ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର: ମାନବ ଇତିହାସରେ ସବୁଠୁ ଧ୍ୱଂସକାରୀ ପ୍ରାକୃତିକ ବିପର୍ଯ୍ୟୟ ସୁନାମି । ୧୩ ବର୍ଷ ତଳେ ସୁନାମିର ଉଗ୍ରରୂପରେ ଥରିଉଠିଥିଲା ଭାରତୀୟ ମହାସାଗର ସଂଲଗ୍ନ ରାଷ୍ଟ୍ରଗୁଡ଼ିକ। ଭାରତ ସମେତ ୧୪ଟି ଦେଶରେ ଖେଳିଯାଇଥିଲା ମୃତ୍ୟୁର ବିଭୀଷିକା। ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ଶବ ବିଛାଇ ହୋଇଗଲା ସବୁଠି। ସେଦିନର ପ୍ରକୃତିର ସେହି ତାଣ୍ଡବ ଆଜି ବି ମନେପଡ଼ିଲେ ଦେହ ଶୀତେଇ ଉଠେ। ହେଲେ ଆଗକୁ ଯଦି ଏଭଳି ମାରାତ୍ମକ ସୁନାମି ଆସେ, ତେବେ କେମିତି ବର୍ତ୍ତିପାରିବେ ଲୋକେ ? କେମିତି ଏହାର ମୁକାବିଲା କରାଯାଇପାରିବ ? ସେନେଇ ଆଜି ରାଜ୍ୟର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ହୋଇଥିଲା ମକଡ୍ରିଲ୍। ଆଉ ଲୋକଙ୍କୁ କରାଯାଇଥିଲା ସତର୍କ।

ସକାଳେ କ’ଣ ଘଟିଲା

ସମୟ ସକାଳ ସାଢ଼େ ୯ଟା। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଆସିଲା ଜରୁରୀ ବାର୍ତ୍ତା । ବାର୍ତ୍ତା ଥିଲା ଆଣ୍ଡାମାନ ନିକୋବର ନିକଟରେ ଭୂକମ୍ପ ଯୋଗୁ ସୁନାମି ଭଳି ସମୁଦ୍ରରେ ଢେଉ ସୃଷ୍ଟି ହୋଇଛି। କିଛି ସମୟ ମଧ୍ୟରେ ସ୍ଥଳ ଭାଗିବ ଛୁଇଁବ ସମୁଦ୍ର। ୧୦ କିଲୋମିଟର ପଯର୍ୟନ୍ତ ମାଡ଼ି ଆସିବ ପାଣି। ଏଭଳି ବାର୍ତ୍ତା ପହଞ୍ଚିବା ପରେ ଆରମ୍ଭ ହୋଇଗଲା ମୁକାବିଲା ପାଇଁ ପ୍ରସ୍ତୁତି। ଏନ୍‌ଡିଆରଏଫ, ଦମକଳବାହିନୀ, ସେନା କର୍ମଚାରୀ ପହଞ୍ଚିଗଲେ ଘଟଣାସ୍ଥଳରେ। ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ମାଇକ ଜରିଆରେ କରିଦିଆଗଲା ସତର୍କ । ୯ଟା ୩୦ ମିନିଟ ମଧ୍ୟରେ କାହାକୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଗଲା ତ’ ଆଉ କାହାକୁ ସୁରକ୍ଷିତ ସ୍ଥାନକୁ ନିଆଗଲା । ହେଲେ ନା ସୁନାମି ଆସିଥିଲା ନା କୌଣସି ପ୍ରାକୃତିକ ବିପଯର୍ୟୟ ମାଡ଼ି ଆସିଲା। ଏହାଥିଲା ସୁନାମି ଭଳି ଦୁର୍ବିପାକର ମୁକାବିଲା ପାଇଁ ପ୍ରସ୍ତୁତି ପର୍ବ । ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଯଥା ଗଂଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ୨୨ଟି ବ୍ଲକ ସହ ୩୨୮ଟି ସୁନାମୀ ପ୍ରବଣ ଗାଁ ଗୁଡ଼ିକରେ ଆଜି ଏଭଳି ମକ୍‌ଡ୍ରିଲ୍ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ବିପଯର୍ୟୟ ପରିଚାଳନା କର୍ତ୍ତୃପକ୍ଷ NDMAର ମିଳିତ ସହାୟତାରେ ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସିଏନ୍ ଇନଫର୍ମେସନ ସର୍ଭିସେସ୍-INCOIS ହାଇଦ୍ରାବାଦ୍ ପକ୍ଷରୁ ମିଳିତ ଭାବେ ଏହି ମକ୍ ଡ୍ରିଲ୍ କରାଯାଇଥିଲା। ଯେଉଁଥିରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଏବଂ ଏନ୍‌ଡିଆରଏଫ, ଓଡ଼୍ରାଫ୍, ଅ୍ରଗ୍ନିଶମ ସେବା ସଂସ୍ଥା, ସିଭିଲ୍ ଡିଫେନ୍ସ, ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ଅଂଶଗ୍ରହଣ କରିଥିଲେ। ସଚେତନତା ସହ ଦୁର୍ବିପାକ ବେଳେ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଥିଲା।

ସେଇ ଡିସେମ୍ବର ୨୬

୨୦୦୪, ଡିସେମ୍ବର ୨୬ରେ ଭୟଙ୍କର ତଥା ଘାତକ ଦୂର୍ବିପାକ ସୁନାମି ଭିଆଇଥିଲା ତାଣ୍ଡବ । ଦେଖିବାକୁ ମିଳିଥିଲା ଧ୍ୱଂସବିଧ୍ୱସ୍ତର କରୁଣ ଚିତ୍ର। ଭାରତ ମହାସାଗର ସଂଲଗ୍ନ ୧୪ ଦେଶରେ ପ୍ରାଣ ହରାଇଥିଲେ ପ୍ରାୟ ଅଢ଼େଇ ଲକ୍ଷ ଲୋକ। ତା’ପରଠୁ ରାଜ୍ୟଠୁ ବିଦେଶ ସବୁଠି ଚାଲିଛି ମୁକାବିଲା ପାଇଁ ଏଭଳି ପ୍ରସ୍ତୁତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।