ବୟସର ଅପରାହ୍ନରେ ‘ସୁଚେତା କ୍ରିପାଲିନୀ’,୯୯ ବାତ୍ୟାରେ ସାଜିଥିଲା ଦେବଦୂତ
ନୂଆଦିଲ୍ଲୀ: ବୟସର ଅପରାହ୍ନରେ ‘ସୁଚେତା କ୍ରିପାଲିନୀ’।  ଆଉ ସମୁଦ୍ରରେ କାଟିବନି ଚକ୍କର । କି ଶୁଭିବନି ତା’ର ଗୁରୁ ଗର୍ଜନ ସ୍ୱର। ଭାରତୀୟ ତଟରକ୍ଷା ବାହିନୀର ଜାହାଜ ‘ସୁଚେତା କ୍ରିପାଲିନୀ’କୁ ସେବାରୁ ବିରତି ଦିଆଯାଇଛି।   ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ । ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିଲା। ଶୁକ୍ରବାର ସୂର୍ଯ୍ୟ ଅସ୍ତପୂର୍ବରୁ ପୂର୍ଣ୍ଣ ମର୍ଯ୍ୟାଦା ସହ ସାମରିକ ସମ୍ମାନର ସହ ବିଦାୟ ଦିଆଯାଇଛି। ଏହି ଅବସରରେ ଇଷ୍ଟର୍ଣ୍ଣ ସି ବୋର୍ଡ଼ର ବହୁ ସେନା ଅଧିକାରୀ ଉପସ୍ଥିତ ଥିଲେ।
୧୯୯୮ ମାର୍ଚ୍ଚ ୧୬ରେ ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ସୁଚେତା କ୍ରିପାଲିନୀଙ୍କ ନାମରେ ଏହି ଜହାଜର ନାମକରଣ କରାଯାଇଥିଲା। ଏହି ଜାହାଜ ତାର କାର୍ଯ୍ୟକାଳ ସମୟରେ ମୋଟ 50,736 ଘଣ୍ଟା ଯାତ୍ରା କରିଛି। ସେହିପରି  2,82,184.13 ସାମୁଦ୍ରିକ ମାଇଲ ଯାତ୍ରା କରିଛି। ତଟରକ୍ଷାରେ ସୁରକ୍ଷା ଏବଂ ଅନେକ ଉଦ୍ଧାର କାର୍ଯ୍ୟରେ ସୁଚେତା କ୍ରିପାଲିନୀ ଜାହାଜର ଅବଦାନ ଅତୁଳନୀୟ ଅବଦାନ ରହିଛି। ସେହିପରି ସାମୁଦ୍ରିକ ପଥରେ ବହୁ ବେଆଇନ କାରବାର କରୁଥିବା  ଅପରାଧୀଙ୍କୁ  ଧରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ଅବସରରେ ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା।  ନିଜର କାର୍ଯ୍ୟକାଳ ମଧ୍ୟରେ ୧୩୪ ମୂଲ୍ୟବାନ ଜୀବନ ବଞ୍ଚାଇବା ସହ ୧୬ଟି ବିପଦଗ୍ରସ୍ତ ମାଛଧରା ବୋଟକୁ ଉଦ୍ଧାର କରିବାରେ ସମର୍ଥ ହୋଇଛି । ଏହି ଜାହାଜ ୧୯୯୯ ମହାବାତ୍ୟା ସମୟରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବାରେ ମଧ୍ୟ ନିୟୋଜିତ ହୋଇଥିଲା ।
https://youtu.be/r0UhuO3_Qoc
Ordigital Desk
• Published: Saturday, 24 March 2018
• Updated: 24 March 2018, 08:41 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos