ସଚିନଙ୍କୁ କଂଗ୍ରେସର ଆହ୍ୱାନ: ଯଦି ବିଜେପିରେ ମିଶିବେନି, ତା’ହେଲେ...

ନୂଆଦିଲ୍ଲୀ: ରାଜସ୍ଥାନ ମହାନାଟକ ଭିତରେ ଆଜି କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ବଡ଼ ଆହ୍ୱାନ ଦେଇଛନ୍ତି। ସଚିନ ପାଇଲଟ ମାନସେର ସ୍ଥିତ ହୋଟେଲରେ ନିଜର ସମର୍ଥକମାନଙ୍କ ସହ ରହିଛନ୍ତି। ଏହା ପଛରେ ବିଜେପିର ହାତ ଥିବା କଂଗ୍ରେସ କହିଛି। ତେବେ ସଚିନ ପାଇଲଟ ବିଜେପିରେ ମଶିବେ ନାହିଁ କହିବା ପରେ ପୂରା ଘଟଣାରେ ବଡ଼ ଟ୍ୱିଷ୍ଟ ଆସିଛି। ରଣଦୀପ କହିଛନ୍ତି, “ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ ସଚିନ […]

ua

Hemant Lenka
  • Published: Wednesday, 15 July 2020
  • , Updated: 15 July 2020, 06:12 PM IST

ନୂଆଦିଲ୍ଲୀ: ରାଜସ୍ଥାନ ମହାନାଟକ ଭିତରେ ଆଜି କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ବଡ଼ ଆହ୍ୱାନ ଦେଇଛନ୍ତି। ସଚିନ ପାଇଲଟ ମାନସେର ସ୍ଥିତ ହୋଟେଲରେ ନିଜର ସମର୍ଥକମାନଙ୍କ ସହ ରହିଛନ୍ତି। ଏହା ପଛରେ ବିଜେପିର ହାତ ଥିବା କଂଗ୍ରେସ କହିଛି।

ତେବେ ସଚିନ ପାଇଲଟ ବିଜେପିରେ ମଶିବେ ନାହିଁ କହିବା ପରେ ପୂରା ଘଟଣାରେ ବଡ଼ ଟ୍ୱିଷ୍ଟ ଆସିଛି। ରଣଦୀପ କହିଛନ୍ତି, “ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ ସଚିନ ପାଇଲଟ ବିଜେପିରେ ମିଶିବେ ନାହିଁ। ମୁଁ ଏବେ ତାଙ୍କୁ କହିବାକୁ ଚାହେଁ ଯେ ଯଦି ସେ ବିଜେପିରେ ମିଶିବେ ନାହିଁ, ତା’ହେଲେ ତୁରନ୍ତ ହରିଆଣାର ବିଜେପି ସରକାରଙ୍କ ସୁରକ୍ଷା ବଳୟରୁ ବାହାରକୁ ଚାଲି ଆସନ୍ତୁ। ସଚିନ ପାଇଲଟ ଓ ତାଙ୍କ ସମର୍ଥକମାନେ ଜୟପୁର ଚାଲି ଆସନ୍ତୁ ଓ ବିଜେପି ସହ ସବୁ ପ୍ରକାରର ଯୋଗାଯୋଗ ବିଚ୍ଛିନ୍ନ କରନ୍ତୁ।”

ଅନ୍ୟପକ୍ଷରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତେରଚ୍ଛାବାଣ ମାରିଛନ୍ତି। ସେ କହିଛନ୍ତି, ଭଲ ଇଂରାଜୀ କହିବା ଓ ହ୍ୟାଣ୍ଡସମ ଦେଖାଯିବା ସବୁ କିଛି ନୁହେଁ। ଦେଶ ପ୍ରତି ଓ ଦଳ ପ୍ରତି ପ୍ରତିବଦ୍ଧତା ହିଁ ସବୁ କିଛି ବୋଲି ସେ କହିଛନ୍ତି।

Related story