ନୂଆଦିଲ୍ଲୀ: ସାମାନ୍ୟ ବଚସାରୁ କାର୍ ଚକା ତଳେ ଚାପି ଯୁବକଙ୍କୁ ହତ୍ୟା ଉଦ୍ୟମ । ଏପରି ଲୋମଟାଙ୍କୁରା ହିଟ୍ ଆଣ୍ଡ ରନ୍ କେସ୍ ଦେଶର ରାଜଧାନୀର ନୂଆଦିଲ୍ଲୀର ଛାତି ଉପରେ ଗତକାଲି ଦିନ ଦିପ୍ରହରରେ ଘଟିଛି। ଯୁବକଜଣକ ସୌଭାଗ୍ୟବଶଃତ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିବା ବେଳେ କାର୍ ସହ ଚାଳକ ଫେରାର ହୋଇ ଯାଇଛନ୍ତି। ଗତକାଲି ଏପରି ଏକ ଅଭାବନୀୟ ଘଟଣା ସାଉଥ ଦିଲ୍ଲୀର ଅର୍ଜୁନଗଡ଼ ମେଟ୍ରୋ ଷ୍ଟେଶନ ତଳେ ଘଟିଛି।
ଏପରି ଦୁର୍ଘଟଣାର ଶିକାର ହୋଇଥିବା ବାଇକ୍ ଚାଳକ ୨୦ ବର୍ଷୀୟ ଶ୍ରେୟାଂଶଙ୍କ କହିବାମୁତାବକ, ସେ ନିଜ ୮ରୁ ୧୦ ସାଙ୍ଗଙ୍କ ସହ ରବିବାର ସକାଳୁ ବାଇକ୍ ଯୋଗେ ଗୁରଗ୍ରାମ ଯାଇଥିଲେ। ଏହାପରେ ବୁଲାବୁଲି ସାରି ସେମାନେ ବାଇକ୍ ଯୋଗେ ଫେରୁଥିଲେ। ଅର୍ଜୁନଗଡ଼ ମେଟ୍ରୋ ଷ୍ଟେଶନ ନିକଟରେ ଏକ ସ୍କର୍ପିଓ ସେମାନଙ୍କ ମଧ୍ୟରେ ପଶି ରେସ୍ କରିବା ଆରମ୍ଭ କରି ଦେଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା।
ଏହାପରେ ମୋ ସାଥୀମାନେ ଟିକେ ସ୍ଲୋ ହୋଇ ଯାଇଥିବା ବେଳେ ମୁଁ ବାଇକ୍ ନେଇ ଆଗକୁ ପଳାଇଥିଲି। ଏହି ସମୟରେ ସ୍କର୍ପିଓଟି ପଛରୁ ଦ୍ରୁତ ଗତିରେ ଆସି ମୋତେ ଜୋରରେ ଧକ୍କା ଦେଇଥିଲା। ଫଳରେ ମୁଁ ରାସ୍ତାରେ ଛିଟିକି ପଡ଼ି ଦୂରରେ ଥିବା ଡିଭାଇଡରରେ ପିଟି ହୋଇଥିଲି ବୋଲି କହିଛନ୍ତି ଶ୍ରେୟାଂଶ ।
ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍। ତେବେ ସ୍କର୍ପିଓ ଚାଳକଙ୍କ ପତ୍ତା ମିଳିପାରିନି।
ଶ୍ରେୟାଶଂ ନିଜ ମାତାପିତା ଓ ଭଉଣୀଙ୍କ ସହ ପୂର୍ବ ଦିଲ୍ଲୀର ପାଣ୍ଡବ ନଗରର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ସେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ବେଳେ ଭୟଭୀତ ହୋଇ ପଡ଼ିଥିବା କହିଛନ୍ତି।
@PMOIndia @ArvindKejriwal @DCPNewDelhi
Please help us , the Scorpio Car driver almost killed a few of our riders and threatened to kill us by crushing us under the car.
This is not what we vote for or pay taxes for
no one was severely injured
Gears respect riders pic.twitter.com/rcZIZvP7q4— ANURAG R IYER (@anuragiyer) June 5, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।