ସୁପ୍ରିମକୋର୍ଟରେ ଝୁଲି ରହିଲା ଆଧାର କାର୍ଡର ଭାଗ୍ୟ: ରାୟ ସଂରକ୍ଷିତ

ସଂରକ୍ଷିତ ରହିଲା ଆଧାରକାର୍ଡ ବାଧ୍ୟତାମୂଳକ ମାମଲାର ରାୟ। ସୁପ୍ରିମକୋର୍ଟରେ ଆଜି ମାମଲାର ଅନ୍ତିମ ଏବଂ ଚୂଡ଼ାନ୍ତ ଶୁଣାଣି ହୋଇଛି। ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ବିଭିନ୍ନ ସରକାରୀ ଯୋଜନାରେ ଆଧାରକାର୍ଡ ଲିଙ୍କ୍‌କୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ବ୍ୟାଙ୍କ, ମୋବାଇଲ ଭଳି ସେବା ଯୋଗାଣକାରୀ ସଂସ୍ଥା ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି ବିଭିନ୍ନ ସଂସ୍ଥା। […]

Adhar

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 06:11 PM IST

ସଂରକ୍ଷିତ ରହିଲା ଆଧାରକାର୍ଡ ବାଧ୍ୟତାମୂଳକ ମାମଲାର ରାୟ। ସୁପ୍ରିମକୋର୍ଟରେ ଆଜି ମାମଲାର ଅନ୍ତିମ ଏବଂ ଚୂଡ଼ାନ୍ତ ଶୁଣାଣି ହୋଇଛି। ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ବିଭିନ୍ନ ସରକାରୀ ଯୋଜନାରେ ଆଧାରକାର୍ଡ ଲିଙ୍କ୍‌କୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ବ୍ୟାଙ୍କ, ମୋବାଇଲ ଭଳି ସେବା ଯୋଗାଣକାରୀ ସଂସ୍ଥା ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି ବିଭିନ୍ନ ସଂସ୍ଥା। ଆଧାର ଲିଙ୍କ୍ ଦ୍ୱାରା ବ୍ୟକ୍ତିଗତ ତଥ୍ୟ ଲିକ୍ ହେବା ସହ ଏନେଇ ନାଗରିକର ଗୋପନୀୟତା କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଖଣ୍ଡନ କରି ଆଧାର ଯୋଗୁଁ ଗୋପନୀୟତା କ୍ଷୂର୍ଣ୍ଣ ହେଉନଥିବା କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି। ତେବେ ଅପରପକ୍ଷେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ ସିଂହ କହିଛନ୍ତି, ଆଧାର ପାଇଁ ତାଙ୍କ ମାଆ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପେନସନ ପାଇବା ବେଳେ ସେ ହଇରାଣ ହେଉଥିବା କହିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼ ସିଂହ। ଆଧାରକାର୍ଡକୁ ନେଇ ରହିଥିବା ଲୋକଙ୍କ ସମସ୍ୟା ସମ୍ପର୍କରେ କୋର୍ଟ ଅବଗତ ଥିବା କହିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼।

Related story