ବାଧା ଦେଲାନି ବିବେକ: ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ଭିଡିଓ ଶୁଟ୍‌ କରି ଭାଇରାଲ୍‌ କଲା ସ୍ୱାମୀ

ଲକ୍ଷ୍ନୋ: ମରିଗଲା ମାନବିକତା। ବିବେକ ବି ବାଧା ଦେଲାନି। ଯୌତୁକ ଲୋଭୀ ସ୍ୱାମୀର ଜଘନ୍ୟ କାରନାମା। ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ଭିଡିଓ ଶୁଟ୍‌ କଲା ସ୍ୱାମୀ। ଖାଲି ସେତିକି ନୁହେଁ, ଏହି ଭିଡିଓକୁ ଭାଇରାଲ୍‌ କରିଛି ସ୍ୱାମୀ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଘଟିଛି। ଶ୍ୱଶୁର ଘର ପକ୍ଷରୁ ବାରମ୍ବାର ଦିଆଯାଉଥିବା ଯୌତୁକ ନିର୍ଯାତନା ସହି ନପାରି ଶେଷରେ ଯୁବତୀ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ […]

feetupdate

Rakesh Mallick
  • Published: Monday, 30 July 2018
  • , Updated: 30 July 2018, 09:57 AM IST

ଲକ୍ଷ୍ନୋ: ମରିଗଲା ମାନବିକତା। ବିବେକ ବି ବାଧା ଦେଲାନି। ଯୌତୁକ ଲୋଭୀ ସ୍ୱାମୀର ଜଘନ୍ୟ କାରନାମା। ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ଭିଡିଓ ଶୁଟ୍‌ କଲା ସ୍ୱାମୀ। ଖାଲି ସେତିକି ନୁହେଁ, ଏହି ଭିଡିଓକୁ ଭାଇରାଲ୍‌ କରିଛି ସ୍ୱାମୀ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଘଟିଛି। ଶ୍ୱଶୁର ଘର ପକ୍ଷରୁ ବାରମ୍ବାର ଦିଆଯାଉଥିବା ଯୌତୁକ ନିର୍ଯାତନା ସହି ନପାରି ଶେଷରେ ଯୁବତୀ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ବଞ୍ଚାଇବା ପରିବର୍ତ୍ତେ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ୍ କରିଥିଲେ ତାଙ୍କ ସ୍ୱାମୀ।

ପୁଲିସ୍‌ର କହିବା ଅନୁଯାୟୀ, ହାଇୱେ କ୍ଷେତ୍ର ବୁଦ୍ଧ ବିହାର କଲୋନୀରେ ଗତ ଗୁରୁବାର ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏବଂ ହତ୍ୟା ମାମଲା ରୁଜୁ କରିଛି। ତା’ସହିତ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ରାଜ କପୁର, ଶାଶୂ ବିମଳାଙ୍କୁ ଗିରଫ କରିଛି ପୁଲିସ୍। ତେବେ ସ୍ୱାମୀ ଗିରଫ ହେବାର ଦୁଇଦିନ ପରେ ସ୍ତ୍ରୀର ଆତ୍ମହତ୍ୟା ଭିଡିଓ ଭାଇରାଲ୍‌ ହେବା ପୁଲିସ୍‌କୁ ଚକିତ କରିଦେଇଛି।

୧୨ ମିନିଟ୍‌ ୧୪ ସେକେଣ୍ଡର ଏହି ଭିଡିଓରେ ଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ। ପୁଲିସ୍ କହିବା ଅନୁଯାୟୀ, ଉକ୍ତ ଯୁବତୀଙ୍କ ସ୍ୱାମୀ ଶୁଟ୍‌ କରିଥିବା ଏହି ଭିଡିଓକୁ ଆଉ କେହି ନୁହେଁ ତାଙ୍କ ନିଜ ପରିବାର ଲୋକେ ହିଁ ଭାଇରାଲ୍ କରିଛନ୍ତି।  ପୁଲିସ୍ କହିଛି, ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ସତ, କିନ୍ତୁ ଏଥିପାଇଁ ଶାଶୂଘର ଲୋକେ ତାଙ୍କୁ ବାଧ୍ୟ କରିଥିଲେ। ଏସ୍‌ପି ଶ୍ରବଣ କୁମାର କହିଛନ୍ତି ଯେ, ଭିଡିଓ ଭାଇରାଲ୍ ହେବା ପରେ ତଦନ୍ତକୁ ଜୋରଦାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ କପୁର ଗୀତାଙ୍କୁ  ୨୦୧୫ ଏପ୍ରିଲ ୨୨ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶାଶୂଘର ଲୋକେ ଏକ କାର୍ ଆଣିବା ପାଇଁ ଦାବି କରିଥିଲେ। ଏଥିପାଇଁ ଅନେକ ସମୟରେ ସେମାନେ ଗୀତାଙ୍କୁ ଉଭୟ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଉଥିଲେ। ଏହି ଅତ୍ୟାଚାର ଅସହ୍ୟ ହେବାରୁ ଶେଷରେ ବାଧ୍ୟ ହୋଇ ସେ ଆତ୍ମହତ୍ୟା କରିଥିଲେ।

 

 

Related story