ମନ୍ତ୍ରୀ ଆସିବେ ବୋଲି ବଦଳିଗଲା ରୂପରେଖ
ଜୟପୁର: ରାଜସ୍ଥାନ କୋଟା ସ୍ଥିତ ଜେ.କେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୫ରେ ପହଞ୍ଚିଛି। ବିରୋଧୀ ବିଜେପି ବାରମ୍ୱାର ସମାଲୋଚନା କରିବା ପରେ ଶୁକ୍ରବାର ହସ୍ପିଟାଲକୁ ବୁଲିବାକୁ ଆସିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା। ଏଥିପାଇଁ ହସ୍ପିଟାଲରେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସବୁଜ ରଙ୍ଗର ଏକ କାର୍ପେଟ ବିଛା ହୋଇଥିଲା। କୋଟା ପୌର ପାଳିକା ତରଫରୁ ଏହି ପ୍ରସ୍ତୁତି କରାଯାଇଥିଲା। ହେଲେ ବିଜେପି ଏ ନେଇ ଆପତ୍ତି ଉଠାଇବା ପରେ ମନ୍ତ୍ରୀ ହସ୍ପିଟାଲ ପହଞ୍ଜିବା ପୂର୍ବରୁ […]
ଜୟପୁର: ରାଜସ୍ଥାନ କୋଟା ସ୍ଥିତ ଜେ.କେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୫ରେ ପହଞ୍ଚିଛି। ବିରୋଧୀ ବିଜେପି ବାରମ୍ୱାର ସମାଲୋଚନା କରିବା ପରେ ଶୁକ୍ରବାର ହସ୍ପିଟାଲକୁ ବୁଲିବାକୁ ଆସିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା। ଏଥିପାଇଁ ହସ୍ପିଟାଲରେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସବୁଜ ରଙ୍ଗର ଏକ କାର୍ପେଟ ବିଛା ହୋଇଥିଲା। କୋଟା ପୌର ପାଳିକା ତରଫରୁ ଏହି ପ୍ରସ୍ତୁତି କରାଯାଇଥିଲା। ହେଲେ ବିଜେପି ଏ ନେଇ ଆପତ୍ତି ଉଠାଇବା ପରେ ମନ୍ତ୍ରୀ ହସ୍ପିଟାଲ ପହଞ୍ଜିବା ପୂର୍ବରୁ କାର୍ପେଟକୁ ହଟାଇ ଦିଆଯାଇଥିଲା।
ମନ୍ତ୍ରୀ କହିଛନ୍ତି, ସେ ଆସିବା ପୂର୍ବରୁ ତାଙ୍କୁ ସ୍ୱାଗତ କରିବା ପାଇଁ କାର୍ପେଟ ବିଛା ହୋଇଥିଲା ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ ଫୋନ୍ କରି ତୁରନ୍ତ କାର୍ପେଟ ହଟାଇବାକୁ କହିଥିଲେ ବୋଲି ସେ କହିଛନ୍ତି।
ତେବେ ମନ୍ତ୍ରୀ ହସ୍ପିଟାଲ ପହଞ୍ଚିବା ପୂର୍ବୁର ହସ୍ପିଟାଲ କତ୍ତୃପକ୍ଷ ହସ୍ପିଟାଲ କାନ୍ଥରେ ନୂଆ କରି ଧଳା ରଙ୍ଗ ଦେଇଥିଲେ। ଏହାସହିତ ହସ୍ପିଟାଲରେ ରୁମ୍ ହିଟର ଏବଂ ନୂଆ ଲାଇଟ୍ ସଂଯୋଗ କରାଯାଇଥିଲା ବୋଲି ଜଣାପଡ଼ିଛି। ହସ୍ପିଟାଲକୁ ମନ୍ତ୍ରୀ ଆସିବା ନେଇ ୫-୬ ଦିନ ଆଗରୁ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହି ସମୟରେ ହସ୍ପିଟାଲ ଭିତରେ ଥିବା ୫୦ ଘୁଷୁରୀଙ୍କୁ ହଟାଯାଇଥିଲା ବୋଲି କୋଟା ପୌରପାଳିକାର କମିଶନର ବାସୁଦେବ ମଲଭଟ କହିଛନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ଆସିବା ଦିନ ଜଣେ ପାଞ୍ଚ ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ଘଟିଥିଲା।