ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆତଙ୍କବାଦୀଙ୍କୁ ନିପାତ କରିବା ପୂର୍ବରୁ ତାଙ୍କର ଗତିବିଧି ଓ ଉଦ୍ଦେଶ୍ୟ ଉପରେ ଅଧିକ ଓ ଆଗୁଆ ସୂଚନା ହାସଲ କରିବା ଉପରେ ଜୋର ଦେଇଛନ୍ତି ଅମିତ ଶାହ। ଏଥିପାଇଁ ଗୃହମନ୍ତ୍ରୀ ଏକ 'ଟେରର ମନିଟରିଂ ଗ୍ରୁପ'(ଟିଏମଜି) ତିଆରି କରିଛନ୍ତି। ଏହି ଗ୍ରୁପର ମୁଖ୍ୟ ହୋଇଛନ୍ତି ଜମ୍ମୁ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି।
ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ଏହି ଟେରର ମନିଟରିଂ ଗ୍ରୁପରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଗୁଇନ୍ଦା, ଭିଜିଲାନ୍ସ ଆଦି ବିଭିନ୍ନ ବିଭାଗ ସାମିଲ ରହିଛନ୍ତି।
ସୀମାରେ ଅଧିକ ସକ୍ରିୟ ରହିବାକୁ ସେନାକୁ ଟିଏମଜି ପକ୍ଷରୁ କୁହାଯାଇଛି। ଏଥିସହ ଦେଶର ଅନ୍ୟ ସଂସ୍ଥା ମାନେ ମଧ୍ୟ ଏହି ଗ୍ରୁପକୁ ଆତଙ୍କବାଦୀ ପ୍ରସଙ୍ଗରେ ସମସ୍ତ ସୂଚନା ଦେବେ। ଏହି ଗ୍ରୁପ ଦ୍ୱାରା ପ୍ରଥମେ ଟେରର ଫଣ୍ଡିଂ ଉପରେ ପ୍ରହାର କରି ଆତଙ୍କବାଦୀଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଚିନ୍ତା କରିଛି ଗୃହ ମନ୍ତ୍ରଣାଳୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ
ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।
Health
ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ
ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।
Crime
୬ ବର୍ଷର ଝିଅକୁ ଦୁଷ୍କର୍ମ; ଧରା ପଡ଼ିଯିବା ଭୟରେ ତଣ୍ଟି ଚିପି ମାରିଦେଲା ପଡ଼ୋଶୀ
ଚକୋଲେଟ ଦେବା ବାହାନାରେ ଶିଶୁକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା। ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ।
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
କ୍ରମାଗତ ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଗଲା ୨ଟି ଯାକ ବିଧାନସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା।
National
ଲଦାଖକୁ ପୁଣି ନିଜର କହିଲା ଚାଇନା: ଜୋରଦାର ବିରୋଧ କଲା ଭାରତ
ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି।