୧୩ ଦିନର ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପୂର୍ବରୁ କ’ଣ କହିଥିଲେ ଭିଡିଓରେ ଦେଖନ୍ତୁ

ଭୁବନେଶ୍ୱର: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ। ୧୯୨୪ ମସିହାରେ ଡିସେମ୍ବର ମାସ ୨୫ ତାରିଖରେ ମଧ୍ୟ ପ୍ରଦେଶର ଗ୍ୱାଲିୟରରେ ଜନ୍ମ ହୋଇଥିଲେ ବାଜପେୟୀ। ସେ ହେଉଛନ୍ତି ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ। ୧୯୯୬ରେ ସେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ୧୯୯୯ରେ ଯେତେବେଳେ ପୁଣି ଏହି ପଦରେ ଅଧିଷ୍ଠିତ ହେଲେ ପୂରା ୫ ବର୍ଷ ଶାସନ କରିଥିଲେ। ତାଙ୍କର ଭାଷଣ ଦେବାର ଅନ୍ଦାଜ ପୂରା ନିଆରା। ଉଭୟ ସଂସଦରେ ଓ ସଂସଦ ବାହାରେ ତାଙ୍କ ଭାଷଣର ଅନେକ ପ୍ରଶଂସକ ଥିଲେ। ତାଙ୍କର ବ୍ୟକ୍ତିତ୍ୱ, ଯୁକ୍ତି ଓ କଥା କହିବାର ଶୈଳୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା। ସେ ତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ। ଆଜି ଆମେ ଆପଣଙ୍କୁ ତାଙ୍କର ଏକ ଭାଷଣ ଶୁଣାଇବୁ। ଏ ଭାଷଣଟି ସେ ଲୋକସଭାରେ ଦେଇଥିଲେ ୧୯୯୬ ମସିହାରେ, ୧୩ ଦିନର ପ୍ରଧାନମନ୍ତ୍ରୀ କାଳରେ। ବହୁମତ ପ୍ରମାଣିତ କରିବାରେ ବିଫଳ ହେବା ପରେ ସେ ଏହି ଭାଷଣ ଦେଇ ରାଷ୍ଟ୍ରପତିଙ୍କ ପାଖକୁ ଇସ୍ତଫା ଦେବାକୁ ଯାଇଥିଲେ। ଏଥିରେ ସେ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ,“ଆପଣମାନେ ଦେଶକୁ ଶାସନ କରିବାକୁ ଚାହୁଁଛନ୍ତି। ଭଲ କଥା। ଆମ ଶୁଭେଚ୍ଛା ଆପଣମାନଙ୍କ ସହିତ ଅଛି। ଦେଶ ସେବାରେ ଆମେ ପୂରା ନିମଗ୍ନ ରହିବୁ। ଆମେ ବହୁମତ ଆଗରେ ମୁଣ୍ଡ ନୁଆଁଉଛୁ। ଖାଲି ହାତରେ ଆମେ ଯେଉଁ କାର୍ଯ୍ୟ ଆରମ୍ଭ କରିଛୁ ତାହା ଶେଷ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ମାନନୀୟ ବାଚସ୍ପତି ମହୋଦୟ ମୁଁ ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫା ଦେବାକୁ ଯାଉଛି।” ତେବେ ସେ ଆଉ କ’ଣ ସବୁ କହିଥିଲେ ତାହା ଏହି ଭିଡିଓରେ ଶୁଣନ୍ତୁ।

ଭିଡିଓ ସୌଜନ୍ୟ (ଡିଡି୧- ଲୋକସଭା)

Ordigital Desk
• Published: Monday, 25 December 2017
• Updated: 25 December 2017, 10:28 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos