ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାର ଗୁମର ଖୋଲିଲା

ନୂଆଦିଲ୍ଲୀ: ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀର ବୱାନା ଅଞ୍ଚଳରେ ସୁନୀତା ନାମ୍ନୀ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍ ଏ ହତ୍ୟାର ଗୁମର ଖୋଲିଛି ଓ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୁନୀତାଙ୍କର ଏକ ଡାଏରୀ ପାଇବା ପରେ ପୁଲିସ୍ ଏ ହତ୍ୟାକାଣ୍ଡର ରହସ୍ୟ ଭେଦ କରିପାରିଥିଲା। ସୁନୀତାଙ୍କ ଏହି ଡାଏରୀ ବିଷୟରେ କେବଳ ତାଙ୍କ ଝିଅ ଜାଣିଥିଲେ। ଡାଏରୀର ୧୦ମ ପୃଷ୍ଠାରେ ଏମିତି କିଛି କଥା ଲେଖାଯାଇଥିଲା, ଯାହା ପୁଲିସ୍‌କୁ ଚକିତ କରି ଦେଇଥିଲା। ଡାଏରୀରେ ସୁନୀତା […]

model

Jitendra Garnayak
  • Published: Saturday, 03 November 2018
  • , Updated: 03 November 2018, 10:19 AM IST

ନୂଆଦିଲ୍ଲୀ: ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀର ବୱାନା ଅଞ୍ଚଳରେ ସୁନୀତା ନାମ୍ନୀ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍ ଏ ହତ୍ୟାର ଗୁମର ଖୋଲିଛି ଓ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୁନୀତାଙ୍କର ଏକ ଡାଏରୀ ପାଇବା ପରେ ପୁଲିସ୍ ଏ ହତ୍ୟାକାଣ୍ଡର ରହସ୍ୟ ଭେଦ କରିପାରିଥିଲା।

ସୁନୀତାଙ୍କ ଏହି ଡାଏରୀ ବିଷୟରେ କେବଳ ତାଙ୍କ ଝିଅ ଜାଣିଥିଲେ। ଡାଏରୀର ୧୦ମ ପୃଷ୍ଠାରେ ଏମିତି କିଛି କଥା ଲେଖାଯାଇଥିଲା, ଯାହା ପୁଲିସ୍‌କୁ ଚକିତ କରି ଦେଇଥିଲା।

ଡାଏରୀରେ ସୁନୀତା ଲେଖିଥିଲେ ଯେ ତାଙ୍କ ସ୍ୱାମୀ ମଞ୍ଜିତଙ୍କର ‘ଏଞ୍ଜେଲ୍‌ ଗୁପ୍ତା’ ନାମକ ଜଣେ ମଡେଲ ସହିତ ସଂପର୍କ ରହିଛି। ଏମିତିକି ସେ ଏଞ୍ଜେଲଙ୍କ ଘରେ ରହୁଥିଲେ।  ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବହୁ ସମୟରେ ଝଗଡ଼ା ହେଉଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଥିଲା।

[caption id="attachment_296438" align="aligncenter" width="750"] ମଡେଲ୍ ଏଞ୍ଜେଲ୍‌ ଗୁପ୍ତା[/caption]

ଏହା ପରେ ପୁଲିସ୍ ମଞ୍ଜିତଙ୍କ ଫୋନ୍ କଲ୍ ଡିଟେଲ୍ସ ଚେକ୍ କରି ଏଞ୍ଜେଲଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଏଞ୍ଜେଲ ଓ ସୁନୀତାଙ୍କ ସ୍ୱାମୀ ମଞ୍ଜିତ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ।

ଏଞ୍ଜେଲ ସହ ମିଶି ମଞ୍ଜିତ ମାସକ ଆଗରୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ଏଥିରେ ଏଞ୍ଜେଲଙ୍କ ଧରମ ବାପା ରାଜୀବ ଗୁପ୍ତା ବି ସାମିଲ ହୋଇଥିଲେ।

ସୁନୀତାଙ୍କୁ ହତ୍ୟା କରିବାକୁ ଏଞ୍ଜେଲଙ୍କ ଧରମ ବାପା ତାଙ୍କ ଡ୍ରାଇଭର ଦୀପକର ସାହାଯ୍ୟ ନେଇଥିଲେ। ଦୀପକ ଓ ତା’ର ଜଣେ ସାଙ୍ଗ ମିଶି ଜଣେ କଣ୍ଟ୍ରାକ୍ଟ କିଲରକୁ ଏହି କାମ ପାଇଁ ନିୟୋଜିତ କରିଥିଲେ। ଏଥିପାଇଁ କଣ୍ଟ୍ରାକ୍ଟ କିଲର ୧୦ ଲକ୍ଷ ଟଙ୍କା ମାଗିଥିଲେ। ତାଙ୍କୁ ଅଢ଼େଇ ଲକ୍ଷ ଆଡଭାନ୍ସ ଦିଆଯାଇଥିଲା।

ଅକ୍ଟୋବର ୨୯ ତାରିଖ ଦିନ ସୁନୀତା ସ୍କୁଲ୍ ଯିବା ପାଇଁ ବାହାରିବା ପରେ ମଞ୍ଜିତ ଏ ନେଇ ଏଞ୍ଜେଲଙ୍କ ଧରମ ବାପାଙ୍କୁ ସୂଚନା ଦେଇଥିଲେ। ତାଙ୍କଠାରୁ ସୂଚନା ପାଇ କଣ୍ଟ୍ରାକ୍ଟ କିଲର ସୁନୀତାଙ୍କୁ ହତ୍ୟା କରିବାକୁ ବାହରି ଯାଇଥିଲେ। ସେ ସୁନୀତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Related story