ବିଜେପିର ଷ୍ଟ୍ରାଇକ ରେଟ୍‌ ଦେଖି କଂଗ୍ରେସ ଜଳକା

ନୂଆଦିଲ୍ଲୀ: ବିଜେପିର ଚମତ୍କାର ପ୍ରଦର୍ଶନକୁ ଯୋଗୁ ବିହାରରେ କ୍ଷମତା ବଜାୟୀ ରଖିବାରେ ସକ୍ଷମ ହୋଇଛି ଏନ୍‌ଡିଏ। ଦୀର୍ଘ ବର୍ଷ ହେଲା ଜୁନିୟର ପାର୍ଟନର ରହିଥିବା ବିଜେପି ଏବେ ବଡ଼ ଭାଇ। ବିଜେପି ଚଳିତ ନିର୍ବାଚନରେ ୧୧୦ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏହା ମଧ୍ୟରୁ ଦଳ ୭୪ଟି ଆସନ ଦଖଲ କରିଛି। ଏହାର ଅର୍ଥ ବିଜେପିର ଓଭର ଅଲ ଷ୍ଟ୍ରାଇକ ରେଟ୍‌ ୬୭%। ମେଣ୍ଟରେ ଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବେ ବିହାରରେ ସାନା ଭାଇ ହୋଇ ଯାଇଛି। […]

d

d

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 02:37 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ଚମତ୍କାର ପ୍ରଦର୍ଶନକୁ ଯୋଗୁ ବିହାରରେ କ୍ଷମତା ବଜାୟୀ ରଖିବାରେ ସକ୍ଷମ ହୋଇଛି ଏନ୍‌ଡିଏ। ଦୀର୍ଘ ବର୍ଷ ହେଲା ଜୁନିୟର ପାର୍ଟନର ରହିଥିବା ବିଜେପି ଏବେ ବଡ଼ ଭାଇ। ବିଜେପି ଚଳିତ ନିର୍ବାଚନରେ ୧୧୦ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏହା ମଧ୍ୟରୁ ଦଳ ୭୪ଟି ଆସନ ଦଖଲ କରିଛି। ଏହାର ଅର୍ଥ ବିଜେପିର ଓଭର ଅଲ ଷ୍ଟ୍ରାଇକ ରେଟ୍‌ ୬୭%।

ମେଣ୍ଟରେ ଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବେ ବିହାରରେ ସାନା ଭାଇ ହୋଇ ଯାଇଛି। ଦଳ ୧୧୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କେବଳ ୪୩ରେ ଜିତିବାକୁ ସକ୍ଷମ ହୋଇଛି। ଏହାର ଷ୍ଟ୍ରାଇକ ରେଟ୍ ମାତ୍ର ୩୫.୫%। ସେହିପରି ବିଜେପିର ଷ୍ଟ୍ରାଇକ ରେଟ୍‌ କଂଗ୍ରେସ ତୁଳନାରେ ଯଥେଷ୍ଟ ଅଧିକ। କେବଳ ବିହାର ନୁହେଁ, ଏକାଧିକ ରାଜ୍ୟରେ ହୋଇଥିବା ଉପ ନିର୍ବାଚନରେ ବି ବିଜେପି ଦମଦାର ପ୍ରଦର୍ଶନ କରିଛି। କେଉଁ ଦଳ କେତେ ଆସନରେ ପ୍ରାର୍ଥୀ ଦେଇଛି ଓ ସେହି ଅନୁସାରେ କେତୋଟି ଆସନ ଜିତିଛି, ତା’କୁ ନଜରରେ ରଖି ଷ୍ଟ୍ରାଇକ ରେଟ୍‌ ବା ବିଜୟ ପ୍ରତିଶତ ନିର୍ଦ୍ଧାରଣ କରାଯାଏ।

ବିହାରରେ ବିଜେପି ୭୪ଟି ଆସନ ଜିତିଥିବା ବେଳେ ବିରୋଧୀ ମହାଗଠବନ୍ଧନର ନେତୃତ୍ୱ ନେଉଥିବା ତେଜସ୍ୱୀ ଯାଦବଙ୍କ ଆରଜେଡି ୭୫ଟି ଆସନ ଜିତିଛି। ଏହାର ଅର୍ଥ ଆରଜେଡି ରାଜ୍ୟର ଏକକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। କିନ୍ତୁ ବିଜେପିର ଷ୍ଟ୍ରାଇକ ରେଟ୍‌ ସବୁ ଆଞ୍ଚଳିକ ଓ ଜାତୀୟ ଦଳ ତୁଳନାରେ ସର୍ବାଧିକ।

ବିଜେପିର ଷ୍ଟ୍ରାଇକ ରେଟ୍‌ ୬୭.୨୭% ରହିଥିବା ବେଳେ ଏହା ପଛକୁ କମ୍ୟୁନିଷ୍ଟ ପାର୍ଟ ଅଫ ଇଣ୍ଡିଆ(ଏମ-ଏଲ)ଏଲର ୬୩.୧୬%, ଏଚ୍‌ଏଏମର ୫୭.୧୪%, ଆରଜେଡିର ୫୨.୦୮%, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ଏମ)ର ୫୦%, ଜେଡିୟୁର ୩୫.୩୪%, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ୩୩.୩୩%, ଭିଆଇପିର ୩୦.୭୭%, କଂଗ୍ରେସର ୨୬.୦୩%, ଏଆଇଏମଆଇଏର ୧୨.୨%, ବିଏସପିର ୦.୯୩% ଓ ଏଲଜେପିର ଷ୍ଟ୍ରାଇକ ରେଟ୍‌ ୦.୭୪% ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାଗଠବନ୍ଧନରେ ଥିବା ଦୁଇ ବଡ଼ ଦଳ ଆରଜେଡି ଓ କଂଗ୍ରେସକୁ ମଧ୍ୟ ବିଜେପି ସିଧାସଳଖ କ୍ଲିନବୋଲ୍ଡ କରି ଦେଇଛି। ଯେଉଁ ସବୁ ସ୍ଥାନରେ ଆରଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ବିଜେପି ମୁହାଁମୁହିଁ ଲଢ଼ୁଥିଲା, ସେଠାରେ ପଦ୍ମ ଦଳର ଦବଦବା ଦେଖିବାକୁ ମିଳିଛି।

ବିହାରର ୫୬ଟି ଆସନରେ ବିଜେପି ଓ ଆରଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିଲା। ଏହି ୫୬ଟି ଆସନରୁ ବିଜେପି ୩୭ଟି ଜିତିଥିବା ବେଳେ ଆରଜେଡି ୧୯ଟି ଜିତିବାକୁ ସକ୍ଷମ ହୋଇଛି। ଏହାର ଅର୍ଥ ଏଠାରେ ବିଜେପିର ଷ୍ଟ୍ରାଇକ ରେଟ୍‌ ୬୬% ଓ ଆରଜେଡିର ୩୪% ରହିଛି।

ସେହିପରି କଂଗ୍ରେସକୁ ମଧ୍ୟ ବିଜେପି ଏକପାଖିଆ ଭାବେ ଧୂଳି ଚଟେଇଛି। ୩୩ଟି ଆସନରେ ଦୁଇ ଦଳ ମଧ୍ୟରେ ସିଧାସଳଖ ଟକ୍କର ହୋଇଥିଲା। ଏହା ମଧ୍ୟରୁ ବିଜେପି ୨୭ଟି ଓ କଂଗ୍ରେସ ମାତ୍ର ୬ଟି ଆସନ ଜିତିଛି। ବିଜେପିର ଷ୍ଟ୍ରାଇକ ରେଟ୍ ୮୩% ଥିବା ବେଳେ କଂଗ୍ରେସର ଷ୍ଟ୍ରାଇକ ରେଟ୍ ମାତ୍ର ୧୭% ରହିଛି।

ଅନ୍ୟପକ୍ଷରେ କେବଳ ବିହାର ନୁହେଁ, ବିଜେପି ୫୯ଟି ଆସନରେ ହେଉଥିବା ଉପ ନିର୍ବାଚନରେ ୪୧ଟିରେ ବାଜିମାତ କରିଛି। ମଧ୍ୟପ୍ରଦେଶରେ ବିଜେପି ୨୮ଟି ଆସନରୁ ୧୯ଟି ଓ କଂଗ୍ରେସ ୯ଟି। ଗୁଜରାଟରେ ବିଜେପି ୮ଟି ଯାକ ଆସନରେ ଜିତିଥିବା ବେଳେ କଂଗ୍ରେସ ମୂଳପୋଛ ହୋଇଯାଇଛି।

ଉତ୍ତର ପ୍ରଦେଶର ୭ଟି ଆସନରୁ ବିଜେପି ୬ଟି ଓ ସପା ଗୋଟିଏ ଆସନ ପାଇଛି। ମଣିପୁରର ୫ଟି ଆସନରୁ ବିଜେପି ୪ଟିରେ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ। ବିଜେପି କେବଳ ମଧ୍ୟପ୍ରଦେଶ ଓ ଗୁଜରାଟରେ କଂଗ୍ରେସ ଠାରୁ ୨୬ଟି ଆସନ ଛଡ଼ା ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story