ଗୁଗୁଲ ଆଣ୍ଡ୍ରଏଡକୁ ଝଟକା ଦେବ ହୁଓ୍ୱାଇ

ବେଜିଂ: ଚାଇନା ଦ୍ୱାରା ନର୍ମିତ ହୁଓ୍ୱାଇ ମୋବାଇଲ ଏବେ ଆମେରିକାନ କମ୍ପାନୀ ଗୁଗୁଲ ଆଣ୍ଡ୍ରଏଡକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି କରିଛି। ନିକଟରେ ଗୁଗୁଲ ହୁଓ୍ୱାଇ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏବେ ପୁଣିଥରେ ଗୁଗୁଲ ହୁଓ୍ୱାଇକୁ ଲାଇସେନ୍ସ ଦେଇଛି। ହେଲେ ହୁଓ୍ୱାଇ ଏହାକୁ ବ୍ୟବହାର କରିବନି ବୋଲି କହିଛି। ଏହା ସହିତ ଗୁଗୁଲକୁ ଟକ୍କର ଦେବା ପାଇଁ ହୁଓ୍ୱାଇ ନିଜସ୍ୱ ମୋବାଇଲ ଓପରେଟିଂ ସିଷ୍ଟମ ବିକଶିତ କରିଛି। ହୁଓ୍ୱାଇରେ ଗୁଗୁଲ ଆଣ୍ଡ୍ରଏଡ ବ୍ୟବହାର ହୋଇପାରିବନି ବୋଲି ଜଣାପଡ଼ିବା […]

HUAWEI

Subhransu Sekhar
  • Published: Friday, 31 January 2020
  • , Updated: 31 January 2020, 05:33 PM IST

ବେଜିଂ: ଚାଇନା ଦ୍ୱାରା ନର୍ମିତ ହୁଓ୍ୱାଇ ମୋବାଇଲ ଏବେ ଆମେରିକାନ କମ୍ପାନୀ ଗୁଗୁଲ ଆଣ୍ଡ୍ରଏଡକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି କରିଛି। ନିକଟରେ ଗୁଗୁଲ ହୁଓ୍ୱାଇ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏବେ ପୁଣିଥରେ ଗୁଗୁଲ ହୁଓ୍ୱାଇକୁ ଲାଇସେନ୍ସ ଦେଇଛି। ହେଲେ ହୁଓ୍ୱାଇ ଏହାକୁ ବ୍ୟବହାର କରିବନି ବୋଲି କହିଛି। ଏହା ସହିତ ଗୁଗୁଲକୁ ଟକ୍କର ଦେବା ପାଇଁ ହୁଓ୍ୱାଇ ନିଜସ୍ୱ ମୋବାଇଲ ଓପରେଟିଂ ସିଷ୍ଟମ ବିକଶିତ କରିଛି।

ହୁଓ୍ୱାଇରେ ଗୁଗୁଲ ଆଣ୍ଡ୍ରଏଡ ବ୍ୟବହାର ହୋଇପାରିବନି ବୋଲି ଜଣାପଡ଼ିବା ପରେ ହନର ମୋବାଇଲକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଭାରତରେ ବିକ୍ରି ହେଉଥିବା ଅନର ମୋବାଇଲ ହୁଓ୍ୱାଇ ମୋବାଇଲ କମ୍ପାନୀର ସହଯୋଗୀ କମ୍ପାନୀ। ଚୀନରେ ବ୍ୟବସାୟ ପାଇଁ ହୁଓ୍ୱାଇ ଉପରେ କୌଣସି କଟକଣା ନାହିଁ। ହେଲେ ସେଠାରେ ଗୁଗୁଲ ଉପରେ ପ୍ରତିବନ୍ଧକ ଲାଗିଛି। ଚୀନ ବାହାରେ ଗୁଗୁଲକୁ କିଭଳି ଟକ୍କର ଦେବ ହୁଓ୍ୱାଇ ସେ ନେଇ ପ୍ରସ୍ତୁତି ଚଳାଇଛି।

ହୁଓ୍ୱାଇ ଉପରେ ଗୁଗୁଲ ପ୍ରତିବନ୍ଧକ ଲଗାଇବା ବେଳେ କମ୍ପାନୀ ପାଖରେ କୌଣସି ମୋବାଇଲ ଅପରେଟିଂ ସିଷ୍ଟମ ନଥିଲା। ଏଥିପାଇଁ ହୁଓ୍ୱାଇ ନିଜସ୍ୱ ଅପରେଟିଂ ସିଷ୍ଟମ ବିକଶିତ କରିଛି। ହାରମୋନିଓଏସ ନାମରେ ଏବେ ହୁଓ୍ୱାଇ ଅପରେଟିଂ ସିଷ୍ଟମ ବିକଶିତ କରିଛି। କମ୍ପାନୀ ଏହି ଅପରେଟିଂ ସିଷ୍ଟମକୁ ଲୋକପ୍ରିୟ କରିବା ପାଇଁ କୋଟି କୋଟି ଡଲାର ନିବେଶ କରିବ ବୋଲି ଜଣାପଡ଼ିଛି। ଏହା ଦ୍ୱାରା ଅନେକ ଆପ୍ସ ଏହି ଅପରେଟିଂ ପ୍ଲାଟଫର୍ମ ପରିସର ଭିତରକୁ ଆସିପାରିବ।

Related story