ବିଦେଶରୁ ଆସୁଥିବା ଯାତ୍ରୀଙ୍କ ନିୟମରେ କୋହଳ

ନୂଆଦିଲ୍ଲୀ: ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ଭାରତ ସରକାର କହିଛନ୍ତି। ଏହା ପରେ ଆଉ ୭ ଦିନ ଘରେ ଏକାନ୍ତବାସରେ ରହିବାକୁ ହେବ। ଅଗଷ୍ଟ ୮ ତାରିଖରୁ କାର୍ଯ୍ୟକାରୀ ହେବ ଏହି ନିୟମ। ଯେଉଁ ଯାତ୍ରୀ ଆସିବେ ସେମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଅନଲାଇନ୍ ପୋର୍ଟାଲରେ ଜରିଆରେ ସୂଚନା ଦେବେ। […]

Delhi-Airport (1)

Subhransu Sekhar
  • Published: Sunday, 02 August 2020
  • , Updated: 02 August 2020, 11:09 PM IST

ନୂଆଦିଲ୍ଲୀ: ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ଭାରତ ସରକାର କହିଛନ୍ତି। ଏହା ପରେ ଆଉ ୭ ଦିନ ଘରେ ଏକାନ୍ତବାସରେ ରହିବାକୁ ହେବ। ଅଗଷ୍ଟ ୮ ତାରିଖରୁ କାର୍ଯ୍ୟକାରୀ ହେବ ଏହି ନିୟମ।

ଯେଉଁ ଯାତ୍ରୀ ଆସିବେ ସେମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଅନଲାଇନ୍ ପୋର୍ଟାଲରେ ଜରିଆରେ ସୂଚନା ଦେବେ। ଆସିବା ବେଳେ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ହେବ ବୋଲି ସରକାରଙ୍କ ନିୟମରେ ରହିଛି। ଏହାବାଦ କରୋନା ନିୟମ ପାଳନ ହେବ ଯାତ୍ରା ବେଳେ।

ତେବେ ଗର୍ଭବତୀ ମହିଳା, ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଥିଲେ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ସହ ବାପା ମାଙ୍କ ପାଇଁ କ୍ୱାରେଣ୍ଟାଇନ ନିୟମରେ କୋହଳ କରାଯାଇଛି। ଏମାନେ ସମସ୍ତେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ।

Related story