ଏହି ସବୁ ବିଭାଗ ନିଜ ପାଖରେ ରଖିଲେ ମୋଦି

ନୂଆଦିଲ୍ଲୀ: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି। ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତି। ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିଛି। ଆଜି ଏହିସବୁ ସଦସ୍ୟମାନଙ୍କୁ ମନ୍ତ୍ରୀ ପଦ ବଣ୍ଟା ଯାଇଛି। ତେବେ ମୋଦି ନିଜ […]

s

Hemant Lenka
  • Published: Friday, 31 May 2019
  • , Updated: 31 May 2019, 02:15 PM IST

ନୂଆଦିଲ୍ଲୀ: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି। ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତି। ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିଛି।

ଆଜି ଏହିସବୁ ସଦସ୍ୟମାନଙ୍କୁ ମନ୍ତ୍ରୀ ପଦ ବଣ୍ଟା ଯାଇଛି। ତେବେ ମୋଦି ନିଜ ପାଖରେ ଏକାଧିକ ଗରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ସେଗୁଡ଼ିକ ହେଲା- ପର୍ସୋନେଲ ବିଭାଗ, ସାଧାରଣ ଅଭିଯୋଗ, ପେନସନ, ଆଟମିକ ଏନର୍ଜି, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେଉଥିବା ବିଭାଗ ଓ ବଣ୍ଟା ଯାଇ ନଥିବା ସମସ୍ତ ବିଭାଗର ଦାୟିତ୍ୱ ସେ ନିଜେ ଦେଖାଶୁଣା କରିବେ।

Related story