ସେମାନଙ୍କୁ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ଅଛି: ଭିନ୍ନଭିନ୍ନ ଧର୍ମର ଦମ୍ପତିଙ୍କୁ ଏକାଠି କଲେ କୋର୍ଟ

ପ୍ରାୟଗରାଜ: ଲଭ ଜିହାଦକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ଭିନ୍ନଭିନ୍ନ ଧର୍ମର ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି। ମହିଳା ଜଣଙ୍କ ପ୍ରାପ୍ତ ବୟସ୍କ ହୋଇଥିବାରୁ ସମ୍ବିଧାନ ଅନୁଯାୟୀ ସେ ନିଜ ଇଚ୍ଛାର ମାଲିକ। ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି। ସେ ନିଜ ଇଚ୍ଛାରେ ସବୁ ନିଷ୍ପତ୍ତି ନେଇପାରିବେ। ତେଣୁ ଏଥିରେ ତୃତୀୟ ପକ୍ଷ କୌଣସି ପ୍ରକାରର ବାଧା ଦେଇ ପାରିବେ ନାହିଁ କିମ୍ବା […]

sx

sx

Hemant Lenka
  • Published: Monday, 28 December 2020
  • Updated: 28 December 2020, 09:50 PM IST

Sports

Latest News

ପ୍ରାୟଗରାଜ: ଲଭ ଜିହାଦକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ଭିନ୍ନଭିନ୍ନ ଧର୍ମର ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି। ମହିଳା ଜଣଙ୍କ ପ୍ରାପ୍ତ ବୟସ୍କ ହୋଇଥିବାରୁ ସମ୍ବିଧାନ ଅନୁଯାୟୀ ସେ ନିଜ ଇଚ୍ଛାର ମାଲିକ।

ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି। ସେ ନିଜ ଇଚ୍ଛାରେ ସବୁ ନିଷ୍ପତ୍ତି ନେଇପାରିବେ। ତେଣୁ ଏଥିରେ ତୃତୀୟ ପକ୍ଷ କୌଣସି ପ୍ରକାରର ବାଧା ଦେଇ ପାରିବେ ନାହିଁ କିମ୍ବା କଟକଣା ଲଗାଇ ପାରିବେ ନାହିଁ। ସେମାନେ ଭିନ୍ନ ଧର୍ମର ହୋଇଥିଲେ ହେଁ ଏକାଠି ରହିବାକୁ ଚାହୁଁଛନ୍ତି। ସେମାନଙ୍କୁ ନିଜ ଇଚ୍ଛାରେ ବଞ୍ଚିବାକୁ ଦିଆଯାଉ। ଏହା ସେମାନଙ୍କର ଅଧିକାର ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ସେହିପରି କୋର୍ଟ ମହିଳାଙ୍କ ପତ୍ନୀଙ୍କ ନାଁରେ ସେପ୍ଟେମ୍ବର ମାସରେ ଉତ୍ତର ପ୍ରଦେଶର ଏଟାରେ ହୋଇଥିବା ଏଫଆଇଆରକୁ ମଧ୍ୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ ଦମ୍ପତି ଏକାଠି ହୋଇ ଘରକୁ ଫେରିବା ଯାଏ ପୁଲିସ୍‌ ସେମାନଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବ।

ମହିଳାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ସେପ୍ଟେମ୍ବର ମାସରେ ମାମଲା ରୁଜୁ କରିଥିଲା। ଝିଅକୁ ଅପହରଣ କରି ଜଣେ ମୁସିଲମ ଯୁବକ ତାଙ୍କର ଧର୍ମ ପରିବର୍ତ୍ତନ କରି ବିବାହ କରିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଥିଲା।

ଆହ୍ଲାବାଦ ହାଇକୋର୍ଟ ଏହାର ଶୁଣାଣି କରି କହିଛନ୍ତି ଯେ ଯଦି ଜଣେ ପ୍ରାପ୍ତ ବୟସ୍କ, ତା’ହେଲେ ସେ ନିଜ ଇଚ୍ଛାରେ ବିବାହ କରିପାରିବେ ଓ ନିଜ ଇଚ୍ଛାରେ ଯେଉଁଆଡ଼େ ଚାହିଁବେ ଯାଇ ପାରିବେ। ଏଥିରେ କେହି ବି ହସ୍ତକ୍ଷେପ କରିପାରିବେ ନାହିଁ।
ଜଷ୍ଟିସ ପଙ୍କଜ ନକଭୀ ଓ ଜଷ୍ଟିସ ବିବେକ ଅଗ୍ରୱାଲଙ୍କ ଖଣ୍ଡପୀଠ ମାମଲାର ରାୟ ଦେବା ପୂର୍ବରୁ ଶିଖା ନାମ୍ନୀ ମହିଳାଙ୍କ ସହ କଥା ହୋଇଥିଲେ।

ସେ ନିଜ ଇଚ୍ଛାରେ ସଲମାନଙ୍କୁ ବିବାହ କରିଥିବା କଥା କହିଥିଲେ। ଶିଖାଙ୍କ ସ୍କୁଲ ପ୍ରମାଣପତ୍ରରେ ତାଙ୍କ ଜନ୍ମ ତାରିଖ ୧୯୯୯ ମସିହା ଅକ୍ଟୋବର ୪ ଥିବା ଖଣ୍ଡପୀଠ ଦେଖିବା ପରେ ସେ ପ୍ରାପ୍ତ ବୟସ୍କ ବୋଲି ଜାଣିବାକୁ ପାଇଥିଲେ।

ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ବିନା କୌଣସି ଯାଞ୍ଚରେ ଶିଖାଙ୍କୁ ନାବାଳିକା ବୋଲି ଦର୍ଶାଇ ପ୍ରଥମେ ଶିଶୁ ସୁରକ୍ଷା ଆୟୋଗ ଓ ପରେ ତାଙ୍କ ବାପାଙ୍କୁ ପଠାଇ ଦେଇଥିବାରୁ ଖଣ୍ଡପୀଠ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story