୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜିର ବଜେଟ୍‌ ଘୋଷଣା ଅନୁଯାୟୀ, ଭାରତରେ ୨୦୨୨ ସୁଦ୍ଧା ଆଉ କେହି ବି ବାସହୀନ ରହିବେ ନାହିଁ। ମୋଦି ସରକାର ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବେ। ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “୫ ବର୍ଷ ମଧ୍ୟରେ ଆମ ସରକାର ଗ୍ରାମାଞ୍ଚଳରେ ୧.୫୪ କୋଟି ଘର ନିର୍ମାଣ କରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ୧.୯୫ କୋଟି ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୧୫-୧୬ରେ ଗୋଟିଏ […]

aqaa

Hemant Lenka
  • Published: Friday, 05 July 2019
  • , Updated: 05 July 2019, 03:38 PM IST

ନୂଆଦିଲ୍ଲୀ: ଆଜିର ବଜେଟ୍‌ ଘୋଷଣା ଅନୁଯାୟୀ, ଭାରତରେ ୨୦୨୨ ସୁଦ୍ଧା ଆଉ କେହି ବି ବାସହୀନ ରହିବେ ନାହିଁ। ମୋଦି ସରକାର ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବେ।

ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “୫ ବର୍ଷ ମଧ୍ୟରେ ଆମ ସରକାର ଗ୍ରାମାଞ୍ଚଳରେ ୧.୫୪ କୋଟି ଘର ନିର୍ମାଣ କରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ୧.୯୫ କୋଟି ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

୨୦୧୫-୧୬ରେ ଗୋଟିଏ ଘର ନିର୍ମାଣ କରିବାକୁ ୩୧୪ ଦିନ ଲାଗୁ ଥିଲା। ୨୦୧୭-୧୮ରେ ଏହା ୧୧୪ ଦିନକୁ ହ୍ରାସ ପାଇଛି। ସରକାର ଯେଉଁ ସବୁ ଘର ନିର୍ମାଣ କରିବେ, ସେଥିରେ ଏଲପିଜି, ବିଦ୍ୟୁତ ଓ ଟଏଲେଟ ବ୍ୟବସ୍ଥା ରହିବ।”

Related story