ଭାରତର ଭିଡ଼ ଦେଖିବା ପରେ ଏବେର ଭିଡ଼ ଦେଖି ଉତ୍ସାହିତ ହେବା କଷ୍ଟକର: ଟ୍ରମ୍ପ

ଓ୍ୱାଶିଂଟନ: ଦକ୍ଷିଣ କାରୋଲିନାର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଭାରତ ଗସ୍ତର ଅନୁଭୂତି ବାବଦରେ କହିଛନ୍ତି। ଭାରତ ଗସ୍ତ ଅତ୍ୟନ୍ତ ସ୍ମରଣୀୟ। ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଉପସ୍ଥିତ ଜନତାଙ୍କୁ ନେଇ ସେ ଉତ୍ସାହିତ ଥିଲେ ବୋଲି ସେ କହିଛନ୍ତି। ଏହି ରାଲିକୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପ ଅହମ୍ମଦାବାଦରେ ତାଙ୍କ ସ୍ୱାଗତ ପାଇଁ ଉପସ୍ଥିତ ଜନତାଙ୍କୁ ପ୍ରଶଂସା କରିଥିଲେ। ‘ଗତ ସପ୍ତାହରେ ଅହମ୍ମଦାବାଦର ସର୍ଦ୍ଦାର ପଟେଲ […]

donald trump

donald trump

Subhransu Sekhar
  • Published: Sunday, 01 March 2020
  • Updated: 01 March 2020, 02:46 PM IST

Sports

Latest News

ଓ୍ୱାଶିଂଟନ: ଦକ୍ଷିଣ କାରୋଲିନାର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଭାରତ ଗସ୍ତର ଅନୁଭୂତି ବାବଦରେ କହିଛନ୍ତି। ଭାରତ ଗସ୍ତ ଅତ୍ୟନ୍ତ ସ୍ମରଣୀୟ। ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଉପସ୍ଥିତ ଜନତାଙ୍କୁ ନେଇ ସେ ଉତ୍ସାହିତ ଥିଲେ ବୋଲି ସେ କହିଛନ୍ତି।

ଏହି ରାଲିକୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପ ଅହମ୍ମଦାବାଦରେ ତାଙ୍କ ସ୍ୱାଗତ ପାଇଁ ଉପସ୍ଥିତ ଜନତାଙ୍କୁ ପ୍ରଶଂସା କରିଥିଲେ। ‘ଗତ ସପ୍ତାହରେ ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ 'ନମସ୍ତେ ଟ୍ରମ୍ପ' ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ଷ୍ଟାଡିୟମରେ ଲକ୍ଷେରୁ ଅଧିକ ଲୋକ ପହଞ୍ଚିଥିଲେ। ମୋଟେରା ଷ୍ଟାଡିୟମରେ ଭାରତରେ ୧,୨୯,୦୦୦ ଲୋକ ବସିବା ପାଇଁ ସ୍ଥାନ ଥିଲା। ଏଠାରେ ଉପସ୍ଥିତ ଥିବା ଲୋକଙ୍କ ଠାରୁ ତିନି ଗୁଣ ଅଧିକ ଲୋକଥିଲେ’। ଭାରତ ଗସ୍ତ ବେଳେ ମୁଁ ଏମିତିକା ଭିଡ଼ ଦେଖିଛି ଯେ ବର୍ତ୍ତମାନ ଉତ୍ସାହିତ ହେବା ମୋ ପାଇଁ କଷ୍ଟକର ବୋଲି ଟ୍ରମ୍ପ କହିଛନ୍ତି।

ଏହି ରାଲିରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଥିଲେ ମୋଦୀ ଜଣେ ମହାନ ବ୍ୟକ୍ତିତ୍ୱ। ଏହି ରାଲିରେ ଟ୍ରମ୍ପ ଭାରତ ପାଇଁ ପ୍ରଶଂସାର ସେତୁ ବାନ୍ଧିଥିଲେ। ସେ ତାଙ୍କର ୩୬ ଘଣ୍ଟିଆ ଯାତ୍ରା ଭାରତକୁ ଅତ୍ୟନ୍ତ ଚମତ୍କାର ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପେବୃଆରୀ ୨୪ ଓ ୨୫ ଦୁଇ ଦିନ ଭାରତ ଗସ୍ତରେ ଆସିଥିଲେ ଟ୍ରମ୍ପ। ମୋଟ ୩୬ ଘଣ୍ଟା ସେ ଭାରତରେ ରହିଥିଲେ। ଆମେରିକାରୁ ସିଧା ଅହମଦାବାଦ ଆସିଥିଲେ ଟ୍ରମ୍ପ ଏବଂ ତାଙ୍କ ଟିମ୍। ଅହମଦାବାଦରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ବୁଲିବା ସହିତ ମୋଟେରା ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ୱୋଧନ କରି ଭାରତକୁ ପ୍ରଶଂସା କରିଥିଲେ ଟ୍ରମ୍ପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos