ଏପରି ଦେଶ, ଯେଉଁଠି ପ୍ରତି ଶନିବାର ପ୍ରଧାନମନ୍ତ୍ରୀ ହୁଅନ୍ତି ଡାକ୍ତର

ଥିମ୍ଫୁ:  ଦେଶକୁ ସୁରୁଖୁରରେ ଚଳାଇବାକୁ ପ୍ରଣୟନ ହେଉଥିବା ବିଭିନ୍ନ ନିୟମ  ଉପରେ ସପ୍ତାହର ୫ ଦିନ ରଖିଥାନ୍ତି ତୀକ୍ଷଣ୍‌ ନଜର। ହେଲେ ଶନିବାର ଏହି ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ। କିନ୍ତୁ ରବିବାର ହେଉଛି ଫ୍ୟାମିଲି ଟାଇମ୍‌।  ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ। ବୌଦ୍ଧା ଧମ୍ୱାବଲମ୍ବୀ ଦେଶ ଭୁଟାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ସେରିଙ୍ଗ କିନ୍ତୁ ସପ୍ତାହର ଶନିବାର ରୋଗୀଙ୍କ ସେବାରେ କଟାଇଥାନ୍ତି। […]

bhutan-pm-1..

Niharika Rout
  • Published: Saturday, 11 May 2019
  • , Updated: 11 May 2019, 12:45 PM IST

ଥିମ୍ଫୁ:  ଦେଶକୁ ସୁରୁଖୁରରେ ଚଳାଇବାକୁ ପ୍ରଣୟନ ହେଉଥିବା ବିଭିନ୍ନ ନିୟମ  ଉପରେ ସପ୍ତାହର ୫ ଦିନ ରଖିଥାନ୍ତି ତୀକ୍ଷଣ୍‌ ନଜର। ହେଲେ ଶନିବାର ଏହି ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ। କିନ୍ତୁ ରବିବାର ହେଉଛି ଫ୍ୟାମିଲି ଟାଇମ୍‌।  ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ।

ବୌଦ୍ଧା ଧମ୍ୱାବଲମ୍ବୀ ଦେଶ ଭୁଟାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ସେରିଙ୍ଗ କିନ୍ତୁ ସପ୍ତାହର ଶନିବାର ରୋଗୀଙ୍କ ସେବାରେ କଟାଇଥାନ୍ତି।  ଗୋଟେ ଲ୍ୟାବ୍‌ କୋଟ ପିନ୍ଧି ବେକରେ ଷ୍ଟେଥୋ ପକାଇ ମେଡିକାଲରେ ସେ  ରୋଗୀଙ୍କ ସେବାରେ ଲାଗିପଡ଼ିଥିବା ବେଳେ ତାଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡ଼େ।

ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଏହି ରାଷ୍ଟ୍ର ବିଭିନ୍ନ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଦେଶ ଅର୍ଥନୈତିକ ଅଭିବୃଦ୍ଧି ଅପେକ୍ଷା ନାଗରିକଙ୍କ ଖୁସି ଉପରେ ଗୁରୁତ୍ୱ ଦେଇଥାଏ। ବହୁ ଉନ୍ନତ ରାଷ୍ଟ୍ର ପରିବେଶ ପ୍ରଦୂଷଣ  ପରି ସମସ୍ୟାରୁ ମୁକୁଳିବାକୁ ସଂଘର୍ଷ କରୁଥିବା ବେଳେ ଭୁଟାନ କିନ୍ତୁ କାର୍ବନ ନେଗେଟିଭ ରାଷ୍ଟ୍ର। ଏହି ଦେଶରେ ୬୦ ପ୍ରତିଶତ ଜମିରେ ଗଛ ଲଗାଇବା ବାଧ୍ୟତାମୂଳକ।  ଏଠାକାର ସରକାର  ଇକୋ ଟୁରିଜିମ୍‌ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବାହାରୁ ଯାଉଥିବା ପର୍ଯ୍ୟଟକଙ୍କଠାରୁ ପ୍ରତିଦିନ ୨୫୦ ଡଲାର ଲେଖାଏ ଆଦାୟ ହୋଇଥାଏ।  ଏହା ଦେଶର ପ୍ରମୁଖ ରୋଜଗାର ମାଧ୍ୟମ।

ଦେଶର ରାଜଧାନୀ ଥିମ୍ଫୁରେ କୌଣସି ଟ୍ରାଫିକ ବ୍ୟବସ୍ଥା ନାହିଁ। ଏହି ଦେଶରେ ଟବାକୋ ବିକ୍ରି ଉପରେ ଜାରି ହୋଇଛି ନିଷେଧାଜ୍ଞ। ୧୯୯୯ ମସିହା ପରଠୁ ଏହି ଦେଶରେ ଟେଲିଭିଜନ ବ୍ୟବସ୍ଥା ଆରମ୍ଭ ହେଲା। ଏହାବ୍ୟତୀତ ଦାରିଦ୍ର, ବେରୋଜଗାର, କ୍ରାଇମ୍‌ ଆଦି ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

ବାଂଲାଦେଶ, ଜାପାନ, ଅଷ୍ଟ୍ରେଲିଆ, ଆମେରିକା ପରି ଦେଶରେ ପାଠ ପଢା ସାରି ୨୦୧୩ ମସିହାରେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସେରିଙ୍ଗ। ହେଲେ ସେତେବେଳେ ସେ ପରାଜୟକୁ ସାମନା କରିଥିଲେ। ମାତ୍ର ଏଥିରେ ଭାଙ୍ଗି ନ ପଡ଼ି ତତ୍‌କାଳୀନ ସରକାରଙ୍କ ନିର୍ଦ୍ଦେଶ ମାନି ଉପାନ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ଚିକିତ୍ସା କରିଥିଲେ। ୨୦୧୮ ମସିହାରେ ହୋଇଥିବା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ମଧ୍ୟ ନିଜ ସେବା ମନୋବୃତ୍ତିକୁ ଛାଡ଼ି ନ ଥିଲେ। ୧୯୬୮ ମସିହାରେ ଜନ୍ମ ହୋଇଥିବା ସେରିଙ୍ଗ ଏବେ ୫୧ ବର୍ଷରେ ବି ବେଶ୍‌ ଚଳଚଞ୍ଚଳ।

ଏବେ ବି ପ୍ରତି ଗୁରୁବାର ସକାଳେ ସେ ଜୁନିୟର ଡାକ୍ତର ଓ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ କଥା ହୋଇ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ସେମାନଙ୍କୁ ଉପଦେଶ ଦେଇଥାନ୍ତି। ଏବଂ ଶନିବାର ନିଜେ ସେ ରୋଗୀ ସେବା କରିବାକୁ ଓହ୍ଲାଇ ପଡ଼ିଥାନ୍ତି। ତାଙ୍କ ଚାମ୍ୱରକୁ ଗଲେ ପ୍ରଧାନମନ୍ତ୍ରୀ ଚେୟାରରେ ଏକ ଲ୍ୟାବ୍‌ କୋଟ ଝୁଲାଇଥିବା ଆପଣ ଦେଖିବାକୁ ପାଇବେ। ଏହା ତାଙ୍କୁ ଲୋକଙ୍କ ସେବା କରିବାକୁ ମନେ ପକାଇ ଦେଇଥାଏ।

ଦେଶରେ ଶିଶୁ ମୃତ୍ୟୁ ହାର କମିଥିବା ବେଳେ ଜୀବନଧାରଣ ବୟସ ସୀମା ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ଡାଇବେଟିସ ଓ ନିଶା ସେବନ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।  ଏହା ଉପରେ କାମ ଚାଲିଥିବା ସେ କହିଛନ୍ତି।

Related story