ଇତିହାସ ସୃଷ୍ଟି କଲେ ଜଗନ ମୋହନ, ରହିବେ ୫ ଉପ ମୁଖ୍ୟମନ୍ତ୍ରୀ

ଅମରାବତୀ: ଦେଶର ରାଜନୀତି ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଆନ୍ଧ୍ରପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ସେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଯାହାଙ୍କ ସହ ଡେପୁଟି ଚିଫ ମିନିଷ୍ଟର ବା ଉପମୁଖ୍ୟମନ୍ତ୍ରୀ ଭାବେ ୫ ଜଣ କାର୍ଯ୍ୟ କରିବେ। ଆସନ୍ତାକାଲି ଏହି ୫ ଜଣ ସଦସ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଜଗନ ମୋହନ କହିଛନ୍ତି, ତାଙ୍କ କ୍ୟାବିନେଟ୍‌ରେ ୨୫ ଜଣ ସଦସ୍ୟ ରହିବେ। ଆସନ୍ତାକାଲି ସେମାନଙ୍କୁ ନିଯୁକ୍ତି […]

sq

sq

Hemant Lenka
  • Published: Friday, 07 June 2019
  • Updated: 07 June 2019, 06:16 PM IST

Sports

Latest News

ଅମରାବତୀ: ଦେଶର ରାଜନୀତି ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଆନ୍ଧ୍ରପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ସେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଯାହାଙ୍କ ସହ ଡେପୁଟି ଚିଫ ମିନିଷ୍ଟର ବା ଉପମୁଖ୍ୟମନ୍ତ୍ରୀ ଭାବେ ୫ ଜଣ କାର୍ଯ୍ୟ କରିବେ। ଆସନ୍ତାକାଲି ଏହି ୫ ଜଣ ସଦସ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଜଗନ ମୋହନ କହିଛନ୍ତି, ତାଙ୍କ କ୍ୟାବିନେଟ୍‌ରେ ୨୫ ଜଣ ସଦସ୍ୟ ରହିବେ। ଆସନ୍ତାକାଲି ସେମାନଙ୍କୁ ନିଯୁକ୍ତି ମିଳିବ। ଅମରାବତୀର ଟାଡେପାଲ୍ଲୀଠାରେ ଥିବା ତାଙ୍କ ବାସଭବନ ତଥା ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଜଗନ ମୋହନ ଏଭଳି ଘୋଷଣା କରିଛନ୍ତି। ସେ କହିଛନ୍ତି, କ୍ୟାବିନେଟ୍‌ରେ ରହିବାକୁ ଥିବା ୨୫ ଜଣଙ୍କ ମଧ୍ୟରୁ ୫ ଜଣ ଆନ୍ଧ୍ର ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

ଏହି ସମସ୍ତ ଉପ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗ ଯଥା ଏସସି, ଏସଟି, ଦଳିତ, ସଂଖ୍ୟାଲଘୁ ଓ କାପୁ ସଂପ୍ରଦାୟର ପ୍ରତିନିଧିତ୍ୱ କରିବେ। ସେହିପରି କ୍ୟାବିନେଟ୍‌ର ୫୦% ସଦସ୍ୟ ଏସ୍‌ସି, ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ ସଂପ୍ରଦାୟର ରହିବେ। ଏହି ସବୁ ସଂପ୍ରଦାୟଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ”

ଜଗନ ମୋହନ ଏତେ କଥା କହିଥିଲେ ହେଁ ତାଙ୍କ କ୍ୟାବିନେଟ୍‌ରେ ସାମିଲ ହେବାକୁ ଥିବା ସଦସ୍ୟମାନଙ୍କ ନାଁ ଘୋଷଣା କରିନାହାନ୍ତି। କେବଳ ଦଳର ସାଧାରଣ ସମ୍ପାଦକ ଭି ବିଜୟ ରେଡ୍ଡୀ କ୍ୟାବିନେଟ୍‌ରେ ରହିବାକୁ ଥିବା ସଦସ୍ୟମାନଙ୍କୁ ଫୋନ କରି ସେମାନଙ୍କୁ ଜଣାଇବେ ବୋଲି କହିଛନ୍ତି।

ଜଗନ କହିଛନ୍ତି, କ୍ୟାବିନେଟ୍‌ରେ ସାମିଲ ହେବାକୁ ଥିବା ୯୦% ସଦସ୍ୟ ଆସନ୍ତାକାଲି ଶପଥ ନେବେ। ତେବେ ଏମାନେ ଅଢ଼େଇ ବର୍ଷ ଫର୍ମୁଲାରେ କାର୍ଯ୍ୟ କରିବେ। ଏମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ସଦସ୍ୟମାନଙ୍କୁ କ୍ୟାବିନେଟ୍‌ରେ ସୁଯୋଗ ଦିଆଯିବ। ଆସନ୍ତାକାଲି ନିଯୁକ୍ତ ହେବାକୁ ଥିବା ସଦସ୍ୟମାନଙ୍କ ମଧ୍ୟରୁ ୯୦% ନେତା ୩୦ମାସ କାମ କରିବା ସହ ନିଜ ତରଫରୁ ପଦ ଛାଡ଼ି ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଥ ପ୍ରସ୍ତୁତ କରିବେ। ତେଣୁ ଏଥର ପଦ ପାଇ ନଥିବା ସଦସ୍ୟମାନେ ଆଦୌ ଅସନ୍ତୋଷ ପ୍ରକାଶ କରିବେ ନାହିଁ ବୋଲି ଜଗନ ମୋହନ କହିଛନ୍ତି।

ଆନ୍ଧ୍ର ପ୍ରଦେଶରେ ହେଉ କିମ୍ବା ଦେଶରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତି ହେବେ। ଜଗନ ମୋହନଙ୍କ ପୂର୍ବରୁ ଆନ୍ଧ୍ରରେ କ୍ଷମତାସୀନ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ ତାଙ୍କ ସରକାରରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ। ସେହିପରି ତେଲେଙ୍ଗାନାରେ କେ ଚନ୍ଦ୍ର ଶେଖର ରାଓ ୨ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିଛନ୍ତି।

୧୭୫ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଦଳ ଓ୍ୱାଇଏସଆର କଂଗ୍ରେସ ୧୫୧ଟି ଆସନରେ ବିଜୟୀ ହୋଇଥିବା ବେଳେ କ୍ଷମତାଚ୍ୟୁତ ହୋଇଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ୨୩ଟି ଆସନ ଓ ଅଭିନେତାରୁ ରାଜନେତା ପାଲଟିଥିବା ପବନ କଲ୍ୟାଣଙ୍କ ଜନସେନା ଦଳ ଗୋଟିଏ ଆସନରେ ବିଜୟୀ ହୋଇଛି।

ଦଳର ଅଧିକାଂଶ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସରକାରରେ ସନ୍ତୁଳନ ବଜାୟ ରଖିବା ପାଇଁ ଓ୍ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଦେଶର ସବୁଠୁ ବଡ଼ ରାଜ୍ୟ। କିନ୍ତୁ ଏହି ରାଜ୍ୟରେ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story