ଚାଇନାର ଉଦ୍ୟମକୁ ଭଣ୍ଡୁର କଲା ଭାରତୀୟ ସେନା

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ସୀମାରେ ଅନୁପ୍ରବେଶ କରି ଫେଲ ମାରିଛି ଚାଇନା। ପୂର୍ବ ଲଦାଖର ପାଙ୍ଗୋଙ୍ଗ ଲେକ୍‌ ନିକଟରେ ଚାଇନା ସେନା ଜୋରଜବରଦସ୍ତି ପ୍ରବେଶ କରି ସେଠାକାର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଭାରତୀୟ ସେନାଙ୍କ ସତର୍କତା ଓ ଚତୁରତା ଯୋଗୁ ଚାଇନା ସେନା ପଛକୁ ଫେରିଛନ୍ତି। ତଥାପି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ଦୁଇ ଦେଶର ଯବାନମାନେ ହାଇଆଲର୍ଟରେ ରହିଛନ୍ତି। ସେହିପରି ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ବ୍ରିଗେଡ କମାଣ୍ଡର […]

china

china

Hemant Lenka
  • Published: Monday, 31 August 2020
  • Updated: 31 August 2020, 02:07 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ସୀମାରେ ଅନୁପ୍ରବେଶ କରି ଫେଲ ମାରିଛି ଚାଇନା। ପୂର୍ବ ଲଦାଖର ପାଙ୍ଗୋଙ୍ଗ ଲେକ୍‌ ନିକଟରେ ଚାଇନା ସେନା ଜୋରଜବରଦସ୍ତି ପ୍ରବେଶ କରି ସେଠାକାର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଭାରତୀୟ ସେନାଙ୍କ ସତର୍କତା ଓ ଚତୁରତା ଯୋଗୁ ଚାଇନା ସେନା ପଛକୁ ଫେରିଛନ୍ତି। ତଥାପି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ଦୁଇ ଦେଶର ଯବାନମାନେ ହାଇଆଲର୍ଟରେ ରହିଛନ୍ତି।

ସେହିପରି ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ ଚାଲିଛି। ଛୁଶୁଲ ନିକଟରେ ଉଭୟ ଦେଶ ବିବାଦର ସମାଧାନ ପାଇଁ ଆଲୋଚନା ଜାରି ରଖିଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୨୯ ଓ ୩୦ ମଧ୍ୟରାତ୍ରରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚାଇନା ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହାକୁ ଭାରତୀୟ ସେନା ଭଣ୍ଡୁର କରିଦେଇଛନ୍ତି। ପାଙ୍ଗୋଙ୍ଗ ଟିଏସଓର ଦକ୍ଷିଣ ପଟେ ଏହି ଘଟଣା ଘଟିଛି।

ଲଦାଖ ସୀମାରେ ଚାଇନା ସେନା ବାରମ୍ବାର ମୁହାଁମୁହିଁ ହେଉଥିବାରୁ ଏହାର ସମାଧାନ ପାଇଁ ଅନେକ ଥର ଆଲୋଚନା ହୋଇଥିଲା। ପୂର୍ବରୁ ପ୍ରତିରକ୍ଷା ଓ କୂଟନୀତିକ ସ୍ତରରେ ହୋଇଥିବା ଆଲୋଚନା ଅନୁଯାୟୀ, ଉଭୟ ଦେଶ ସୀମାରେ ସ୍ଥିତାବସ୍ଥା ବଜାୟୀ ରଖିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚାଇନା ସେନା ଶନିବାର ରାତିରେ ଏହାକୁ ଉଲ୍ଲଙ୍ଘନ କରି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

ପିଏଲର ସବୁ ପ୍ରକାରର ହରକତକୁ ଭଣ୍ଡୁର କରି ଭାରତୀୟ ସେନା ନିଜ ସୀମାରେ କାହାକୁ ମଧ୍ୟ ପ୍ରବେଶ କରିବାକୁ ଦେଇନାହାନ୍ତି। ଚାଇନା ସେନା ଅନୁପ୍ରବେଶ କରିବା ବେଳେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏଥିରେ କେହି ବି ମୃତାହତ ହୋଇନାହାନ୍ତି। ଭାରତୀୟ ସେନା ସର୍ବଦା ଆଲୋଚନା ଦ୍ୱାରା ସ୍ଥିରତା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି। କିନ୍ତୁ ଭାରତୀୟ ସେନା ନିଜ ସୀମାର ସୁରକ୍ଷା ପାଇଁ ମଧ୍ୟ ସର୍ବଦା ସଜାଗ ହୋଇରହିଛି। ଶତ୍ରୁ ପକ୍ଷ ଯଦି ଅନୁପ୍ରବେଶ କରିବାକୁ ଚେଷ୍ଟା କରିବ, ତା’ହେଲେ ଭାରତୀୟ ସେନା ଏହାର ଜବାବ ଦେବାକୁ କେବେ ହେଲେ ପଛାଇବ ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଜୁନ୍‌ ୧୫ରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଭାରତୀୟ ସେନାର ପାଲଟା ଆକ୍ରମଣରେ ୪୦ରୁ ୫୦ ଜଣ ଚାଇନା ସେନା ପ୍ରାଣ ହରାଇଥିବା ଖବର ମଧ୍ୟ ମିଳିଥିଲା। ବିବାଦର ସମାଧାନ ପାଇଁ ୫ ରାଉଣ୍ଡ ଆଲୋଚନା ହୋଇଥିଲେ ହେଁ ଚାଇନା ବାରମ୍ବାର ବୁଝାମଣାକୁ ଉଲ୍ଲଙ୍ଘନ କରି ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story