ଭାରତ ସହିତ ବିବାଦ ବଢ଼ିବା ପରେ ନେପାଳ ସହ ସମ୍ପର୍କ ବଢ଼ାଇବାକୁ ପାକ୍ ଇଚ୍ଛୁକ

ଇସଲାମାବାଦ: ଭାରତ ସରକାର ଷଡ଼ଯନ୍ତ୍ର କରି ତାଙ୍କୁ ପଦବୀରୁ ବିଦା କରିବାକୁ ଚାହୁଁଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏଭଳି ମତ ଦେବା ପରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଇସଲାମାବାଦରୁ ନେପାଳର ବୈଦେଶିକ ମନ୍ତ୍ରାଳୟକୁ ଏକ ବାର୍ତ୍ତା ପଠାଯାଇଛି। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କେପି ଶର୍ମା ଓଲିଙ୍କ ସହ ଫୋନରେ କଥା ହେବା ପାଇଁ ସମୟ ମାଗିଛନ୍ତି। ଇମ୍ରାନ ଖାନ ଗୁରୁବାର ମଧ୍ୟାହ୍ନ ୧୨ ଟା […]

nepal-pakistan

nepal-pakistan

Subhransu Sekhar
  • Published: Thursday, 02 July 2020
  • Updated: 02 July 2020, 10:27 AM IST

Sports

Latest News

ଇସଲାମାବାଦ: ଭାରତ ସରକାର ଷଡ଼ଯନ୍ତ୍ର କରି ତାଙ୍କୁ ପଦବୀରୁ ବିଦା କରିବାକୁ ଚାହୁଁଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏଭଳି ମତ ଦେବା ପରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଇସଲାମାବାଦରୁ ନେପାଳର ବୈଦେଶିକ ମନ୍ତ୍ରାଳୟକୁ ଏକ ବାର୍ତ୍ତା ପଠାଯାଇଛି। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କେପି ଶର୍ମା ଓଲିଙ୍କ ସହ ଫୋନରେ କଥା ହେବା ପାଇଁ ସମୟ ମାଗିଛନ୍ତି।

ଇମ୍ରାନ ଖାନ ଗୁରୁବାର ମଧ୍ୟାହ୍ନ ୧୨ ଟା ପରେ ଫୋନ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି। କୂଟନୀତିକ ସୂତ୍ରରୁ ପ୍ରକାଶ ଯେ ଏହି ସମୟରେ ଭାରତର ଆଭିମୁଖ୍ୟ ବାବଦରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।

ସୂଚନାଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବେ ନିଜ ଦଳ ଭିତରୁ ବିରୋଧର ଶିକାର ହେଉଛନ୍ତି। ନିକଟରେ କିନ୍ତୁ କେପି ଓଲି କହିଥିଲେ, ଭାରତ ସରକାର ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛି। ତେବେ ତାଙ୍କ ସରକାରର ମନ୍ତ୍ରୀ ତଥା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଓଲିଙ୍କ ଏହି ମତକୁ ନାପସନ୍ଦ କରିବା ସହିତ ପ୍ରଶ୍ନ ଉଠାଇଛନ୍ତି।

ଏମିତିକି ଓଲି ଏ ବାବଦରେ ପ୍ରମାଣ ଦେବା ଦରକାର ବୋଲି ଦେଶର ମୋଟ୍ ୩ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ଦାବି କରିଛନ୍ତି। ନଚେତ ଇସ୍ତଫା ଦେବା ଦରକାର ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos