‘ହିନ୍ଦୁଫୋବିଆ’ ନେଇ ମୁହଁ ଖୋଲିଲେ ତୁଲସୀ ଗାବାର୍ଡ, ବିଦେଶରେ ହିନ୍ଦୁଙ୍କ ବିରୋଧରେ ଅପପ୍ରଚାରର କଲେ ଖୁଲାସା
ନୂଆଦିଲ୍ଲୀ: ବିଦେଶୀ ଗଣମାଧ୍ୟମରେ ଦିଲ୍ଲୀ ହିଂସାକୁ ନେଇ ଯେଉଁଭଳି ଭାବେ ହିନ୍ଦୁ ବିରୋଧୀ ଖବର ପ୍ରସାରିତ ହୋଇଛି, ତା’କୁ ବିରୋଧ ଆରମ୍ଭ ହୋଇଛି। ଏହାକୁ ‘ହିନ୍ଦୁଫୋବିଆ’ କହିବା ସହ ଏହାର ଏକ ଉଦାହରଣ ରଖିଛନ୍ତି ଆମେରିକାର ଡେମୋକ୍ରାଟ୍ ତୁଲସୀ ଗାବାର୍ଡ।
ସେ ଜଣେ ଭାରତୀୟ ହିନ୍ଦୁଙ୍କ ଆକାଉଣ୍ଟର ଟ୍ୱିଟ୍କୁ ରିଟ୍ୱିଟ୍ କରି ଗୁରୁବାର ଏଭଳି ଅଭିଯୋଗ ଆଣିଛନ୍ତି। ଏଥିରେ ଜଣେ ଉବେର ଡ୍ରାଇଭର ଜଣେ ହିନ୍ଦୁଙ୍କ ସହ ବାର୍ତ୍ତାଳପ ସ୍ଥାନ ପାଇଛି। ଉଭୟଙ୍କ କଥାରୁ ସ୍ପଷ୍ଟ ବାରି ହୋଇଛି, କିଭଳି ବିଦେଶୀ ଗଣମାଧ୍ୟମର ଏକତରଫା ଖବର ପ୍ରସାରଣ ହିନ୍ଦୁଙ୍କ ବାବଦରେ ସାରା ବିଶ୍ୱରେ ଭୁଲ ଧାରଣା ସୃଷ୍ଟି କରାଇଛି।
Unfortunately, Hinduphobia is very real. I've experienced it directly in each of my campaigns for Congress & in this presidential race. Here's just one example of what Hindus face every day in our country. Sadly, our political leaders & media not only tolerate it, but foment it. https://t.co/60MDtszQHf
— Tulsi Gabbard 🌺 (@TulsiGabbard) March 5, 2020
ଶୀନୀ ଅମ୍ବରଦର ନାମକ ଏକ ଆକାଉଣ୍ଟରୁ ଏଭଳି ଏକ ଘଟଣା ବିଷୟରେ କୁହାଯାଇଥିଲା। ଏହା ବାବଦରେ ବଖାଣିବାକୁ ଯାଇ ତୁଲସୀ ଗାବାର୍ଡ କହିଥିଲେ, ଦୁଭର୍ଗାଗ୍ୟଜନକ ହୋଇଥିଲେ ହେଁ ହିନ୍ଦୁଫୋବିଆ ବାସ୍ତବ କଥା। ମୁଁ ମୋ ପ୍ରଚାରବେଳେ ଏହା ଅନୁଭବ କରିଛି। ମୁଁ ଏବେ ଉଦାହରଣ ଦେଉଛି ଆମ ଦେଶରେ ହିନ୍ଦୁମାନେ କିଭଳି ଘଟଣା ସବୁର ସାମ୍ନା କରୁଛନ୍ତି। ଆମ ନେତା ଏବଂ ଗଣମାଧ୍ୟମ କେବଳ ସହ୍ୟ କରିଯାଉନାହାନ୍ତି, ବରଂ ଏହାକୁ ଉତ୍ସାହିତ କରୁଛନ୍ତି।
ଶୀନୀଙ୍କ ଆକାଉଣ୍ଟରେ କୁହାଯାଇଥିବା ଘଟଣାରେ ଡ୍ରାଇଭରଟି କହୁଛି ଦିଲ୍ଲୀ ହିଂସାରେ ମୁସଲିମଙ୍କର ହତ୍ୟା କରାଯାଉଛି ଏବଂ ମସଜିଦ୍ ଭଙ୍ଗାଯାଉଛି। ତେବେ ଗତ ମାସ ୨୪ ଏବଂ ୨୫ରେ ଉଭୟ ଗୋଷ୍ଠୀରୁ ଲୋକଙ୍କ ଜୀବନ ଯାଇଥିବା ଏବଂ ଏଭଳି ଏକ ସମ୍ବେଦନଶୀଳ ଘଟଣା ବାବଦରେ ବୁଝିବାକୁ ଚେଷ୍ଟା କରିବାକୁ ଶୀନୀ ଅନୁରୋଧ କରିଥିଲେ। ତେବେ ଉତ୍କ୍ଷିପ୍ତ ଡ୍ରାଇଭର ଜଣକ ଏଭଳି କହିବା ଜାରି ରଖିଥିଲା ଏବଂ ଶୀନୀ ଓ ତାଙ୍କ ଭଉଣୀଙ୍କୁ ଓହ୍ଲାଇ ଯିବାକୁ କହିଥିଲା। ଶୀନୀ ଶେଷରେ ପୁଲିସ୍ ଡାକିବେ ବୋଲି ଧମକାଇବାରୁ ସେ ଚୁପ୍ ପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।