ତୁମେ ପାରୁନ, ଅକ୍ସିଜେନ ଯୋଗାଣ ଦାୟିତ୍ୱ ଆଇଆଇଟି, ଆଇଆଇଏମକୁ ଦିଅ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମହାମାରୀ ବେଳେ ଅକ୍ସିଜେନର ଘୋର ସଂକଟକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଉପରେ ଖପ୍ପା ହୋଇଛନ୍ତି । କୋର୍ଟ ବିଷୋଦଗାର କରି କହିଛନ୍ତି ଯେ, ଆଇଆଇଟି ଏବଂ ଆଇଆଇଏମ ସଂସ୍ଥା ଗୁଡ଼ିକ କେନ୍ଦ୍ର ଅପେକ୍ଷା ଅକ୍ସିଜେନ ଯୋଗାଣରେ ବେଶ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିପାରିବେ । ଏଥିସହ କରୋନା ମହାମାରୀ ସଂକଟକୁ ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସେନା ମୁତୟନ ସମ୍ପର୍କରେ କ’ଣ ସବୁ ଯୋଜନା ରହିଛି ସେ ସର୍ମ୍ପରେ ତଥ୍ୟ ଜାଣିବାକୁ ଚାହିଁଛନ୍ତି […]

delhi high court

Tapas Behera
  • Published: Tuesday, 04 May 2021
  • , Updated: 04 May 2021, 04:35 PM IST

ନୂଆଦିଲ୍ଲୀ: ମହାମାରୀ ବେଳେ ଅକ୍ସିଜେନର ଘୋର ସଂକଟକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଉପରେ ଖପ୍ପା ହୋଇଛନ୍ତି । କୋର୍ଟ ବିଷୋଦଗାର କରି କହିଛନ୍ତି ଯେ, ଆଇଆଇଟି ଏବଂ ଆଇଆଇଏମ ସଂସ୍ଥା ଗୁଡ଼ିକ କେନ୍ଦ୍ର ଅପେକ୍ଷା ଅକ୍ସିଜେନ ଯୋଗାଣରେ ବେଶ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିପାରିବେ । ଏଥିସହ କରୋନା ମହାମାରୀ ସଂକଟକୁ ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସେନା ମୁତୟନ ସମ୍ପର୍କରେ କ’ଣ ସବୁ ଯୋଜନା ରହିଛି ସେ ସର୍ମ୍ପରେ ତଥ୍ୟ ଜାଣିବାକୁ ଚାହିଁଛନ୍ତି କୋର୍ଟ ।

ଅକ୍ସିଜେନର ପର୍ଯ୍ୟାପ୍ତ ପରିମାଣ ମହଜୁଦ ଥିଲେ ମଧ୍ୟ ତାହାକୁ ବିତରଣ କରାଯାଇ ପାରୁ ନଥିବା ମଙ୍ଗଳବାର ଦିଲ୍ଲୀ ସରକାର ହାଇକୋର୍ଟଙ୍କୁୁ କହିଥିଲେ । ଏହାକୁ ନେଇ ହାଇକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦିଲ୍ଲୀ ସରକାର କହିଥିଲେ ଯେ, ଗ୍ୟାସ୍‌୍ ପରିବହନ ପାଇଁ ମହଜୁଦ ଥିବା ଟ୍ୟାଙ୍କରରୁ ୩ ଭାଗରୁ ଏକ ଭାଗ ଅକ୍ସିଜେନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛନ୍ତି । ବାକି ଟ୍ୟାଙ୍କରରେ କ୍ରାୟୋଗେନେଟିକ୍‌, ନାଇଟ୍ରୋଜେନ ଏବଂ ଆରଗନ୍‌ ଗ୍ୟାସ ପରିବହନ ହେଉଛି । ତେଣୁ ଅକ୍ସିଜେନ୍ ଟ୍ୟାଙ୍କର ଅଭାବ ନଥିବା ଦିଲ୍ଲୀ ସରକାର କୋର୍ଟଙ୍କୁ କହିଥିଲେ । ହେଲେ ଦିଲ୍ଲୀ ସରକାରଙ୍କ ଏହି ତଥ୍ୟ ଉପରେ କେନ୍ଦ୍ର ଆପତି ଉଠାଇଥିଲା ।

ତେବେ ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ ଯୋଗାଣ ପରିଚଳାନା ବିଫଳତାକୁ ନେଇ କେନ୍ଦ୍ର୍ରକୁ ଦାୟୀ କରିଥିଲେ । ଆଉ କହିଥିଲେ ଆଇଆଇଟି ଏବଂ ଆଇଆଇଏମ ସଂସ୍ଥା ଗୁଡ଼ିକ ଅକ୍ସିଜେନ ଯୋଗାଣରେ ବେଶ ଭଲ କାମ କରିପାରିବେ । ତେଣୁ ଅକ୍ସିଜେନ ଯୋଗାଣରେ ସେମାନଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ହାଇକୋଟ କହିଥିଲେ । ଏଥିସହ କୋଭିଡ୍‌୍ ମୁକାବିଲା ପାଇଁ ଦେଶର ସେନାକୁ ମୁତୟନ କରାଯାଉ ବୋଲି ହାଇକୋର୍ଟ କହିଛନ୍ତି । ତେବେ ସେନା ମୁତୟନ ନେଇ ଗୁରୁତର ସହ ବିଚାର କରାଯାଉଛି ବୋଲି କେନ୍ଦ୍ର ହାଇକୋର୍ଟ ନିକଟରେ ନିଜର ପକ୍ଷ ରଖିଛି ।

Related story