ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ୍‌ ପ୍ରତାପଙ୍କ ସହ ଶାର୍ପ ସୁଟର୍‌ ମହମ୍ମଦ

ନୂଆଦିଲ୍ଲୀ: ବିହାରର ସାମ୍ୱାଦିକ ରାଜଦେବ ରଞ୍ଜନ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଶାର୍ପ ସୁଟର୍‌ ମହମ୍ମଦ କୈଫଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ବିହାରର ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ୍‌ ପ୍ରତାପ ଯାଦବଙ୍କ ସହ କୈଫ୍‌ଙ୍କୁ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଭାଗଲପୁର ଜେଲ୍‌ରୁ ମୁକୁଳିବା ପରେ ଆରଜେଡିର ପୂର୍ବତନ ସାଂସଦ ଶାହାବୁଦ୍ଦିନ୍‌ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ସାମ୍ନାକୁ ଆସିଥିବା କୈଫ୍‌ ଓ ପ୍ରତାପଙ୍କ ଫଟୋ କେଉଁ ସମୟର ତାହା ଜଣାପଡ଼ି ନାହିଁ। ଏନେଇ […]

tej-pratap

tej-pratap

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 03:45 PM IST

Sports

Latest News

ନୂଆଦିଲ୍ଲୀ: ବିହାରର ସାମ୍ୱାଦିକ ରାଜଦେବ ରଞ୍ଜନ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଶାର୍ପ ସୁଟର୍‌ ମହମ୍ମଦ କୈଫଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ବିହାରର ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ୍‌ ପ୍ରତାପ ଯାଦବଙ୍କ ସହ କୈଫ୍‌ଙ୍କୁ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଭାଗଲପୁର ଜେଲ୍‌ରୁ ମୁକୁଳିବା ପରେ ଆରଜେଡିର ପୂର୍ବତନ ସାଂସଦ ଶାହାବୁଦ୍ଦିନ୍‌ ସହ ତାଙ୍କୁ ଦେଖିବାକୁ ମିଳିଥିଲା।

ସାମ୍ନାକୁ ଆସିଥିବା କୈଫ୍‌ ଓ ପ୍ରତାପଙ୍କ ଫଟୋ କେଉଁ ସମୟର ତାହା ଜଣାପଡ଼ି ନାହିଁ। ଏନେଇ ତେଜ୍‌ ପ୍ରତାପଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। କୈଫ୍‌ ଶାହାବୁଦ୍ଦିନ୍‌ଙ୍କୁ ସ୍ୱାଗତ କରିବା ପାଇଁ ଭାଗଲପୁର ଜେଲ୍‌ ଯାଇଥିବା ଫଟୋ ସାମ୍ନାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ୍‌ ତାଙ୍କୁ ଗିରଫ କରି ନାହିଁ।

 ସିୱାନ୍‌ ଏସ୍‌ପି ସୌରଭ କୁମାର କହିଛନ୍ତି,“ ଏହା ମହମ୍ମଦ କୈଫ୍‌ ଓରଫ୍‌ ବଣ୍ଟିର ଫଟୋ। ଭାଗଲପୁରରୁ ଶାହାବୁଦ୍ଦିନ୍‌ଙ୍କ ଘର ପର୍ଯ୍ୟନ୍ତ ତାକୁ ଦେଖିବାକୁ ମିଳିଛି। କୈଫ୍‌କୁ ଗିରଫ କରିବା ପାଇଁ ପୋଲିସ୍ ପୂର୍ବରୁ ଅନେକ ଥର ତାଙ୍କ ଘରେ ଚଢ଼ାଉ କରିଥିଲା। କିନ୍ତୁ କୈଫ୍‌ଙ୍କୁ ସାମ୍ନାକୁ ଆସି ମଧ୍ୟ ତାକୁ ଗିରଫ  କରାଯାଇ ପାରି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos