ଗଞ୍ଜେଇ ଖାଇଲେ ଫୁସଫୁସର କ୍ଷତି କରିପାରିବ ନାହିଁ କରୋନା!

ନ୍ୟୁୟର୍କ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଗଞ୍ଜେଇରେ ଥିବା କାନ୍ନାବିଡିଓଲ ବା ସିବିଡି ଉପାଦନ ଦ୍ୱାରା cytokine storm ହ୍ରାସ ପାଉଛି ଓ କୋରନା ପାଇଁ ସଂକ୍ରମିତ ହେଉଥିବା ଫୁସଫୁସକୁ ମଧ୍ୟ ଏହା ସୁସ୍ଥ ରଖିପାରିବ ବୋଲି ଏକ ସର୍ଭେରେ କୁହାଯାଇଛି। Journal of Cellular and Molecular Medicineରେ ପ୍ରକାଶ ପାଇଥିବା ରିପୋର୍ଟରେ ସିବିଡି କେମିତି ଫୁସଫୁସକୁ ରକ୍ଷା କରୁଛି, ତା’ର ବିସ୍ତୃତ ସୂଚନା ରହିଛି। ସିବିଡି cytokine stormକୁ ହ୍ରାସ […]

fj

Hemant Lenka
  • Published: Monday, 19 October 2020
  • , Updated: 19 October 2020, 04:44 PM IST

ନ୍ୟୁୟର୍କ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଗଞ୍ଜେଇରେ ଥିବା କାନ୍ନାବିଡିଓଲ ବା ସିବିଡି ଉପାଦନ ଦ୍ୱାରା cytokine storm ହ୍ରାସ ପାଉଛି ଓ କୋରନା ପାଇଁ ସଂକ୍ରମିତ ହେଉଥିବା ଫୁସଫୁସକୁ ମଧ୍ୟ ଏହା ସୁସ୍ଥ ରଖିପାରିବ ବୋଲି ଏକ ସର୍ଭେରେ କୁହାଯାଇଛି।

Journal of Cellular and Molecular Medicineରେ ପ୍ରକାଶ ପାଇଥିବା ରିପୋର୍ଟରେ ସିବିଡି କେମିତି ଫୁସଫୁସକୁ ରକ୍ଷା କରୁଛି, ତା’ର ବିସ୍ତୃତ ସୂଚନା ରହିଛି। ସିବିଡି cytokine stormକୁ ହ୍ରାସ କରିଥାଏ। cytokine storm ବଢ଼ିଲେ ଜଣେ ବ୍ୟକ୍ତିଙ୍କ ଶରୀରରେ ଫୁସଫୁସ ଦୁର୍ବଳ ହୋଇଥାଏ।

cytokine storm ଦ୍ୱାରା ମଣିଷ ଶରୀରରେ ଥିବା ଆପେଲିନ ସ୍ତର ହ୍ରାସ ପାଇଥାଏ। ଭାଇରାଲ ସଂକ୍ରମଣ ବେଳେ ଜଣେ ବ୍ୟକ୍ତିଙ୍କର ଆପେଲିନ ସ୍ତର ହ୍ରାସ ପାଇଥାଏ। କରୋନା ବେଳେ ସମାନ ସମସ୍ୟା ହେବାରୁ ୧୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି।

ତେବେ ଗଞ୍ଜେଇରେ ଥିବା ସିବିଡି ତୁରନ୍ତ ଆପେଲିନକୁ ଠିକ୍‌ କରିବା ସହ ଫୁସଫୁସ ସଂକ୍ରମଣକୁ ମଧ୍ୟ ରୋକିଥାଏ। ଏଆରଡିଏସ ମଡେଲ ପାଇଁ ପେପଟାଇଡରେ ଥିବା ରକ୍ତର ସ୍ତର ପ୍ରାୟ ଶୂନ ପାଖକୁ ଚାଲିଆସେ। ସିବିଡି ଦ୍ୱାରା ଏହା ୨୦ ଗୁଣ ବୃଦ୍ଧି ପାଇଥାଏ। କହିବାକୁ ଗଲେ ଏହାକୁ ସିବିଡି ପ୍ରାୟ ଠିକ୍‌ ସ୍ତରରୁ ନେଇ ଆସିଥାଏ।

ହାର୍ଟ, ଫୁସଫୁସ, ବ୍ରେନ, ମୋଟା ଟିସୁ ଓ ରକ୍ତର ସେଲଗୁଡ଼ିକ ଦ୍ୱାରା ଆପେଲିନ ତିଆରି ହୋଇଥାଏ। ଏହା ଉଭୟ ରକ୍ତ ଚାପ ଓ ସଂକ୍ରମଣ ରେଗୁଲେଟରକୁ କମ କରି ରଖିଥାଏ। ସିବିଡି ଦ୍ୱାରା ଫୁସଫୁସ ସଂକ୍ରମଣ ରୋକା ଯିବା ସହ ଫୁସଫୁସରକୁ ଠିକ ଭାବେ ଚଳ ପ୍ରଚଳ କରାଇବା, ଅମ୍ଳଜାନ ସ୍ତରରୁ ଠିକ୍ ରଖିବା ଓ ଫୁସଫୁସରେ ହେଉଥିବା ରୋଗକୁ ମଧ୍ୟ ଏହା ରୋକିଥାଏ।

ତେବେ ସିବିଡି କେମିତି ଏତେ କାମ କରିପାରୁଛି, ତା’ ଉପରେ ଏବେ କାମ ଚାଲୁଛି। କରୋନା ରୋଗର ଚିକିତ୍ସା ପାଇଁ ଏହାକୁ ବିଧିବଦ୍ଧ ଭାବେ ସାମିଲ କରାଯିବା ପୂର୍ବରୁ ଏହାର କାରଣ ଜାଣିବା ଜରୁରୀ।

Related story