ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କର ପୁଣି ପୋଷ୍ଟ ମର୍ଟମ୍‌ ପାଇଁ ହାଇକୋର୍ଟ ନିର୍ଦ୍ଦେଶ

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ୪ ଜଣ ଅଭିଯୁକ୍ତଙ୍କ ମୃତଦେହର ପୁଣି ପୋଷ୍ଟ ମର୍ଟମ୍‌ ହେବ ବୋଲି ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କର ପୁଲିସ୍‌ ଗୁଳିରେ ମୃତ୍ୟୁ ହୋଇଛି ଯାହାକୁ ତେଲେଙ୍ଗାନା ପୁଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟର ବୋଲି ଦାବି କରାଯାଉଛି। ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୋମବାର ଅପରାହ୍ଣ ୫ଟା ସୁଦ୍ଧା କର୍ତ୍ତୃପକ୍ଷ ପୋଷ୍ଟମର୍ଟମ୍‌ କରାଇବେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସେମାନଙ୍କ ମୃତ ଦେହ ବର୍ତ୍ତମାନ ସରକାରୀ ପରିଚାଳିତ ଗାନ୍ଧି ହସ୍ପିଟାଲରେ ରଖାଯାଇଛି। ଏହି […]

Telengana-Rape-and-murder

Subrat Kumar Nayak
  • Published: Saturday, 21 December 2019
  • , Updated: 21 December 2019, 09:50 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ୪ ଜଣ ଅଭିଯୁକ୍ତଙ୍କ ମୃତଦେହର ପୁଣି ପୋଷ୍ଟ ମର୍ଟମ୍‌ ହେବ ବୋଲି ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କର ପୁଲିସ୍‌ ଗୁଳିରେ ମୃତ୍ୟୁ ହୋଇଛି ଯାହାକୁ ତେଲେଙ୍ଗାନା ପୁଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟର ବୋଲି ଦାବି କରାଯାଉଛି।

ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୋମବାର ଅପରାହ୍ଣ ୫ଟା ସୁଦ୍ଧା କର୍ତ୍ତୃପକ୍ଷ ପୋଷ୍ଟମର୍ଟମ୍‌ କରାଇବେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସେମାନଙ୍କ ମୃତ ଦେହ ବର୍ତ୍ତମାନ ସରକାରୀ ପରିଚାଳିତ ଗାନ୍ଧି ହସ୍ପିଟାଲରେ ରଖାଯାଇଛି। ଏହି ଏନ୍‌କାଉଣ୍ଟରକୁ ଫେକ୍‌ ଦର୍ଶାଇ କିଛି ଜନସ୍ୱାର୍ଥମାମଲା ପରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟ ସରକାର ଦିଲ୍ଲୀ ଏମ୍ସକୁ ଏକ ମେଡିକାଲ ଟିମ୍‌ ପଠାଇବା ପାଇଁ କହିବେ। ଏଥିରେ ଫରେନ୍‌ସିକ୍‌ ସ୍ପେଶାଲିଷ୍ଟ ଉପସ୍ଥିତ ରହି ଦ୍ୱିତୀୟ ଥର ୪ ଜଣ ଅଭିଯୁକ୍ତଙ୍କ ପୋଷ୍ଟ ମର୍ଟମ୍‌ କରିବେ।

ସୂଚନାଯୋଗ୍ୟ ଯେ, ଜଣେ ଭେଟେରିନାରୀ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ସହ ପୋଡ଼ିଦିଆଯିବା ମାମଲାରେ ଗତ ନଭେମ୍ବର ୨୯ ତାରିଖରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ଡିସେମ୍ବର ୬ ତାରିଖରେ ଏହି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ପାଇଁ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନିଆଯିବା ସମୟରେ ସେମାନେ ଖସିଯିବାର ଉଦ୍ୟମ କରିବାରୁ ପୁଲିସ୍‌ ଗୁଳିରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହା ସାରା ଦେଶରେ ଚର୍ଚ୍ଚିତ ଥିଲା।

Related story