କରୋନାର ନୂଆ ରୂପକୁ ନେଇ ଆତଙ୍କିତ ନ ହେବାକୁ କହିଲେ ଭାରତ ସରକାର

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏକାଧିକ ରାଷ୍ଟ୍ର ବ୍ରିଟେନକୁ ଏଥିପାଇଁ ବିମାନ ଚଳାଚଳ ମଧ୍ୟ ବନ୍ଦ କରିଦେଇଛନ୍ତି। ଭାରତରେ ମଧ୍ୟ ଏହାର ଭୟ ଦେଖିବାକୁ ମିଳିଛି। ତେବେ ଭାରତ ସରକାର କରୋନାର ନୂଆ ରୂପକୁ ନେଇ ଆଲର୍ଟ ଅଛନ୍ତି ଓ ଲୋକଙ୍କୁ ଆତଙ୍କିତ ନ ହେବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି, କେନ୍ଦ୍ର ସରକାର ସବୁ ପ୍ରକାରର ପରିସ୍ଥିତି ପାଇଁ […]

d

Hemant Lenka
  • Published: Monday, 21 December 2020
  • , Updated: 21 December 2020, 02:17 PM IST

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏକାଧିକ ରାଷ୍ଟ୍ର ବ୍ରିଟେନକୁ ଏଥିପାଇଁ ବିମାନ ଚଳାଚଳ ମଧ୍ୟ ବନ୍ଦ କରିଦେଇଛନ୍ତି। ଭାରତରେ ମଧ୍ୟ ଏହାର ଭୟ ଦେଖିବାକୁ ମିଳିଛି। ତେବେ ଭାରତ ସରକାର କରୋନାର ନୂଆ ରୂପକୁ ନେଇ ଆଲର୍ଟ ଅଛନ୍ତି ଓ ଲୋକଙ୍କୁ ଆତଙ୍କିତ ନ ହେବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି, କେନ୍ଦ୍ର ସରକାର ସବୁ ପ୍ରକାରର ପରିସ୍ଥିତି ପାଇଁ ଆଲର୍ଟ ଅଛନ୍ତି। ଆପଣମାନେ ପୂର୍ବରୁ ମଧ୍ୟ ଦେଖିଥିବେ ଯେ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଥିଲେ। ଆଗକୁ ମଧ୍ୟ ବ୍ୟବସ୍ଥା ହେବ। ଆଗକୁ କ’ଣ ସବୁ ପଦକ୍ଷେପ ନିଆଯିବ, ସେ ବିଷୟରେ ଆମେ ସମସ୍ତେ ଅବଗତ ରହିଛୁ। ଯଦି ବ୍ୟକ୍ତିଗତ ଭାବେ ମୋତେ ପଚରାଯାଏ, ତା’ହେଲେ କରୋନାର ନୂଆ ରୂପକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପକୁ ନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଓ ବିଶେଷଜ୍ଞ ଟିମ୍‌ ସହ ଆଲୋଚନା କରିଛନ୍ତି। ଏହାର ମୁକାବିଲା କେମିତି କରାଯିବ, ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବ୍ରିଟେନରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ୭୦% ବେଗରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରୁଛି।

ଏଥିସହ ଏହା ପୂର୍ବ ଭାଇସର ତୁଳନରେ ଅଧିକ ମାରାତ୍ମକ ବୋଲି ବ୍ରିଟେନ ସରକାର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜର୍ମାନୀ ଓ ନେଦରଲ୍ୟାଣ୍ଡସ ଭଳି ଦେଶ ବ୍ରିଟେନକୁ ବିମାନ ସେବା ବାତିଲ କରିଛନ୍ତି। ବ୍ରିଟେନ ସରକାର ମଧ୍ୟ ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ ଡିସେମ୍ବର ୩୦ ଯାଏ ଲକଡାଉନ କରିଛନ୍ତି।

ଭାରତରେ ଯେମିତି ନୂଆ ଷ୍ଟ୍ରେନ ପ୍ରବେଶ ନ କରିବ ସେଥିପାଇଁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତ ସରକାରଙ୍କୁ ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ସେ କହିଥିଲେ “ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି। ଏହା ଏକ ସୁପର ସ୍ପ୍ରେଡର। ତେଣୁ ମୁଁ ଭାରତ ସରକାରଙ୍କୁ ନିବେଦନ କରୁଛି ଯେ ତୁରନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ବାତିଲ କରାଯାଉ।”

Related story