ଷ୍ଟ୍ରେଚର୍ ମିଳିଲାନି, ନବଜାତକୁ ଅକ୍ସିଜେନ ସିଲିଣ୍ଡର ସହ ବୋହିନେଲେ ସମ୍ପର୍କୀୟ

ପାଟନା: ପାଟନାରେ ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର। ସାମାନ୍ୟ ଷ୍ଟ୍ରେଚର ଖଣ୍ଡେ ମିଳିଲାନି ବୋଲି କଅଁଳ ପିଲାକୁ ଅକ୍ସିଜେନ୍ ସିଲିଣ୍ଡର ଲାଗିଥିବା ଅବସ୍ଥାରେ ବୋହି ମେଡ଼ିକାଲ ନେଲେ ପରିବାର ଲୋକେ। ନବଜାତ ଶିଶୁ ମୁହଁରେ ଅକ୍ସିଜେନ୍ ଲାଗିଛି । ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଅକ୍ସିଜେନ୍ ସିଲିଣ୍ଡରକୁ ହାତରେ ଧରିଛନ୍ତି। ହୁଏତ ଏହି କଥା ଆପଣଙ୍କୁ ବିଚଳିତ କରୁଥାଇପାରେ। କିନ୍ତୁ ସରକାରୀ ବ୍ୟବସ୍ଥାର ଏ ହେଉଛି ନଗ୍ନ ରୂପ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ.- ଡାକ୍ତରଖାନା କର୍ତ୍ତୃପକ୍ଷ ଷ୍ଟେଚର୍ […]

tttt

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 03:32 PM IST

ପାଟନା: ପାଟନାରେ ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର। ସାମାନ୍ୟ ଷ୍ଟ୍ରେଚର ଖଣ୍ଡେ ମିଳିଲାନି ବୋଲି କଅଁଳ ପିଲାକୁ ଅକ୍ସିଜେନ୍ ସିଲିଣ୍ଡର ଲାଗିଥିବା ଅବସ୍ଥାରେ ବୋହି ମେଡ଼ିକାଲ ନେଲେ ପରିବାର ଲୋକେ। ନବଜାତ ଶିଶୁ ମୁହଁରେ ଅକ୍ସିଜେନ୍ ଲାଗିଛି । ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଅକ୍ସିଜେନ୍ ସିଲିଣ୍ଡରକୁ ହାତରେ ଧରିଛନ୍ତି। ହୁଏତ ଏହି କଥା ଆପଣଙ୍କୁ ବିଚଳିତ କରୁଥାଇପାରେ। କିନ୍ତୁ ସରକାରୀ ବ୍ୟବସ୍ଥାର ଏ ହେଉଛି ନଗ୍ନ ରୂପ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ.- ଡାକ୍ତରଖାନା କର୍ତ୍ତୃପକ୍ଷ ଷ୍ଟେଚର୍ କିମ୍ବା ଆମ୍ବୁଲାନ୍ସ ଦେବାକୁ ମନା କଲେ। ଫଳରେ ଗୁରୁତର ଅବସ୍ଥାରେ ଥିବା ନବଜାତକୁ  ବୋହି ବୋହି ମେଡ଼ିକାଲର ଅନ୍ୟ ଏକ ବିଭାଗକୁ ନେବାକୁ ପଡ଼ିଥିଲା।

ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ।

Related story