ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ପୁଲିସର ଦାଦାଗିରି : କ’ଣ କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସିବିଆଇ-ପୁଲିସ ବିବାଦ ଘନେଇବା ସହ ମାମଲା ସୁପ୍ରିମକୋର୍ଟ ଯାଇଛି। ଗତକାଲି ଚିଟ୍‌ଫଣ୍ଡ ମାମଲାରେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା ପାଇଁ ସିବିଆଇର ଏକ ଟିମ୍‌ ଯାଇଥିବା ବେଳେ ପୁଲିସ ଦାଦାଗିରି ଦେଖାଇ ତାଙ୍କୁ ଅଟକାଇଥିଲା। ଏହି ଘଟଣାରେ ସିବିଆଇ ଅଧିକାରୀଙ୍କୁ ପୁଲିସ ଗିରଫ କରିଥିଲା। ତେବେ ସିବିଆଇ ଆଜି ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲା। ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ଉଭୟପକ୍ଷ […]

gogoi

Tapas Behera
  • Published: Monday, 04 February 2019
  • , Updated: 04 February 2019, 02:32 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସିବିଆଇ-ପୁଲିସ ବିବାଦ ଘନେଇବା ସହ ମାମଲା ସୁପ୍ରିମକୋର୍ଟ ଯାଇଛି। ଗତକାଲି ଚିଟ୍‌ଫଣ୍ଡ ମାମଲାରେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା ପାଇଁ ସିବିଆଇର ଏକ ଟିମ୍‌ ଯାଇଥିବା ବେଳେ ପୁଲିସ ଦାଦାଗିରି ଦେଖାଇ ତାଙ୍କୁ ଅଟକାଇଥିଲା। ଏହି ଘଟଣାରେ ସିବିଆଇ ଅଧିକାରୀଙ୍କୁ ପୁଲିସ ଗିରଫ କରିଥିଲା। ତେବେ ସିବିଆଇ ଆଜି ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲା। ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ମାମଲାରେ ଉଭୟପକ୍ଷ କୋର୍ଟରେ ହାଜର ହୋଇଥିଲେ। ପୁଲିସ କମିଶନର ରାଜୀବ କୁମାରଙ୍କ ନାମରେ ସିବିଆଇ ପ୍ରମାଣ ନଷ୍ଟ ଅଭିଯୋଗ ଆଣିଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିଷ୍‌ ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଯଦି ଏମିତି ପ୍ରମାଣ ମିଳେ ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ ଯେ କମିଶନର ରାଜୀବ କୁମାରଙ୍କୁ ପଶ୍ଚାତାପ କରିବାକୁ ପଡ଼ିବ। ସିବିଆଇ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ହାଜର ହୋଇଥିଲେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ, ଯଦି ସିବିଆଇ ତରଫରୁ  ସେମିତି କିଛି ପ୍ରମାଣ ଉପସ୍ଥାପନ ହୁଏ ଯେଉଁଥିରେ କୋଲକାତା ପୁଲିସ କମିଶନର ପ୍ରମାଣ ନଷ୍ଟ କରିଥିବା ଭଳି ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ସେପଟେ ସିବିଆଇ ବିରୋଧରେ ସମ୍ବିଧାନ ବଞ୍ଚାଅ ସ୍ଳୋଗାନ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଧାରଣା ଜାରି ରଖିଛନ୍ତି।

Related story