ବାଃ ବାଃରେ ବିଧାୟକ : ବେଲ୍ଟରେ ପିଟାପିଟି ହେଲେ

ଅହମ୍ମଦାବାଦ: ଗୁଜରାଟ ବିଧାନସଭାରେ ଦେଖିବାକୁ ମିଳିଛି ଏକ ଲଜ୍ଜା ଜନକ ଘଟଣା। ପ୍ରଥମେ ହେଲା ଜୋରଦାର ହଙ୍ଗାମା ହେଲା। ଆଉ ତା’ପରେ ଯାହା ହେଲା ଆପଣ ବିଶ୍ୱାସ କରିପାରିବହେ ନାହିଁ। କଂଗ୍ରେସର ଜଣେ ବିଧାୟକ ବିଧାନସଭାରେ ଜଣେ ବିଜେପି ବିଧାୟକଙ୍କୁ ବାଡ଼େଇଛନ୍ତି। ସୂଚନା ଅନୁଯାୟୀ ମାର୍ଚ୍ଚ ୧୩ ତାରିଖ ଦିନ କଂଗ୍ରେସ ବିଧାୟକମାନେ ହଙ୍ଗାମା କରିଥିଲେ। ଏହାପରେ ବାଚଷ୍ପତ୍ତି ୨୮ ଜଣ କଂଗ୍ରେସ ବିଧାୟକଙ୍କୁ ୧୫ ଦିନ ପାଇଁ ନିଲମ୍ବିତ କରି ଦେଇଥିଲେ। ଏହି ନିଲମ୍ବନର ବିରୋଧରେ […]

bidhansabha

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 07:47 PM IST

ଅହମ୍ମଦାବାଦ: ଗୁଜରାଟ ବିଧାନସଭାରେ ଦେଖିବାକୁ ମିଳିଛି ଏକ ଲଜ୍ଜା ଜନକ ଘଟଣା। ପ୍ରଥମେ ହେଲା ଜୋରଦାର ହଙ୍ଗାମା ହେଲା। ଆଉ ତା’ପରେ ଯାହା ହେଲା ଆପଣ ବିଶ୍ୱାସ କରିପାରିବହେ ନାହିଁ। କଂଗ୍ରେସର ଜଣେ ବିଧାୟକ ବିଧାନସଭାରେ ଜଣେ ବିଜେପି ବିଧାୟକଙ୍କୁ ବାଡ଼େଇଛନ୍ତି। ସୂଚନା ଅନୁଯାୟୀ ମାର୍ଚ୍ଚ ୧୩ ତାରିଖ ଦିନ କଂଗ୍ରେସ ବିଧାୟକମାନେ ହଙ୍ଗାମା କରିଥିଲେ। ଏହାପରେ ବାଚଷ୍ପତ୍ତି ୨୮ ଜଣ କଂଗ୍ରେସ ବିଧାୟକଙ୍କୁ ୧୫ ଦିନ ପାଇଁ ନିଲମ୍ବିତ କରି ଦେଇଥିଲେ।

ଏହି ନିଲମ୍ବନର ବିରୋଧରେ ଆଜି ସକାଳେ କଂଗ୍ରେସ ବିଧାୟକମାନେ ପୁଣି ହଟ୍ଟଗୋଳ କରିଥିଲେ। ଏହି ଗଣ୍ଡଗୋଳ ମଧ୍ୟରେ କଂଗ୍ରେସ ବିଧାୟକ ପ୍ରତ୍ତାପ ଦୁଧାତ ନିକୋଲର ବିଜେପି ବିଧାୟକ  ଜଗଦିସ୍ ପାଞ୍ଚାଲଙ୍କ ଉପରେ ଅଚାନକ ମାଇକ ଉପାଡ଼ି ଆକ୍ରମଣ କରିଥିଲେ। ଏହାପରେ ବାଚଷ୍ପତ୍ତି ଗାନ୍ଧୀନଗରର ଡିଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। କେବଳ ମାଇକ ନୁହେଁ ବେଲ୍ଟରେ ବି ହୋଇଥିଲା ମାଡ଼। ଯେଉଁଥିରେ ମନ୍ତ୍ରୀ ନିର୍ମଲା ବେନ୍, ପରେଶ ଧାନାଣୀଙ୍କ ସହ ଆଉଜଣେ ବିଧାୟକ ଆହତ ହୋଇଛନ୍ତି।

କେଉଁ କଥାକୁ ନେଇ ହେଲା କଳିଝଗଡ଼ା: କଂଗ୍ରେସ ବିଧାୟକ ପରେଶ ଧାନାଣୀ ଚାଷୀ ସମସ୍ୟାକୁ ନେଇ ସରକାରଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେବା ପାଇଁ କୃଷିମନ୍ତ୍ରୀ ଚିମନଭାଇ ସାପରିୟା ଛିଡ଼ା ହେଲେ। ସେ ୧୯୯୫ ମସିହା ପୂର୍ବର କଂଗ୍ରେସ ଶାସନ ବିଷୟରେ କହିଥିଲେ। ବାସ୍ ଏତିକିରେ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଯାହା ପରେ ଏହା ମାରପିଟରେ ପହଞ୍ଚିଯାଇଥିଲା। କଂଗ୍ରେସ ବିଧାୟକ ପ୍ରତ୍ତାପ ଦୁଧାତ ବିଜେପି ବିଧାୟକ ଜଗଦିଶ୍‌ ପାଞ୍ଚାଲଙ୍କୁ ବେଲ୍ଟରେ ପିଟିବାକୁ ଲାଗିଲେ। ସେହିସମୟରେ କଂଗ୍ରେସର ଆଉଜଣେ ବିଧାୟକ ବିକ୍ରମ ମାଡମ ମାଇକ ଉପାଡ଼ି ଦେଇଥିଲେ। ଯାହାର ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଥିଲା। ଘଟଣା ପରେ ବିକ୍ରମ ମାଡମଙ୍କୁ ଦିନେ ପାଇଁ ଓ ପ୍ରତ୍ତାପ ଦୁଧାତଙ୍କୁ ପୂରା ଅଧିବେଶନ ପାଇଁ ନିଲମ୍ବିତ କରିଦେଇଥିଲେ।

 

Related story