ପୋର୍ଣ୍ଣୋ ଭିଡ଼ିଓରେ ସ୍ତ୍ରୀଙ୍କୁ ଅନ୍ୟ ଜଣଙ୍କ ସହ ଦେଖିବା ପରେ ଉଡ଼ିଲା ହୋଶ୍

ବେଙ୍ଗାଲୁରୁ: ସମାଜରେ ଦେଖିବାକୁ ମିଳୁଛି ଅଜବ ପ୍ରକାର ଘଟଣା। ଏଭଳି ଏକ ଅଜବ ଘଟଣା ଏବେ ବେଙ୍ଗାଲୁରୁରେ ଜଣେ ମହିଳା ଡାକ୍ତର ଏବଂ ଇଞ୍ଜିନିୟର ସ୍ୱାମୀଙ୍କ ମଧ୍ୟରେ ଘଟିଛି। ଜଣେ ୩୨ ବର୍ଷୀୟ ମହିଳା ତାଙ୍କର ଇଞ୍ଜିନିୟର ସ୍ୱାମୀଙ୍କୁ ପ୍ରତିଦିନ ଅଶ୍ଳୀଳ ବା ଆଡଲ୍ଟ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ। ଏହାପରେ ଭିଡିଓର ନକଲ କରିବାକୁ କହୁଥିଲେ ମହିଳା ଡାକ୍ତର। ହେଲେ ମହିଳାଙ୍କ ସ୍ୱାମୀ ଗୋଟିଏ ଦିନ ଏଭଳି ଏକ ଭିଡିଓ ଦେଖିଥିଲେ ଯାହାକୁ ଦେଖିବା ପରେ […]

mobile video

Subhransu Sekhar
  • Published: Wednesday, 05 February 2020
  • , Updated: 05 February 2020, 04:10 PM IST

ବେଙ୍ଗାଲୁରୁ: ସମାଜରେ ଦେଖିବାକୁ ମିଳୁଛି ଅଜବ ପ୍ରକାର ଘଟଣା। ଏଭଳି ଏକ ଅଜବ ଘଟଣା ଏବେ ବେଙ୍ଗାଲୁରୁରେ ଜଣେ ମହିଳା ଡାକ୍ତର ଏବଂ ଇଞ୍ଜିନିୟର ସ୍ୱାମୀଙ୍କ ମଧ୍ୟରେ ଘଟିଛି। ଜଣେ ୩୨ ବର୍ଷୀୟ ମହିଳା ତାଙ୍କର ଇଞ୍ଜିନିୟର ସ୍ୱାମୀଙ୍କୁ ପ୍ରତିଦିନ ଅଶ୍ଳୀଳ ବା ଆଡଲ୍ଟ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ। ଏହାପରେ ଭିଡିଓର ନକଲ କରିବାକୁ କହୁଥିଲେ ମହିଳା ଡାକ୍ତର। ହେଲେ ମହିଳାଙ୍କ ସ୍ୱାମୀ ଗୋଟିଏ ଦିନ ଏଭଳି ଏକ ଭିଡିଓ ଦେଖିଥିଲେ ଯାହାକୁ ଦେଖିବା ପରେ ସେ ନିଜେ ତାଜୁବ ହୋଇପଡ଼ିଥିଲେ।

କାରଣ ସେହି ଭିଡିଓରେ ତାଙ୍କର ସ୍ତ୍ରୀ ଅନ୍ୟ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁରୁଷ ଜଣଙ୍କ ତାଙ୍କ ସ୍ତ୍ରୀଙ୍କଠୁ ଅଲଗା ହୋଇ ରହୁଛନ୍ତି। ଏବେ ନିଜର ବିବାହିତ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ମହିଳା ଡାକ୍ତର ଜଣଙ୍କ ପୁଲିସ କମିଶନର ଅଫିସରେ ଥିବା ପରିହାର ଫ୍ୟାମିଲି କାଉନସେଲିଂର ଦ୍ୱାରସ୍ଥ ହୋଇଛନ୍ତି।

ମହିଳ ଡାକ୍ତରଙ୍କ ବୟସ ୩୨ ବର୍ଷ। ତାଙ୍କ ଘର କୋଲକାତା। ତାଙ୍କ ଇଞ୍ଜିନିୟର ସ୍ୱାମୀଙ୍କ ବୟସ ୩୩ ବର୍ଷ। ସେ ଉତ୍ତର ପ୍ରଦେଶ ଲୋକ। ମାଟ୍ରିମୋନିଆଲ ଓ୍ୱେବସାଇଟ ଜରିଆରେ ପରସ୍ପର ଚିହ୍ନାଜଣା ହେବା ପରେସେ ଦୁହେଁ ବିବାହ କରିଥିଲେ। ୨୦୧୮ରେ ଦୁହିଁଙ୍କର ବିବାହ ହୋଇଥିଲା। ବିବାହ ବେଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ କହିଥିଲେ, ପୂର୍ବରୁ ସେ ଜଣଙ୍କ ସହ ସମ୍ପର୍କରେ ଥିଲେ। ଏବେ ତାଙ୍କ ସହ ଆଉ କୌଣସି ସମ୍ପର୍କ ନାହିଁ। ବିବାହ ପରେ ଦମ୍ପତ୍ତିଙ୍କ ମଧ୍ୟରେ ସବୁକିଛି ଠିକଠାକ ଥିଲା। ହେଲେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଜବରଦସ୍ତି ପୋର୍ଣ୍ଣୋ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ।

ତେବେ ଗୋଟିଏ ଦିନ ପତ୍ନୀଙ୍କ ମୋବାଇଲ ଫୋନ୍‌ରେ ପୁରୁଷ ଜଣଙ୍କ ତାଙ୍କ ସ୍ତ୍ରୀଙ୍କ ଏକ ଅଶ୍ଳୀଳ ଭିଡିଓ ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ମହିଳା ଜଣଙ୍କ ଭିଡିଓଟିକୁ ସତ ବୋଲି ମାନିଥିଲେ। ଏହା ତାଙ୍କର ପୂର୍ବ ପ୍ରେମିକଙ୍କ ସହିତ ବୋଲି କହିଥିଲେ। ଏହି ଭିଡିଓଟିକୁ ସେ ରଖିବାର କାରଣ କହିଥିଲେ, ପୂର୍ବ ପ୍ରେମିକ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ତେଣୁ ପ୍ରମାଣ ସ୍ୱରୂପ ସେ ଭିଡିଓଟିକୁ ରଖିଛନ୍ତି ବୋଲି ମହିଳା ଜଣଙ୍କ ପରିହାର ଫ୍ୟାମିଲି ନିକଟରେ କହିଛନ୍ତି।

ଏହାର କିଛି ଦିନ ପରେ ଆଉ ଜଣେ ପୁରୁଷ ସହିତ ମହିଳାଙ୍କର ଅନୈତିକ ଭିଡିଓ ତାଙ୍କ ସ୍ୱାମୀ ଜାନୁଆରୀରେ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି। ତାଙ୍କ ସ୍ତ୍ରୀ ଏମିତିକା ସମ୍ପର୍କ ବାବଦରେ ତାଙ୍କୁ ଜଣାଇନଥିଲେ। ଏହା ଦେଖିବା ପରେ ସେ ଡାକ୍ତରାଣୀଙ୍କଠାରୁ ଅଲଗା ହୋଇ ଅନ୍ୟତ୍ର ରହୁଛନ୍ତି। ଏବେ ସେ ତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି। ମହିଳା ଜଣଙ୍କ କିନ୍ତୁ ନିଜ ବୈବାହିକ ଜୀବନକୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ତେଣୁ ସେ ପୁଲିସର ପରିହାର କେନ୍ଦ୍ରରେ ପହଂଚିଛନ୍ତି।

Related story