କେମିତି ହୋଇଥିଲା ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ? ୪୦ ଶହୀଦଙ୍କ ମଧ୍ୟରେ ଥିଲେ ୨ ଓଡ଼ିଆ

ନୂଆଦିଲ୍ଲୀ: ଗତବର୍ଷ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ।  ଉକ୍ତ ଦିନ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଭୋର୍ ୩ଟା ୩୦ରୁ ଶ୍ରୀନଗର ଅଭିମୁଖେ ବାହାରିଥିବା ଏହି ବସ୍‌ଗୁଡ଼ିକ ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବା ନିମନ୍ତେ ଧାର୍ଯ୍ୟ ହୋଇଥିଲା । ହେଲେ ଅପରାହ୍ନ ୩ଟା ସମୟରେ ୭୬ ସିଆରପିଏଫ ବାଟାଲିୟନର HR 49F 0637 ନମ୍ୱର ବସ୍‌ଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା। ଏକା […]

Pulwama_terror_attack_kashmir_AP_0

Subhransu Sekhar
  • Published: Friday, 14 February 2020
  • , Updated: 14 February 2020, 08:23 AM IST

ନୂଆଦିଲ୍ଲୀ: ଗତବର୍ଷ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ।  ଉକ୍ତ ଦିନ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଭୋର୍ ୩ଟା ୩୦ରୁ ଶ୍ରୀନଗର ଅଭିମୁଖେ ବାହାରିଥିବା ଏହି ବସ୍‌ଗୁଡ଼ିକ ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବା ନିମନ୍ତେ ଧାର୍ଯ୍ୟ ହୋଇଥିଲା । ହେଲେ ଅପରାହ୍ନ ୩ଟା ସମୟରେ ୭୬ ସିଆରପିଏଫ ବାଟାଲିୟନର HR 49F 0637 ନମ୍ୱର ବସ୍‌ଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା। ଏକା ସାଙ୍ଗରେ ୭୮ଟି ବସ୍ ଧାଡ଼ିରେ ଯାଉଥିବା ବେଳେ ଆତ୍ମଘାତୀ କାର୍‌ର ଶିକାର ହୋଇଥିବା ଏହି ବସ୍‌ଟି ୫ ନମ୍ୱରରେ ଥିଲା। ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ୪୦  ସିଆରପିଏଫ ଯବାନ ଶହୀଦ ହୋଇଥିଲେ।

ଶହୀଦଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ମଧ୍ୟ ଥିଲେ। ଏହି ଦୁଇ ଯବାନ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ। ଏହି ବୀର ଶହୀଦ ଯବାନ ସିଆରପିଏଫ୍‌ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ସେହିପରି ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଗାଁରେ। ସେ ସିଆରପିଏଫ୍‌ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ।

[caption id="attachment_340026" align="aligncenter" width="750"] ଶହୀଦ ଦୁଇ ଓଡ଼ିଆ ଯବାନ, ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା[/caption]

ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିଲା। ଏଭଳି ଦୁର୍ଘଟଣାକୁ ନେଇ ବିଭିନ୍ନ ତଦନ୍ତ ହୋଇଛି। ସିଆରପିଏଫର ଅନ୍ତିମ ରିପୋର୍ଟ ଅନୁଯାୟୀ, ସିଆରପିଏଫ୍ ଏସଓପି ନିୟମ ପାଳନ କରିଥିଲା। କିନ୍ତୁ ପ୍ରତି ୪ଟି ଗାଡ଼ି ମଧ୍ୟରେ ଲମ୍ୱା ବ୍ୟବଧାନ ନଥିଲା। ଯାହାକି ଏକ ବିଫଳତା ବୋଲି ଅନ୍ତରୀଣ ରିପୋର୍ଟରେ ଦର୍ଶାଯାଇଥିଲା। ଏହି ବିଫଳତାର ସୁଯୋଗ ନେଇ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହା ଗୁଇନ୍ଦା ବିଭାଗର ବିଫଳତା ବୋଲି ଦର୍ଶାଯାଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ପୁଲଓ୍ୱାମା ଆତଙ୍କବାଦୀ ସଂକ୍ରାନ୍ତରେ ଏକ ବିବୃତି ରଖିଥିଲା। ଯେଉଁଥିରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଗୁଇନ୍ଦା ବିଭାଗର ବିଫଳତା ଯୋଗୁଁ ହୋଇନି ବୋଲି ଦର୍ଶାଇଥିଲା।

ସିଆରପିଏଫର ଅନ୍ତରୀଣ ରିପୋର୍ଟ ଅନୁଯାୟୀ ଆଇଇଡି ବିସ୍ଫୋରଣ ହେବ ବୋଲି ସୂଚନା ମିଳିଥିଲା। କିନ୍ତୁ ଏକ ଆତ୍ମଘାତୀ କାର୍‌ ମାଧ୍ୟମରେ ଆକ୍ରମଣ ହୋଇପାରେ ବୋଲି କୌଣସି ସୂଚନା ନଥିଲା। ଏମିତିକି ଘାଟିରେ ମୁତୟନ ଥିବା ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟରେ ମଧ୍ୟ କାର୍‌ରେ ଆତ୍ମଘାତୀ ବିସ୍ଫୋରଣ ହେବ ବୋଲି ସୂଚନା ମିଳିନଥିଲା।

ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏ ବାବଦରେ ଗତବର୍ଷ ଜୁନରେ ପ୍ରତିକ୍ରିୟା ରଖିଥିଲା। ସେତେବେଳର କେନ୍ଦ୍ର ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ଜି. କିଷାନ ରେଡ୍ଡୀ କହିଥିଲେ ‘ଜମ୍ମୁ କଶ୍ମୀରରେ ଲଗାତର ଭାବରେ ସୀମାପାର ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ି ଚାଲିଛି। ସମସ୍ତ ଗୁଇନ୍ଦା ସଂସ୍ଥା ସଠିକ୍ ଭାବରେ କାମ କରୁଥିବା ବେଳେ ସମସ୍ତ ଗୁଇନ୍ଦା ସଂସ୍ଥା ମଧ୍ୟରେ ସୂଚନା ଆଦାନ ପ୍ରଦାନ ନେଇ ମଧ୍ୟ ଭଲ ବୁଝାମଣା ରହିଛି। ଏମିତିକି ଗୁଇନ୍ଦା ରିପୋର୍ଟ ଆଧାରରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ଭଣ୍ଡୁର ହୋଇଛି। ଆତଙ୍କବାଦୀଙ୍କ ବିରୋଧରେ ଜୀରୋ ଟଲରେନ୍ସ ନୀତି ସରକାର ଆପଣାଇଛନ୍ତି। ଏହା ଦ୍ୱାରା ଗତ କିଛି ବର୍ଷ ହେବ ଆତଙ୍କବାଦୀ କାର୍ଯ୍ୟକାଳପ କମିଛି’।

Related story