ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀଙ୍କୁ ଆସନ୍ତା ବର୍ଷ ଫାଶୀ ଖୁଣ୍ଟରେ ଝୁଲାଯିବ। ଡେଥ୍ ଓ୍ୱାରେଣ୍ଟ ମାମଲାର ଶୁଣାଣି ଆସନ୍ତା ଜାନୁଆରୀ ୭କୁ ଘୁଞ୍ଚିବା ପରେ ଏହା ସ୍ପଷ୍ଟ ହୋଇଛି। ଦିଲ୍ଲୀର ପଟିଆଲା ହାଉସ ଆଜି ଏହି ମାମଲାର ଶୁଣାଣି ୭ ଜାନୁଆରୀକୁ ଘୁଞ୍ଚାଇଛନ୍ତି। ଏହି ସମୟରେ ଦୋଷୀ କ୍ଷମା ଆବେଦନ କରି ପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ନିର୍ଭୟାଙ୍କ ମା’ କାନ୍ଦି ପକାଇଥିଲେ। ସେ କହିଥିଲେ, ତାଙ୍କ ପାଖରେ ଯଦି ଅଧିକାର ରହିଛି, ତାହେଲେ ଆମ ପାଖରେ କ’ଣ?
୨୦୧୨ ମସିହା ନିର୍ଭୟା ଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ ବାପା-ମାଆ ଦୋଷୀଙ୍କ ବିରୋଧରେ ତତ୍କାଳ ଫାଶୀ ଦେବା ପାଇଁ ଆବେଦନ କରିଥିଲେ।
ପଟିଆଲା ହାଉସ କୋର୍ଟଙ୍କ ଏହି ଶୁଣାଣି ପୂର୍ବରୁ ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂହ କହିଥିଲେ, ଏବେ ବି ଆମେ ଅସନ୍ତୁଷ୍ଟ ରହିଛୁ। ଯେପର୍ଯ୍ୟନ୍ତ ପଟିଆଲା ହାଉସ କୋର୍ଟ ଡେଥ୍ ଓ୍ୱାରେଣ୍ଟ ଜାରି କରି ନାହାନ୍ତି ସେପର୍ଯ୍ୟନ୍ତ ଆମେ ସନ୍ତୁଷ୍ଟ ନୁହେଁ।