ଝାଡ଼ଖଣ୍ଡରେ ଆରମ୍ଭ ହେଲା ହେମନ୍ତ ସରକାର

ରାଞ୍ଚି: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହେମନ୍ତଙ୍କ ପରେ ମେଣ୍ଟ ସରକାରରେ ସାମିଲ ଥିବା କଂଗ୍ରେସରୁ ବିଧାୟକ ରାମେଶ୍ୱର ଉରାଙ୍ଗ ଏବଂ ବିଧାୟକ ଆଲମଗିର ଆଲମ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ମନମୋହନ ସିଂହ ସରକାରରେ ରାମେଶ୍ୱର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଏବେ ସେ ଝାଡ଼ଖଣ୍ଡର ପିସିସି ସଭାପତି ରହିଛନ୍ତି। […]

Hemant-Soren-oath (1)

Subhransu Sekhar
  • Published: Sunday, 29 December 2019
  • , Updated: 29 December 2019, 06:35 PM IST

ରାଞ୍ଚି: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହେମନ୍ତଙ୍କ ପରେ ମେଣ୍ଟ ସରକାରରେ ସାମିଲ ଥିବା କଂଗ୍ରେସରୁ ବିଧାୟକ ରାମେଶ୍ୱର ଉରାଙ୍ଗ ଏବଂ ବିଧାୟକ ଆଲମଗିର ଆଲମ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ମନମୋହନ ସିଂହ ସରକାରରେ ରାମେଶ୍ୱର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଏବେ ସେ ଝାଡ଼ଖଣ୍ଡର ପିସିସି ସଭାପତି ରହିଛନ୍ତି। ହେମନ୍ତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଏହି ଶପଥ ନେଇଛନ୍ତି। ପୂର୍ବରୁ ୨୦୧୩ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ହେମନ୍ତ।

https://twitter.com/ANI/status/1211207684277452800

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ ହେମନ୍ତ ସରକାରକୁ କରିବ ବୋଲି ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି।

https://twitter.com/narendramodi/status/1211241205192744961

ମୋହରହବାଡି ପଡ଼ିଆରେ ଆୟୋଜିତ ହୋଇଥିବା ଶପଥ ସମାରୋହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ୍, ଆରଜେଡି ନେତା ତେଜସ୍ୱୀ ଯାଦବ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଯୋଗ ଦେଇଛନ୍ତି।

https://twitter.com/ANI/status/1211205286452592641

ବିଧାନସଭା ନିର୍ବାଚନରେ ଜେଏମଏଏମ-କଂଗ୍ରେସ-ଆରଜେଡି ମେଣ୍ଟ ଗଠନ କରି ବିଜେପିକୁ ନିର୍ବାଚନରେ ପରାଜୟ କରିଛନ୍ତି। ମୋଟ୍ ୮୧ଟି ଆସନରୁ ୪୭ଟି ଆସନରେ ମେଣ୍ଟ ବିଜୟୀ ହୋଇଛି ଏହି ମେଣ୍ଟ।

Related story