୍ରୀମାନଙ୍କୁ ଯୌନ ଉତ୍ପୀଡ଼ନ ଦେବା ପୂର୍ବରୁ ପ୍ରଥମେ ସେମାନଙ୍କୁ ପର୍ଣ୍ଣ ଭିଡିଓ ଦେଖାଉଥିଲେ। ଏହାପରେ ବଳ ପୂର୍ବକ ଦୁଷ୍କର୍ମ କରୁଥିଲେ। ସେମାନଙ୍କୁ ଏକଥା ବାହାରେ ନ କହିବାକୁ  ଧମକ ମଧ୍ୟ ଦେଉଥିଲେ।

ନିକଟରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ୭ ବର୍ଷୀୟ ଛାତ୍ରୀ ଅସୁସ୍ଥ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ମା’ଙ୍କୁ ସବୁ କଥା କହିବା ସହ ପ୍ରଧାନ ଶିକ୍ଷକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସମ୍ପର୍କରେ ଜଣାଇଥିଲେ।

ପୁଲିସ୍ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ପ୍ରଧାନ ଶିକ୍ଷକ ଜଣଙ୍କ କେବଳ ଏହି ଛାତ୍ରୀଙ୍କୁ ନୁହେଁ, ସ୍କୁଲରେ ପାଠପଢ଼ୁଥିବା ୫ ଜଣ ଛାତ୍ରୀଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ ଜାରି କରାଯାଇଥିଲା।

ତେବେ ଲକଡାଉନ ସାମାନ୍ୟ କୋହଳ ହେବା ପରେ ରୋଟେସନ ବେସିସରେ ଦୁଇ ଜଣ ଶିକ୍ଷକ ସ୍କୁଲ ଯାଉଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ମଧ୍ୟ ରହିଥିଲେ। ପ୍ରଧାନ ଶିକ୍ଷକ ଜଣଙ୍କ ଯେତେବେଳେ ବି ଡ୍ୟୁଟିକୁ ଆସୁଥିଲେ ସେତେବେଳେ ଜଣେ ଛାତ୍ରୀଙ୍କୁ ନିଜ ସହ ସ୍କୁଲକୁ ଆଣୁଥିଲେ। ଏହି ସମୟରେ ହିଁ ସେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ।

ଜଣେ ପୀଡ଼ିତାଙ୍କ ମା’ କହିଛନ୍ତି, “ମୋ ଝିଅକୁ ଶିକ୍ଷକ ଜଣଙ୍କ ସ୍କୁଲକୁ କ୍ଲାସ କରିବାକୁ ଡାକିଲା ବେଳେ ସେ ସର୍ବଦା ମନା କରେ। ଏହାର କାରଣ ଜାଣିବା ପାଇଁ ମୁଁ ଚାହିଁଥିଲି। ହେଲେ ସେ କିଛି ବି କହିନଥିଲା। ନିକଟରେ ସେ ଅସୁସ୍ଥ ହେବା ସହ ଚାଲିବାରେ କଷ୍ଟ ଅନୁଭବ କରିଥିଲା।

ଏଭଳି ସ୍ଥିତିରେ ମଧ୍ୟ ମୁଁ ତା’ ସହ ଏମିତି ଘଟିଥିବ ବୋଲି ଆଶଙ୍କା କରି ନଥିଲି। ତେବେ ବାରମ୍ବାର ପଚାରିବା ପରେ ସେ ସବୁ କଥା କହିଥିଲା। ଶିକ୍ଷକ ଜଣଙ୍କ ଦୁଷ୍କର୍ମ କରିବା ପରେ ଛୁରୀ ଦେଖାଇ ଏକଥା କାହାକୁ ନ କହିବାକୁ ଛାତ୍ରୀମାନଙ୍କୁ ଧମକ ଦେଉଥିଲା।”

ପୁଲିସ୍‌ ସମସ୍ତ ୫ ଛାତ୍ରୀଙ୍କ ମେଡିକାଲ ଟେଷ୍ଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story