ସାଢ଼େ ୩ ଘଣ୍ଟାର ଅପରେସନ ପରେ ମହିଳାଙ୍କ ପେଟରୁ ବାହାରିଲା ୫୦ କେଜି ଓଜନର ଟ୍ୟୁମର

ନୂଆଦିଲ୍ଲୀ: ଏକ ବିରଳ ଅପରେସନ କରି ଦିଲ୍ଲୀ ସ୍ଥିତ Indraprastha ଆପୋଲ ହସ୍ପିଟାଲର ଡାକ୍ତରମାନେ ବିରାଟ ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ଡାକ୍ତରମାନେ ଦୀର୍ଘ ସାଢ଼େ ୩ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରି ଜଣେ ମହିଳାଙ୍କ ଶରୀରରୁ ୫୦ କେଜି ଓଜନର ଟ୍ୟୁମର ବାହାର କରିଛନ୍ତି। ମହିଳା ଜଣଙ୍କ ଦିଲ୍ଲୀରେ ରହୁଥିଲେ। କିଛି ମାସ ହେଲା ତାଙ୍କର ଓଜନ ବଢ଼ିବା ଆରମ୍ଭ ହୋଇଥିଲା। ଗୋଟିଏ ସମୟରେ ତାଙ୍କର ଓଜନ ୧୦୬ କେଜିରେ ପହଞ୍ଚି ଯାଇଥିଲା। ଏହାପରେ […]

vc

Hemant Lenka
  • Published: Saturday, 22 August 2020
  • , Updated: 22 August 2020, 05:35 PM IST

ନୂଆଦିଲ୍ଲୀ: ଏକ ବିରଳ ଅପରେସନ କରି ଦିଲ୍ଲୀ ସ୍ଥିତ Indraprastha ଆପୋଲ ହସ୍ପିଟାଲର ଡାକ୍ତରମାନେ ବିରାଟ ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ଡାକ୍ତରମାନେ ଦୀର୍ଘ ସାଢ଼େ ୩ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରି ଜଣେ ମହିଳାଙ୍କ ଶରୀରରୁ ୫୦ କେଜି ଓଜନର ଟ୍ୟୁମର ବାହାର କରିଛନ୍ତି।

ମହିଳା ଜଣଙ୍କ ଦିଲ୍ଲୀରେ ରହୁଥିଲେ। କିଛି ମାସ ହେଲା ତାଙ୍କର ଓଜନ ବଢ଼ିବା ଆରମ୍ଭ ହୋଇଥିଲା। ଗୋଟିଏ ସମୟରେ ତାଙ୍କର ଓଜନ ୧୦୬ କେଜିରେ ପହଞ୍ଚି ଯାଇଥିଲା। ଏହାପରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ତଳି ପେଟରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ।

ଶେଷରେ ସେ ଚାଲିବା ଓ କାମ କରିବାରେ ବି କଷ୍ଟ ଅନୁଭବ କରିବା ଆରମ୍ଭ କରିଥିଲେ। ପରିବାର ଲୋକ ଆପୋଲ ହସ୍ପିଟାଲରେ ତାଙ୍କର ପରୀକ୍ଷା କରାଇଥିଲେ। ପରୀକ୍ଷା ବେଳେ ତାଙ୍କ ଶରୀରରେ ଗୋଟିଏ ବିରାଟ ଟ୍ୟୁମର ଥିବା ଜଣାପଡ଼ିଥିଲା। ଫଳରେ ଏହାର ଅପରେସନ କରିବାକୁ ନିଷ୍ପତ୍ତି ହୋଇଥିଲା।

ସର୍ଜନ ଡା ଅରୁଣ ପ୍ରସାଦଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଅଗଷ୍ଟ ୧୮ରେ ମହିଳାଙ୍କ ଅପରେସନ ଆରମ୍ଭ କରିଥିଲେ। ଶେଷରେ ଦୀର୍ଘ ସାଢ଼େ ୩ ଘଣ୍ଟାର ଅପରେସନ ପରେ ମହିଳାଙ୍କ ଶରୀରରୁ ୫୦ କେଜି ଓଜନର ଟ୍ୟୁମର ବାହାର କରାଯାଇଥିଲେ। ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Related story